ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବି.ଆର. ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବି.ଆର. ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ
ଭୁବନେଶ୍ୱର ତା ୬.୧୨ – ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ବି.ଆର. ଆମ୍ବେଦକରଙ୍କ ଶ୍ରାଦ୍ଧ ଉତ୍ସବ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ନିଖିଳ ଭାରତ କଂଗ୍ରେସ ସଂପାଦକ ଶ୍ରୀ ରୁଦ୍ର ରାଜୁ ଓ ପିସିସି ପୂର୍ବତନ ସଭାପତି ଶ୍ରୀ ଜୟଦେବ ଜେନାଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଏ.ଜି ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ଠାରେ କଂଗ୍ରେସ ନେତୃବୃନ୍ଦ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ସଂଗ୍ରାମ କେଶରୀ ଜେନା, ଲିଙ୍ଗରାଜ ସାହୁ, ପଦ୍ମାକରୁ ଗୁରୁ, ସୁରେନ୍ଦ୍ର ପରମାଣିକ, ଜ୍ୟୋତିଷ ସାହୁ, ବିଣାପାଣୀ ସାମଲ, ବାଙ୍କନିଧି ବେହେରା, କନକଲତା ମଲ୍ଲିକ, ସ୍ୱାଧୀନବାଳା ଦାସ, ଜାନକୀ ମଲ୍ଲିକ, ବିକ୍ରମ ସାହୁ, ମନୋରଂଜନ ରାଉତରାୟ, ଦୀପକ ମହାପାତ୍ର, ହଳଧର ସେଠୀ, ଦୀପକ କୁମାର ସାହୁ, ସଂକୁନା କହଁର, ମୁନି ଥାପା, ମାନସ ମଲ୍ଲିକ, ଅଜୟ ସାହୁ, ଆଲୋକ ଲେଙ୍କା, ବିରଂଚି ବାରିକ, ରଂଜିତ ପାତ୍ର, ଦେବେନ୍ଦ୍ର ଦାସ, ଦେବୀପ୍ରସାଦ ବାହାଲିଆ, ସୁଚନ୍ଦ୍ର ବାରିକ, ସାଗର ପରିଡ଼ା ପ୍ରମୁଖ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *