ରେଡକ୍ରସ ଭବନ ଭୁବନେଶ୍ୱର ଠାରେ ବନ୍ଧୁମିଳନ ବାହାନାରେ ଅନାମଧ୍ୟେୟ

ରେଡକ୍ରସ ଭବନ ଭୁବନେଶ୍ୱର ଠାରେ ବନ୍ଧୁମିଳନ ବାହାନାରେ ଅନାମଧ୍ୟେୟ

ଭୁବନେଶ୍ୱର ତା ୬.୧୨- ରେଡକ୍ରସ ଭବନ ଭୁବନେଶ୍ୱର ଠାରେ ବନ୍ଧୁମିଳନ ବାହାନାରେ ଅନାମଧ୍ୟେୟ ହାତଗଣତି ୭/୮ ଜଣ ଛାତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତିରୁ ହଟାଇ ବାରବାଟୀ କଟକ ବିଧାୟକଙ୍କୁ ସଭାପତି କରିବା ପ୍ରସଙ୍ଗକୁ ନେଇ ରାଜ୍ୟ ଛାତ୍ର କଂଗ୍ରେସର ସଂଯୋଜକ ଆଦିତ୍ୟ ପ୍ରିତମ ଦାସ, ସୌମ୍ୟ ପ୍ରକାଶ ମିଶ୍ର, ନିରଞ୍ଜନ ନାୟକ, ସମ୍ଭବ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିକଟ ଅତିତରେ ନିତ୍ୟବ୍ୟହୃତ ଖାଦ୍ୟସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ସମ୍ପ୍ରତି ନାରୀ ନିର୍ଯ୍ୟାତନା, ଗଣ ବଳାତ୍କାର ଓ ଦୁଷ୍କର୍ମ ପ୍ରସଙ୍ଗରେ ରାଜ୍ୟ ସାରା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲା ବେଳେ ରେଡକ୍ରସ ଭବନରେ ସାମ୍ବାଦିକ ସମ୍ମିଳନି କରିଥିବା ଛାତ୍ରମାନେ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ କେବେବି ଅଂଶଗ୍ରହଣ କରିନଥିବା ବେଳେ ଅଯଥା ରାଷ୍ଟ୍ରିୟ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ସଭାପତି ଥିବା ବେଳେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ବିରୋଧ କରିବା ଅର୍ଥାତ ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶକୁ ବିରୋଧ କରୁଛନ୍ତି । ସେମାନଙ୍କର ସାମ୍ବାଦିକ ସମ୍ମିଳନୀ କରିବା ପଛରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯେଉଁମାନେ ସଂପୃକ୍ତ ସେମାନେ କଂଗ୍ରେସକୁ କ୍ଷତି ପଂହଚାଉଛନ୍ତି ଓ ଅପରପକ୍ଷେ ଦଳପ୍ରତି ସେମାନଙ୍କର କେତେ ଆନୁଗତ୍ୟ ରହିଛି ଏହା ସହଜେ ଅନୁମେୟ । ଦୟାକରି ଦଳ ଓ ନେତୃତ୍ୱ ବିରୋଧି କାର୍ଯ୍ୟକ୍ରମରୁ ବିରତି ନ ରହିଲେ ଯେକୌଣସି ମୂହୁର୍ତରେ ଦଳ ସେମାନଙ୍କ ବିରୁଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ରାଜ୍ୟ ଛାତ୍ର କଂଗ୍ରେସର ପ୍ରଭାରୀ ମୋଥା ରୋହିତ ଓ ରାଷ୍ଟ୍ରିୟ ଛାତ୍ର କଂଗ୍ରେସ (ଏନ୍.ଏସ୍.ୟୁ.ଆଇ) ର ଅଧ୍ୟକ୍ଷ ନିରଜ କୁନ୍ଦନଙ୍କୁ ଦୃଢ଼ ଦାବୀ ନିମନ୍ତେ ଆଜିର ଏ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ ।

Leave a Reply

Your email address will not be published. Required fields are marked *