ନିଯୁକ୍ତି ବାତିଲ ଘୋଷଣା ରାଜ୍ୟ ସରକାରଙ୍କ ଆତ୍ମଘାତି ପଦକ୍ଷେପ— ସିଆଇଟିୟୁ

ନିଯୁକ୍ତି ବାତିଲ ଘୋଷଣା ରାଜ୍ୟ ସରକାରଙ୍କ ଆତ୍ମଘାତି ପଦକ୍ଷେପ— ସିଆଇଟିୟୁ

ଭୁବନେଶ୍ୱର ତା.୧୧.୦୭.୨୦୨୦ ରିଖ: ଓଡିଶା ସରକାର କରୋନା ପରିସ୍ଥିତିରେ ରାଜ୍ୟରେ ଦୁଇବର୍ଷ ପାଇଁ ଆଉ ନୂତନ ନିଯୁକ୍ତି ଦେବେନାହିଁ ବୋଲି ଯେଉଁ ଘୋଷଣା କରିଛନ୍ତି, ତାହା ରାଜ୍ୟସରକାରଙ୍କର ନିର୍ବୋଧତାକୁ ତୋଳି ଧରୁଛି । ଏହି ଦୁଇବର୍ଷରେ ହଜାର ହଜାର ସରକାରୀ କର୍ମଚାରୀ, ଶିକ୍ଷକ ଓ ଅଧ୍ୟାପକ ଆଦି ଅବସର ନେବେ । ସେମାନଙ୍କ ପଦବୀ ପୂରଣ ନହେଲେ, ସ୍କୁଲ, କଲେଜରେ ପାଠପଢା ବନ୍ଦ ହୋଇଯିବ । ସରକାରୀ ଅଫିସ୍ ଗୁଡିକରେ କାମ ଅଚଳ ହୋଇଗଲେ ସାଧାରଣ ଲେଶକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବେ । ଏହା ବ୍ୟତୀତ ନୂଆ ନିଯୁକ୍ତି ପାଇଁ ଅପେକ୍ଷା କରିଥିବା ଯୁବକ, ଯୁବତୀମାନେ କଣ କରିବେ?ସରକାର ଲୋକଙ୍କୁ ଏ ବିପତି ବେଳେ ସହାୟତା ଦେବା ପରିବର୍ତେ ଲୋକଙ୍କ ପେଟକୁ ଗୋଇଠା ମାରୁଛି । ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଯେଉଁମାନେ ରାଜ୍ୟକୁ ଫେରିଛନ୍ତି, ସେମାନଙ୍କୁ କାମ ଯୋଗାଇବା ପାଇଁ ସରକାରୀ ଓ ବେସାରକାରୀ କ୍ଷେତ୍ରର ବନ୍ଦ ହୋଇ ପଡିଥିବା କାରଖାନା ଗୁଡିକୁ ଚଳାଇବାକୁ ଉଦ୍ୟମ ନେବା ପରିବର୍ତେ ସରକାର ୨ ବର୍ଷ ପାଇଁ ନିଯୁକ୍ତି ବନ୍ଦ କରିବା ଘୋଷଣା ଆତ୍ମଘାତୀ ବ୍ୟତିତ କଣ ହୋଇପାରେ?ହଜାର ହଜାର ସଂଖ୍ୟାର ଶିଳ୍ପ ବନ୍ଦ ହୋଇ ଯାଇଛି । ଉତ୍ପାଦନ ନାହିଁ । କୃଷି କ୍ଷେତ୍ରରେ ସଂକଟ ଯୋଗୁ ଗାଁଗଣ୍ଡାରେ କାମ ନାହିଁ । ମନରେଗାର ମଜୁରିରେ ଲେଶକ ବଂଚି ପାରିବେ ନାହିଁ । ଏଭଳି ଊଦ୍‌ବେଗଜନକ ପରିସ୍ଥିତିରେ ସରକାର ଏପତରଫା ଓ ମନୋମୂଖୀଭାବେ ଯାହା ଘୋଷଣା କରି ଚାଲିଛନ୍ତି ତାହାର ପରିଣାମ ମାରାତ୍ମକ ହେବ । ସିଆଇଟିୟୁ ଦାବି କରୁଛି ଯେ ସରକାରୀ ସ୍ତରରେ ବ୍ୟାପକ ଅର୍ଥ ବ୍ୟୟକରି ଲୋକଙ୍କୁ ନିଯୁକ୍ତି ଦିଅ । ଅନ୍ୟଥା ସାଧାରଣ ଜନତା ଅନାହାର ମୃତ୍ୟୁର ଶୀକାର ହେବେ । ଏହାର ନିରାକରଣ ବାହାର ନକଲେ ବେକାର ହୋଇ ରହିଥିବା ଲୋକମାନେ ବଂଚିବାପାଇଁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ଓ ଏହାର ପରିଣତି ପାଇଁ ସରକାର ଦାୟୀ ରହିବେ ବୋଲି ସିଆଇଟିୟୁ ପକ୍ଷରୁ ଚେତାବଳନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *