ସ୍ବପ୍ନର ଛାୟାପଥ’ ଲୋକାର୍ପିତ ଗପରେ ଅକପଟ ସତକଥା ଲେଖିଲେ ଲୋକେ ପଢ଼ିବେ

ସ୍ବପ୍ନର ଛାୟାପଥ’ ଲୋକାର୍ପିତ
ଗପରେ ଅକପଟ ସତକଥା ଲେଖିଲେ ଲୋକେ ପଢ଼ିବେ

ଭୁବନେଶ୍ବର,୨୨/୧୨ : ବାସ୍ତବ ଅନୁଭୂତିକୁ ନେଇ ଭଲ ଗପ ଲେଖାଯାଇପାରେ। ଗପରେ ଅକପଟ ଭାବେ ସତକଥା ଲେଖିଲେ ଲୋକେ ପଢ଼ିବେ। ଏହା କହିଛନ୍ତି ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ର। ଟାଇମ୍ ପାସ୍ ପକ୍ଷରୁ ହୋଟେଲ୍‌ କେଶରୀରେ ଆୟୋଜିତ ପୁସ୍ତକ ପର୍ବରେ ଦେବବ୍ରତ ପାଣିଗ୍ରାହୀଙ୍କ ପ୍ରଥମ ଗଳ୍ପ ସଂକଳନ ‘ସ୍ବପ୍ନର ଛାୟାପଥ’କୁ ଅନାବରଣ କରି ଶ୍ରୀ ମିଶ୍ର କହିଲେ, ପ୍ରଥମ ଗଳ୍ପ ସଂକଳନ ହିସାବସରେ ଏହା ଏକ ଉତ୍କୃଷ୍ଟ ବହି। ଅଧିକାଂଶ ଗପ ଶେଷ ଯାଏ ପଢ଼ି ହେଉଛି। ତାହା ହିଁ ଏହି ବହିର ସଫଳତା ବୋଲି ସେ କହିଛନ୍ତି।
ପ୍ରବୀଣ କଥାଶିଳ୍ପୀ ପରେଶ ପଟ୍ଟନାୟକ କହିଲେ, ଗପ କୁହ ନାହିଁ, ବରଂ ଦେଖାଅ। ‌କଥାକାର ତଥା ବାଗ୍ମୀ ଅଧ୍ୟାପକ ବିଶ୍ବରଂଜନ କହିଲେ, ଭଲ ଗପ କଳ୍ପନାରୁ ନୁହେଁ, ଲେଖକର ନିବିଡ଼ ଆତ୍ମ ଅଭିବ୍ୟକ୍ତିରୁ ଗଢ଼ା ହୁଏ। ଅସନ୍ତୋଷ ହିଁ ସୃଜନର ମୂଳକଥା। ଦେବବ୍ରତଙ୍କ ଗଳ୍ପରେ ସ୍ବପ୍ନ ଓ ସମ୍ଭାବନା ଅଛି ବୋଲି ସେ କହିଥି‌ଲେ। ଏହି ଅବସରରେ ସଦ୍ୟ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ତରୁଣକାନ୍ତି ମିଶ୍ରଙ୍କୁ ଟାଇମ୍‌ପାସ୍‌ ସ୍ବୟଂଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଗାଳ୍ପିକ ପବିତ୍ର ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିବା ବେଳେ ମଂଚ ସଞ୍ଚାଳନ କରିଥିଲେ ଟାଇମପାସ୍‌ର ନିର୍ଦେଶକ ସରୋଜ ବଳ। ଶେଷରେ ଯୁବ ଲେଖକ ସୌମ୍ୟଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଅବିନାଶ ସାହୁ, ବଳରାମ ନାୟକ, ପ୍ରିୟାଂଶୁ ପ୍ରିୟଦେବ, ବେଦପ୍ରକାଶ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *