ଚିତ୍ରଶିଳ୍ପୀ ବିକ୍ରମ କେଶରୀ ରାଉତରାୟଙ୍କ ବିୟୋଗରେ ଶୋକସଭା

ଚିତ୍ରଶିଳ୍ପୀ ବିକ୍ରମ କେଶରୀ ରାଉତରାୟଙ୍କ
ବିୟୋଗରେ ଶୋକସଭା
ଭୁବନେଶ୍ୱର,  : ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ·ରୁକଳା ମହାବିଦ୍ୟାଳୟପରିସରରେ ଚିତ୍ରଶିଳ୍ପୀ ବିକ୍ରମ କେଶରୀ ରାଉତରାୟଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିିତ
ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ପଞ୍ଚାନନ ସାମଲ ଶିଳ୍ପୀ ବିକ୍ରମ କେଶରୀଙ୍କଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ପୁଷ୍ପମାଲ୍ୟ
ଦେଇ ଦିବଙ୍ଗତ ଶିଳ୍ପୀଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।ବିକ୍ରମ କେଶରୀ ଜଣେ ନିରବଚ୍ଛିନ୍ନ କଳା ସାଧକ, ମେଳାପୀ ଓ ମିଷ୍ଟଭାଷୀ ମଣିଷ ଥିଲେ ।ତାଙ୍କର ଅକାଳ ବିୟୋଗରେ ଶିଳ୍ପୀ ମାନସ ତଥା କଳାପ୍ରେମୀମାନଙ୍କୁ ଗଭୀର ମର୍ମାହତ କରିଛିବୋଲି ଅଧ୍ୟକ୍ଷ ଶ୍ରୀ ସାମଲ ପ୍ରକାଶ କରିଥିଲେ । ଅଧୁନା ସେ କେନ୍ଦ୍ର ଲଳିତ କଳା ଏକାଡ଼େମୀର
ଫେଲୋସିପ୍ ପାଇଆସୁଥିବା ବେଳେ ଅନେକ କଳା ଶିବିରରେ ନିଜକୁ ଚଳଚଞ୍ଚଳ ରଖୁଥିଲେ ।ତାଙ୍କର ଅନୁପସ୍ଥିତ ଜଣେ ଦରଦୀ ମଣିଷର ଶୂନ୍ୟସ୍ଥାନ ସଷ୍ଟି କରିଛି ବୋଲି ଅଧ୍ୟାପକ ପ୍ରଦୀପ
ସାହୁ, ଚନ୍ଦନ କୁମାର ସାମଲ, ମାନସ ରଞ୍ଜନ ନାୟକ, ଅଧ୍ୟାପିକା ସସ୍ମିତା କାମିଳା ଓ ଛାତ୍ରଛାତ୍ରୀମାନେ ମତ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *