ଗଣ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା

ଗଣ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଥିବା ଭାରତ ବନ୍ଦ ପାଳନର ପ୍ରଭାବ ଶିକ୍ଷାର୍ଥୀ ଓ ପରୀକ୍ଷାର୍ଥୀଙ୍କ ଉପରେ ପଡିଥିବା ଦେଖିବାକୁ ମିଳିଛି। ବନ୍ଦ ପାଳନକୁ ଦୃଷ୍ଟରେ ରଖି ଗଣ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଏବେ ଉତ୍କଳ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତାକାଲି ହେବାକୁ ଥିବା ପରୀକ୍ଷାର ପୁନଃ ତାରିଖ ନିର୍ଦ୍ଧାରଣ ହେବା ପରେ ସେହି ବିଷୟର ପରୀକ୍ଷା ହେବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *