ସେସୁ’ର ଘରୋଇକରଣ ନିଷ୍ପିକୁ ଏସ୍ୟୁସିଆଇ(ସି)ର ଦୃଢ଼ ବିରୋଧ

ସେସୁ’ର ଘରୋଇକରଣ ନିଷ୍ପିକୁ ଏସ୍ୟୁସିଆଇ(ସି)ର ଦୃଢ଼ ବିରୋଧ

ଭୁବନେଶ୍ୱର ତା ୨୮ା୧୨ା- ଓଡ଼ିଶା ରାଜ୍ୟ ସରକାରଙ୍କ ପରିଚାଳନାଧିନ ବିଦ୍ୟୁତ୍ ବିତରଣ ସଂସ୍ଥା ‘ସେସୁ’କୁ ଟାଟା ପାୱାର କମ୍ପାନୀ ହାତରେ ଶାଗ ମାଛ ଦରରେ ଟେକିଦେବାପାଇଁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ଜରିଆରେ ରାଜ୍ୟ ସରକାର ଗ୍ରହଣ କରିଥିବା ଚୂଡ଼ାନ୍ତ ଜନବିରୋଧି ନିଷ୍ପିକୁ ଏସ୍ୟୁସିଆଇ(ସି) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଦଳର ରାଜ୍ୟ ସମ୍ପାଦକ ଶ୍ରୀ ଧୂର୍ଜ୍ଜଟୀ ଦାସ ଏକ ବିବୃତିି କହିଛନ୍ତି ଯେ- ରାଜ୍ୟସରକାର ୪,୪୬୧ କୋଟି ଟଙ୍କା ମୂଲ୍ୟର ‘ସେସୁ’ କମ୍ପାନୀକୁ ମାତ୍ର ୩୦୦ କୋଟି ଟଙ୍କାରେ ‘ଟାଟା ପାୱାର୍ସ’କୁ ବିକ୍ରି କରିବାପାଇଁ ନିଷ୍ପତି କରି ରାଜ୍ୟବାସୀଙ୍କ ପ୍ରତି ଚରମ ବିଶ୍ୱାସଘାତକତା କରିଛନ୍ତି । ଏହି ସନ୍ଦେହଜନକ କାରବାରରେ ବ୍ୟାପକ ଦୁର୍ନୀତିର ସୂଚନା ମିଳୁଛି । ରାଜ୍ୟର ୯ଟି ଜିଲ୍ଲାର ୨୬ ଲକ୍ଷ ୪୬ ହଜାର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା ‘ସେସୁ’ର ଘରୋଇକରଣ କରି ସରକାର ସାଧାରଣ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅକଥନୀୟ ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେଇଛନ୍ତି । ଏହା ବ୍ୟତୀତ ବଡ଼ ବଡ଼ ଶିଳ୍ପ ସଂସ୍ଥା ଉପରେ ୨୦୮ କୋଟି ଟଙ୍କା ବିଦ୍ୟୁତ୍ ବିଲ୍ ବାକି ପଡ଼ିଥିବାବେଳେ ଜାନୁୟାରୀ ୧୫ ତାରିଖ ସୁଦ୍ଧା ବିଲ ପଇଠ ନ କଲେ ସାଧାରଣ ଖାଉଟିଙ୍କ ଘରୁ ବିଦ୍ୟୁତ୍ ଯୋଗାଣ କାଟିଦିଆଯିବ ବୋଲି ନୋଟିସ୍‍ ଜାରୀ କରିବା ଆହୁରି ଦୁର୍ଭାଗ୍ୟଜନକ ।
ବିଗତ ଶତାବ୍ଦୀର ନବେ ଦଶକର ପ୍ରାରମ୍ଭରେ ତତ୍‍କାଳୀନ କେନ୍ଦ୍ର କଂଗ୍ରେସ ସରାର ଦେଶରେ ଘରୋଇକରଣ, ଉଦାରୀକରଣ, ଜଗତୀକରଣ ନୀତି ପ୍ରଚଳନ କରିବା ପରେ ଦେଶର ପ୍ରଥମ ରାଜ୍ୟ ଭାବରେ ୧୯୯୭ ମସିହାରେ ଓଡ଼ିଶାରେ ବିଦ୍ୟୁତ୍‍ କ୍ଷେତ୍ରର ଘରୋଇକରଣ କରାଯାଇଥିଲା । ସୁଲଭ ମୂଲ୍ୟରେ ଉପଭୋକ୍ତାମାନଙ୍କୁ ଉଚ୍ଚମାନର ବିଜୁଳିଶକ୍ତି ଯୋଗାଇବାର ଘୋଷିତ ଲକ୍ଷ୍ୟରେ କରାଯାଇଥିବା ଘରୋଇକରଣର ୨୩ ବର୍ଷ ପରେ ଆଜି ସାଧାରଣ ବିଦ୍ୟୁତ୍ ଉପଭୋକ୍ତା କ୍ରମବର୍ଦ୍ଧମାନ ବିଦ୍ୟୁତ୍ ଶୁଳ୍କ ବୋଝରେ ହାହାକାର କରୁଛନ୍ତି । ଲୋଭେଲ୍ଟେଜ୍ ଓ ବିଦ୍ୟୁତ୍କାଟ ଆହୁରି ଉତ୍ପଟ ହୋଇଛି । ଘରୋଇ ବିଦ୍ୟୁତ୍ କମ୍ପାନୀମାନେ ପୁଞ୍ଜି ବିନିଯୋଗ କରିବା ଦୂରେଥାଉ ରାଜକୋଷକୁ ହରିଲୁଟ୍ କରିଚାଲିଛନ୍ତି । ଏହିଭଳି ସମୟରେ ‘ସେସୁ’ର ଘରୋଇକରଣ କରି ରାଜ୍ୟ ସରକାର ରାଜ୍ୟବାସୀଙ୍କ ଝାଳବୁହାଧନରେ ଗଢ଼ି ଉଠିଥିବା ବିଦ୍ୟୁତ୍ ଭିିଭୂମିକୁ ବ୍ୟବହାର କରି, ସାଧାରଣ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣକରି ଘରୋଇ କମ୍ପାନୀଙ୍କୁ ଲାଭଲୁଟ୍ର ନିରଙ୍କୁଶ ସୁଯୋଗ ଦେଇଛନ୍ତି ।
ରାଜ୍ୟ ସରକାରଙ୍କର ଏହି ଧରଣର ଚୂଡ଼ାନ୍ତ ଜନସ୍ୱାର୍ଥ ବିରୋଧି ନିଷ୍ପତି ବିରୁଦ୍ଧରେ ପ୍ରତିବାଦ ଓ ପ୍ରତିରୋଧ ଆନ୍ଦୋଳନ ଗଢ଼ିତୋଳିବା ପାଇଁ ଶ୍ରୀ ଦାସ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *