ସିଫାରେ ଚତୁର୍ଥ ପିଏଏଫ କଂଗ୍ରେସ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଓ ପ୍ରତାପ ଷଡ଼ଙ୍ଗୀ

ସିଫାରେ ଚତୁର୍ଥ ପିଏଏଫ କଂଗ୍ରେସ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଓ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ବହୁଦେଶୀୟ ଶିଳ୍ପ, ଘରୋଇ ଉଦ୍ୟମିତା ଏବଂ ମତ୍ସ୍ୟ ବିଶେଷଜ୍ଞମାନଙ୍କ ସହଯୋଗରେ ଭାରତରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଆସୋସିଏସନ ଅଫ ଆକ୍ୱାକଲଚରିଷ୍ଟ୍ସ,
ଭୁବନେଶ୍ୱର ଓ ପିଲ୍ଲେ ଆକ୍ୱାକଲଚର ପ୍ରତିଷ୍ଠାନ, ଚେନ୍ନାଇ ସହିତ ମିଶି ଆଇସିଏଆର-ସିଫାଏହାର ଭୁବନେଶ୍ୱର କ୍ୟାମ୍ପସରେ ନଭେମ୍ବର ୧୫-୧୭, ୨୦୧୯ରେ ଚତୁର୍ଥ ପିଏଏଫ କଂଗ୍ରେସ ଆୟୋଜନ କରିବେ । ଉଦଘାଟନୀ ସମାରୋହରେ କେନ୍ଦ୍ର ପଶୁପାଳନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ପାଳନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ଏବଂ ପଶୁପାଳନ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ପାଳନ
ତଥା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ ଯୋଗ ଦେବେ ।ମତ୍ସ୍ୟ ଚାଷ କ୍ଷେତ୍ରରେ ଅଂଶୀଦାରଙ୍କୁ ଏକାଠି କରିବା ତଥା ଏହି କ୍ଷେତ୍ରର ବିକାଶ ପାଇଁ ଜାତୀୟ ଓ
ଅନ୍ତର୍ଜାତୀୟସ୍ତରର ଏଜେନ୍ସି ମଧ୍ୟରେ ତାଳମେଳ ପ୍ରତିଷ୍ଠା ଲାଗି ଏହି କଂଗ୍ରେସରେ ଆଲୋଚନା ହେବ । ଯୋଗାଣ ଶୃଙ୍ଖଳରେ କାର୍ଯ୍ୟ କରୁଥିବା କର୍ପୋରେଟଗୁଡ଼ିକୁ ସାମିଲ କରାଯିବ ଏବଂ
ବର୍ଦ୍ଧିତ ବଜାର ଓ ନିଯୁକ୍ତି ସୃଷ୍ଟି ଲାଗି ମତ୍ସ୍ୟ ଚାଷ ଉଦ୍ୟୋଗଗୁଡ଼ିକୁ ଉତ୍ସାହିତ କରାଯିବ । ଏହି କଂଗ୍ରେସରେ ବିଭିନ୍ନ ବହୁଦେଶୀୟ ଶିଳ୍ପ, ଘରୋଇ ଉଦ୍ୟୋଗ, ମତ୍ସ୍ୟ ବିଶେଷଜ୍ଞ, ଗବେଷକ, ମତ୍ସ୍ୟ
ଚାଷ ସହ ଜଡ଼ିତ ଶ୍ରମିକ, ଘରୋଇ ସେବା ପ୍ରଦାନକାରୀ, ରାଜ୍ୟ ମତ୍ସ୍ୟ ବିଭାଗ ଓ ଅନ୍ୟାନ୍ୟ ଉନ୍ନୟନ ବିଭାଗ, ବେସରକାରୀ ଅନୁଷ୍ଠାନ ଏବଂ ଅନ୍ୟ ଅନୁଷ୍ଠାନର ପ୍ରାୟ ୩୦୦ ପ୍ରତିନିଧି
ଯୋଗଦେବେ ।ପରିବେଶର ସୁରକ୍ଷା ସହ ମତ୍ସ୍ୟଚାଷକୁ ଲାଭପ୍ରଦ କରିବା ପାଇଁ ଏକ ଫଳପ୍ରଦ ମୂଲ୍ୟ ଶୃଙ୍ଖଳ ଆଣିବା ଲାଗି ବିଭିନ୍ନ ବିଷୟରେ ମଧ୍ୟ ଏହି କଂଗ୍ରେସରେ ଆଲୋଚନା କରାଯିବ । ଏଠାରେ ଯେଉଁ ନୀତିର ସୁପାରିସ କରାଯିବ ତାହା ଯୋଜନା ପ୍ରଣୟନ ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସରକାରଙ୍କ ପାଇଁ ମାର୍ଗଦର୍ଶକ ହେବ । ଡିଏଆରଇ ସଚିବ ଓ ଆଇସିଏଆର ନିର୍ଦ୍ଦେଶକ ଡଃ ତ୍ରିଲୋଚନ ମହାପାତ୍ର ଏବଂ ଆଇସିଏଆରର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଆଇସିଏଆର-ସିଫା, ଭୁବନେଶ୍ୱରର ନିର୍ଦ୍ଦେଶକ ଡଃ ବିଆର ପିଲ୍ଲାଇ ସୂଚନା ଦେଇଛନ୍ତି ।ଏଠାରେ ମତ୍ସ୍ୟଚାଷ ସମ୍ବନ୍ଧୀୟ ଏକ ପ୍ରଦର୍ଶନୀର ଆୟୋଜନ କରାଯିବ ଯେଉଁଥିରେ ପାଖାପାଖି ୫୦ ଅଂଶୀଦାର ଭାଗ ନେବେ ଓ ମତ୍ସ୍ୟ ଚାଷୀଙ୍କ ଲାଭ ପାଇଁ ସେମାନଙ୍କ କାର୍ଯ୍ୟ ଏବଂ ସେବା ପ୍ରଦର୍ଶନ କରିବେ ।

Leave a Reply

Your email address will not be published. Required fields are marked *