୨୬ରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି।

ସୂର୍ଯ୍ୟ ପରାଗ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ସୂର୍ଯ୍ୟ ପରାଗ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଡିସେମ୍ବର ମାସ ୨୬ ତାରିଖରେ କେତୁଗ୍ରସ୍ତ ଆଶିଂକ ସୂର୍ଯ୍ୟ ପରାଗ ହେଉଅଛି । ଏହି କାରଣରୁ ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟମାନଙ୍କରେ ଛୁଟି ଘୋଷଣା କରିଛନ୍ତି ।

୨୬ରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି।

ଭୁବନେଶ୍ୱର : ଆସନ୍ତା ୨୬ ତାରିଖ ସୂର୍ଯ୍ୟ ପରାଗ ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି । ୨୫ରେ ବଡ଼ ଦିନ ପଡୁଥିବାରୁ ସେଦିନ ସରକାରୀ ଛୁଟି ରହିଛି । ୨୬ରେ ସୂର୍ଯ୍ୟ ପରାଗ ପାଇଁ ଛୁଟି ଘୋଷଣା ହେବା ପରେ ସରକାରୀ କର୍ମଚାରୀ ଏବେ ଦୁଇଦିନ ଛୁଟି ପାଇଲେ । ଆସନ୍ତା ୨୬ ତାରିଖ ସକାଳ ୮ ଘଂଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ଯ୍ୟଙ୍କୁ ଗ୍ରହଣ ସ୍ପର୍ଶ କରିବ । ତେଣୁ ଡିସେମ୍ବର ୨୫ ରାତି ୮ଟା ୨୦ମିନିଟରୁ ପାକତ୍ୟାଗ ସହ ଅନ୍ନଭୋଜନ ବନ୍ଦ କରାଯିବ । ସୂର୍ଯ୍ୟପରାଗ ୧୧ଟା ୨୯ ମିନିଟ ୧୦ ସେକେଣ୍ଡରେ ସର୍ବ ମୋକ୍ଷ ହେବ

Leave a Reply

Your email address will not be published. Required fields are marked *