ମାନସିକ ଦିବ୍ୟାଙ୍ଗ ପିଲାଙ୍କ ସହ ଜନ୍ମଦିନ ପାଳନ କଲେ ଅଭିନେତ୍ରୀ ଆହାନା

ମାନସିକ ଦିବ୍ୟାଙ୍ଗ ପିଲାଙ୍କ ସହ ଜନ୍ମଦିନ ପାଳନ କଲେ ଅଭିନେତ୍ରୀ ଆହାନା
ଭୁବନେଶ୍ୱର, ତା ୨୭.୧୨. : ଓଡ଼ିଆ ସିନେ ଜଗତରେ ସୁନ୍ଦରୀ ଅଭିନେତ୍ରୀ ଆହାନା ବରାଳ ଏକ ଅଭିନବ ଢଙ୍ଗରେ ନିଜ ଜନ୍ମଦିନଟିକୁ ପାଳନ କରିଛନ୍ତି । ଜୟଦେବ ବିହାରସ୍ଥିତ \”ଚେତନା\’ ମାନସିକ ଦିବ୍ୟାଙ୍ଗ ବିଦ୍ୟାଳୟରେ ପିଲାମାନଙ୍କ ସହ କେକ୍ କାଟିଥିଲେ । ନିଜ ଅଭିନୀତ ସିନେମାର ଗୀତର ତାଳେ ତାଳେ ନାଚିବା ସହ ମିଷ୍ଟାନ୍ନ ଓ ଖାଦ୍ୟ ବନ କରିଥିଲେ । \”ଭୈରବ\’ ଚଳଚ୍ଚିତ୍ରରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ଆହାନା ପରର୍ବୀ ଚଳଚ୍ଚିତ୍ର \”ବ୍ଲାକ୍ମେଲ୍\’ରେ ମଧ୍ୟ ନିଜର ଅଭିନୟ ପରାକାଷ୍ଠା ଦେଖାଇଛନ୍ତି । ଆଗାମୀ ଚଳଚ୍ଚିତ୍ର \”ଜଙ୍ଗଲ\’ରେ ମଧ୍ୟ ଦର୍ଶକ ତାଙ୍କୁ ଏକ ନୂତନ ଚରିତ୍ରରେ ଦେଖିବାକୁ ପାଇବେ । ସେ ଏକ ଭଲ ଅଭିନେତ୍ରୀ ସହ ଯୁବ ସମାଜସେବୀ ମଧ୍ୟ । ସ୍ୱେଚ୍ଛାସେବୀ ଅନୁଷ୍ଠାନ \”ୟୁଥ୍ ଫର ଭଲ୍ୟୁାରି ୱାର୍କ\’ ସହ ଜଡ଼ିତ ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଥାନ୍ତି । ଭିନ୍ନ ଢଙ୍ଗରେ ଜନ୍ମଦିନଟିକୁ ପାଳନ କରିଥିବା ଆହାନା ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ପାଲଟି ଯାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ \”ୟୁଥ୍ ଫର୍ ଭଲ୍ୟୁାରୀ ୱାର୍କ\’ର ଅଧ୍ୟକ୍ଷ ମୀର ଅହମଦ୍ ଅଲ୍ଲୀ, ଅଭିନେତା ସୂରଜ ତ୍ରିପାଠୀ, ଅତିଶ କୁମାର ରାଉତ, ଚେତନା ସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ ସାର୍, ମଲ୍ଲିକ ଆୱେସ୍, ବିନୋଦ କୁମାର ରାଉତ, ନଳିନୀକାନ୍ତ ନାୟକ, ଦୀପକ ନାୟକ, ଅଜିତ, ମୁ, ସୁବ୍ରତ ମହନୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *