ରେଳ କର୍ମଚାରୀ ମାନଙ୍କ ମଧ୍ୟରେ କୋଭିଡ଼୧୯ ପରୀକ୍ଷା

ଭୁବନେଶ୍ୱର:୨୦.୧୦ ରେଳ କର୍ମଚାରୀ ମାନଙ୍କ ମଧ୍ୟରେ କୋଭିଡ଼୧୯ ପରୀକ୍ଷା ପାଇଁ ପୂର୍ବତଟ ରେଳପଥ ମୁଖ୍ୟାଳୟ ସ୍ଥିତ ରେଳକୁଞ୍ଜ ଠାରେ ଅକ୍ଟୋବର ମାସ…

ସାମାଜିକ ବନୀକରଣ ଓ ଉଦ୍ୟାନ ପ୍ରତି ଗୁରୁତ୍ୱାରୋପ କରିବ |

ପୂର୍ବତଟ ରେଳପଥ ଏହାର ଜମି ରେକର୍ଡ ପରିଚାଳନାକୁ ସୁଦୃଢ କରିବ ଏବଂ ଏହାର ଆବାସିକ ଅଞ୍ଚଳରେ ସାମାଜିକ ବନୀକରଣ ଓ ଉଦ୍ୟାନ…

ପୂର୍ବତଟ ରେଳପଥର ସଂରକ୍ଷା, ବ୍ୟବସାୟ ବିକାଶ ଓ ରୋଲିଙ୍ଗ ଷ୍ଟକ ପରିଚାଳନା ସମ୍ବନ୍ଧରେ ରେଳ ମନ୍ତ୍ରଣାଳୟ ଦ୍ୱାରା ସମୀକ୍ଷା | 

ପୂର୍ବତଟ ରେଳପଥର ସଂରକ୍ଷା, ବ୍ୟବସାୟ ବିକାଶ ଓ ରୋଲିଙ୍ଗ ଷ୍ଟକ ପରିଚାଳନା ସମ୍ବନ୍ଧରେ ରେଳ ମନ୍ତ୍ରଣାଳୟ ଦ୍ୱାରା ସମୀକ୍ଷା | ସଂରକ୍ଷା,…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅର୍ଥନୈତିକ କାର୍ଯ୍ୟକ୍ରମକୁ ଜୋରଦାର କର, ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ – ମୁଖ୍ୟମନ୍ତ୍ରୀ

କୋଭିଡ ମୁକାବିଲା – ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ପୂର୍ବତଟ ରେଳପଥର ପାଞ୍ଚ ଜଣ ରେଳବାଇ ସୁରକ୍ଷା ବଳ କର୍ମଚାରୀଙ୍କୁ ଆରପିଏଫ ମହାନିର୍ଦେଶକଙ୍କ ପ୍ରଶଂସା ପତ୍ର |

କୋଭିଡ଼୧୯ ମହାମାରୀ ସମୟରେ ଉତ୍କର୍ଷ ସେବାପାଇଁ ପୂର୍ବତଟ ରେଳପଥର ପାଞ୍ଚ ଜଣ ରେଳବାଇ ସୁରକ୍ଷା ବଳ କର୍ମଚାରୀଙ୍କୁ ଆରପିଏଫ ମହାନିର୍ଦେଶକଙ୍କ ପ୍ରଶଂସା…

ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ:

ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ବିଶେଷ ଟ୍ରେନ ପାଞ୍ଚ ଦିନ ପାଇଁ ଭୁବନେଶ୍ୱର…

ନୂଆଦିଲ୍ଲୀକୁ ଆହୁରି ଦୁଇଟି ଅଧିକ ସ୍ୱତନ୍ତ୍ର ଟ୍ରେନ୍ |

ନୂଆଦିଲ୍ଲୀକୁ ଆହୁରି ଦୁଇଟି ଅଧିକ ସ୍ୱତନ୍ତ୍ର ଟ୍ରେନ୍ | √ ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା-ରାଉରକେଲା ମାର୍ଗଦେଇ ଭୁବନେଶ୍ୱର ଓ ଆନନ୍ଦ ବିହାର ସାପ୍ତାହିକ…

 ୫,୫୧୨.୫ କୋଟି ଟଙ୍କା ଏବଂ ଟିପିଜି ୧୮୩୭.୫ କୋଟି ଟଙ୍କା ନିବେଶ

ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ଅଗ୍ରଣୀ ନିବେଶ ସଂସ୍ଥା ଜିଆଇସି ୫,୫୧୨.୫ କୋଟି ଟଙ୍କା ଏବଂ ଟିପିଜି ୧୮୩୭.୫ କୋଟି ଟଙ୍କା ନିବେଶ କରିବେ ଏହି ନିବେଶ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଖୁଚୁରା କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ସିଙ୍ଗାପୁରର  ଜିଆଇସି ପକ୍ଷରୁ ୫,୫୧୨.୫ କୋଟି ଟଙ୍କା ଓ ଅଗ୍ରଣୀ ନିବେଶ ସଂସ୍ଥା ଟିପିଜି ପକ୍ଷରୁ ୧୮୩୭.୫ କୋଟି ଟଙ୍କା ଟଙ୍କା ପୁଞ୍ଜିନିବେଶ କରାଯିବ । ଆର୍‌ଆର୍‌ଭିଏଲ୍‌ର ପ୍ରି-ମନି ଇକ୍ୱିଟି ମୂଲ୍ୟକୁ ୪.୨୮୫ ଲକ୍ଷ କୋଟି ଟଙ୍କା ଭାବେ ଆକଳନ କରି ଏହି ନିବେଶ କରାଯାଇଥିବା ଜଣାପଡିଛି । ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ଜିଆଇସିର ନିବେଶ ୧.୨୨ ପ୍ରତିଶତ ଓ ଟିପିଜିର ନିବେଶ ୦.୪୧ ପ୍ରତିଶତ ପୂର୍ଣ୍ଣ ବିଘଟିତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଚଳିତ ଆର୍ଥିକ ବର୍ଷର ପ୍ରାରମ୍ଭରେ ଜିଓ ପ୍ଲାଟଫର୍ମର୍ସ୍‌ରେ ୪୫୪୬.୮ କୋଟି ଟଙ୍କା ନିବେଶ କରିବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନ୍ୟତମ ସହଯୋଗୀ ସଂସ୍ଥାରେ ଏହା ହେଉଛି ଟିପିଜିର ଦ୍ୱିତୀୟ ପୁଞ୍ଜିନିବେଶ । ରିଲାଏନ୍ସ ରିଟେଲ୍ ଲିମିଟେଡ୍ ହେଉଛି ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା ଯାହାର ସାରା ଭାରତରେ ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍‌ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି । ଭାରତୀୟ ସମାଜକୁ ଲାଭ ପହଂଚାଇବା ଲାଗି ଏହା ଲକ୍ଷ ଲକ୍ଷ ଚାଷୀ, ଏମ୍‌ଏସ୍‌ଏମ୍‌ଇକୁ ସଶକ୍ତ କରୁଥିବା ବେଳେ ଅନେକ ସ୍ଥାନୀୟ ଓ ବିଶ୍ୱସ୍ତରୀୟ ସଂସ୍ଥା ସହ ଯୋଡ଼ି ହୋଇଛି ଏବଂ ନିୟୁତାଧିକ ଭାରତୀୟଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଏବଂ ସୁରକ୍ଷା ପ୍ରଦାନ କରୁଛି । ରିଲାଏନ୍ସ ରିଟେଲ୍ ଏହାର ନୂଆ କମର୍ସ ରଣନୀତିରେ ଅଣସଂଗଠିତ କ୍ଷେତ୍ରର ବ୍ୟବସାୟୀମାନଙ୍କୁୂ ଏହା ଡିଜିଟାଇଜ୍ କରୁଥିବା ବେଳେ ଖୁବ୍‌ଶୀଘ୍ର ୨୦ ନିୟୁତରୁ ଅଧିକ ବ୍ୟବସାୟୀଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା ସେମାନେ ପ୍ରଯୁକ୍ତି ଓ ଦକ୍ଷ ଯୋଗାଣ ଶୃଙ୍ଖଳର ଲାଭ ପାଇପାରିବା ସହ ନିଜର ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିପାରିବେ । ୧୯୯୨ରେ ସ୍ଥାପିତ ହୋଇଥିବା ଟିପିଜି ଏକ ବିଶ୍ୱସ୍ତରୀୟ ସଂପତ୍ତି ପରିଚାଳନା ସଂସ୍ଥା ଯାହା ଅଧୀନରେ ୮୩ ବିଲିଅନ ଡଲାରର ପରିଚାଳନାଧୀନ ସଂପତ୍ତି ରହିଛି । ଟିପିଜିର ପୋର୍ଟଫୋଲିଓରେ ଶତାଧିକ କଂପାନି ସହିତ ସାରା ବିଶ୍ୱରେ ଅଭିଜ୍ଞ ପ୍ରଫେସନାଲ୍  ଓ ପରାମର୍ଶଦାତା ରହିଥିବାବେଳେ, ଏହାର ପ୍ରାୟ ୩୦ ବର୍ଷର ନିବେଶ ଇତିହାସରେ ଏହା ଅନେକ କଂପାନିକୁ ପୂର୍ଣ୍ଣ କ୍ଷମତା ହାସଲ କରିବାରେ ସହାୟତା ପ୍ରଦାନ କରିଛି । ଶ୍ରୀଯୁକ୍ତ ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ରିଲାଏନ୍ସ ରିଟେଲ୍ ପରିବାରକୁ ଜିଆଇସିକୁ ଆମନ୍ତ୍ରିତ କରୁଥିବାରୁ ମୁଁ ଅତ୍ୟନ୍ତ ଖୁସି । ମୁଁ ବହୁତ ଉଲ୍ଲସିତ ଯେ ଜିଆଇସି, ଯାହାର ସାରା ବିଶ୍ୱରେ ସଫଳତାର ସହ ଦୀର୍ଘମିଆଦୀ ପୁଞ୍ଜିନିବେଶ କରିବାରେ ଦୀର୍ଘ ଚାରି ଦଶନ୍ଧୀ ପାଖାପାଖି ରେକର୍ଡ ରହିଛି ତାହା ଭାରତୀୟ ରିଟେଲ୍ ଦୃଶ୍ୟପଟ୍ଟରେ ପରିବର୍ତନ ଆଣିବା ଲାଗି ରହିଥିବା ଲକ୍ଷ୍ୟ ପାଇଁ ରିଲାଏନ୍ସ ରିଟେଲ୍ ସହ ସହଯୋଗିତା ସ୍ଥାପନ କରିଛି । ସେହିଭଳି ସମସ୍ତ ଭାରତୀୟଙ୍କୁ ଲାଭ ପହଂଚାଇବା ଲାଗି ଭାରତୀୟ ରିଟେଲ୍ ବ୍ୟବସ୍ଥାକୁ ବଢ଼ାଇବା ଏବଂ ସେଥିରେ ପରିବର୍ତନ ଆଣିବା ପାଇଁ ରିଲାଏନ୍ସ ରିଟେଲ୍ ଭେଂଚର୍ସର ମୂଲ୍ୟବାନ ନିବେଶକ ଭାବେ ଟିପିଜିକୁ ସ୍ୱାଗତ କରୁଥିବାରୁ ମଧ୍ୟ ମୁଁ ଆନନ୍ଦିତ । ବିଶ୍ୱସ୍ତରୀୟ ପ୍ରଯୁକ୍ତି ବ୍ୟବସାୟ ଓ ଶିଳ୍ପର ମୂଲ୍ୟବାନ ସହଯୋଗୀ ହେବାରେ ଟିପିଜିର ଟ୍ରାକ୍ ରେକର୍ଡ ରହିଛି ଓ ଆମର ଯାତ୍ରାରେ ସେମାନଙ୍କ ମାର୍ଗଦର୍ଶନ ଏବଂ ସହାୟତା ପାଇଁ ଆମେ ଆଶା ରଖିଛୁ ।’’ ଶ୍ରୀଯୁକ୍ତ ଲିମ୍ ଚାଓ କିଆଟ୍‌, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆଇସି  କହିଛନ୍ତି ଯେ, “ଏହି ନୂଆ ପୁଞ୍ଜିନିବେଶ ଜରିଆରେ ରିଲାଏନ୍ସର ସହଯୋଗୀ ହୋଇଥିବାରୁ ଜିଆଇସି ଖୁସି ଯାହା ଭାରତୀୟ ରିଟେଲ୍ ବଜାରର ଅଭିବୃଦ୍ଧିକୁ ସୁଦୃଢ଼ କରିବାରେ ରିଲାଏନ୍ସ ରିଟେଲ୍‌କୁ ଠିକ୍ ଭାବେ ଉପସ୍ଥାପିତ କରିପାରିବ । ଆମର ବିଶ୍ୱାସ ରହିଛି ଯେ ରିଲାଏନ୍ସ ରିଟେଲ୍ ଏହାର ବ୍ୟାପକ ଯୋଗାଣ ଶୃଙ୍ଖଳା ଏବଂ ଷ୍ଟୋର୍ ନେଟ୍‌ୱର୍କ ତଥା ସୁଦୃଢ଼ ଲଜିଷ୍ଟିକ୍ ଓ ଡାଟା ଭିତିଭୂମିକୁ ବ୍ୟବହାର କରି ଗ୍ରାହକ ଓ ଅଂଶଧନକାରୀମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବ ।  ’’ ଟିପିଜିର ସହ-ସିଇଓ, ଜିମ୍ କୋଲ୍‌ଟର୍ କହିଛନ୍ତି ଯେ, “ପ୍ରଯୁକ୍ତିକୁ ବ୍ୟବହାର କରି ରିଲାଏନ୍ ରିଟେଲ୍‌କୁ ଏକ ଦୃଢ଼, ସଂଗଠିତ ଏବଂ ଅଭିନବ ସଂସ୍ଥା ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଉପସ୍ଥାପନ କରିଛି । ରିଲାଏନ୍ସ ରିଟେଲ୍‌ର ଓମ୍‌ନିଚ୍ୟାନେଲ୍ ପ୍ଲାଟଫର୍ମର ସଂଯୋଗ, ପ୍ରଭାବ ଏବଂ ଅଧିକ ସ୍ଥାନରେ ତାହା ପହଂଚିଥିବାର ଶକ୍ତିକୁ ବ୍ୟବହାର କରି ଭାରତୀୟ ଗ୍ରାହକ ଓ କିରାନା ଷ୍ଟୋର୍‌ଗୁଡ଼ିକୁ ଲାଭ  ପହଂଚାଇବା ପାଇଁ ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ରିଟେଲ୍ ଶିଳ୍ପ ସୃଷ୍ଟି କରିବାକୁ ଚାହୁଥିବା ବେଳେ ସେମାନଙ୍କ ସହିତ ସହଯୋଗ ଦେଉଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ।’’ ଏହି ବୁଝାମଣା ଆବଶ୍ୟକ ନିୟାମକ ଓ ଅନ୍ୟାନ୍ୟ ମଂଜୁରୀ ଉପରେ ନିର୍ଭରଶୀଳ । ରିଲାଏନ୍ସ ରିଟେଲ୍ ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିବା ବେଳେ ସିରିଲ୍ ଅମରଚାନ୍ଦ ମଙ୍ଗଲଦାସ ଓ ଡେଭିସ୍ ପୋଲ୍‌କ ଆଣ୍ଡ୍ ୱାର୍ଡୱେଲ୍ ଆଇନଗତ ପରାମର୍ଶ ପ୍ରଦାନ କରିଛନ୍ତି । ଟିପିଜି ପାଇଁ ଡିଲୋଇଟି ଟଚ୍ ଟୋମାସୁ ଇଣ୍ଡିଆ ଏଲ୍‌ଏଲ୍‌ପି ଆର୍ଥିକ ଉପଦେଷ୍ଟା ଏବଂ ସର୍ଦୁଲ ଅମରଚାନ୍ଦ ମଙ୍ଗଳଦାସ ଆଣ୍ଡ୍ କୋ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।

Unveiling Samsung Galaxy S20 FE: Fan Favorite Features at an Accessible Price Point

Unveiling Samsung Galaxy S20 FE: Fan Favorite Features at an Accessible Price Point   India– September, 2020 –…

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍‌’ ଘୋଷଣା

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍‌’ ଘୋଷଣା ପୋଷ୍ଟ୍‌ପେଡ୍ ଧନ୍ ଧନା ଧନ୍‌, ଜିଓ ଧନ୍ ଧନା ଧନ୍‌ – ବିନା କୌଣସି ଅତିରିକ୍ତ ମୂଲ୍ୟରେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜନି+ ହଟ୍‌ଷ୍ଟାର୍‌ – ପରିବାର (ଫାମିଲି) ପ୍ଲାନ୍ ସହ ଡାଟା ରୋଲ୍‌ଓଭର୍ ସୁବିଧା – ଭାରତର ପ୍ରଥମ ବିମାନ ମଧ୍ୟରେ ସେବା – ଆମେରିକା ଓ ୟୁଏଇରେ ବିନା ମୂଲ୍ୟର ବିନା ମୂଲ୍ୟରେ ଆନ୍ତର୍ଜାତିକ ରୋମିଂ – ବିଶ୍ୱର ଯେକୌଣସି ସ୍ଥାନରୁ ୧ ଟଙ୍କାରେ ଭାରତକୁ କଲ୍ କରିବା ସୁବିଧା – ମାଗଣା ହୋମ୍ ଡେଲିଭରି ଏବଂ ଆକ୍ଟିଭେସନ୍‌ – ବିନା ସମୟ ଅପଚୟରେ ନିଜର ପ୍ରଚଳିତ ନମ୍ବରକୁ ଜିଓରେ ରୂପାନ୍ତରିତ କରନ୍ତୁ ମୁମ୍ବାଇ / ଭୁବନେଶ୍ୱର: ପୋଷ୍ଟପେଡ୍ ସେବା କ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁ ଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁ କେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତ ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ନୂତନ ଭାବେ ଉନ୍ମୋଚିତ ଏହି ପୋଷ୍ଟପେଡ୍ ସେବାର ମୂଳ ଲକ୍ଷ୍ୟ ହେଉଛି ଯୋଗାଯୋଗ, ମନୋରରଂଜନ ଏବଂ ଅନୁଭୂତି କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କରିବା । ଏ ସମ୍ପର୍କରେ ଶ୍ରୀଯୁକ୍ତ ଆକାଶ ଅମ୍ବାନି, ନିର୍ଦ୍ଦେଶକ, ଜିଓ କହିଛନ୍ତି ଯେ, “ଜିଓ ପୋଷ୍ଟପେଡ୍ ପ୍ଲସ୍‌କୁ ଉନ୍ମୋଚନ କରିବା ପାଇଁ ବର୍ତ୍ତମାନ ହେଉଛି ସବୁଠାରୁ ଭଲ ସୁଯୋଗ ଓ ସମ୍ଭାବନାଭରା ସମୟ । ପ୍ରିପେଡ୍ ସ୍ମାର୍ଟଫୋନ୍ ବର୍ଗରେ ପ୍ରାୟ ୪୦ କୋଟି ସନ୍ତୁଷ୍ଟ ଗ୍ରାହକଙ୍କ ବିଶ୍ୱାସ ଜିତିବା ପରେ, ଆମେ ଆମର ଗ୍ରାହକ ପସନ୍ଦକୁ ପୋଷ୍ଟପେଡ୍ ବର୍ଗକୁ ସଂପ୍ରସାରିତ କରିବାକୁ ଚାହୁଛୁ । ପ୍ରତିଟି ପୋଷ୍ଟପେଡ୍ ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି ଜିଓ ପୋଷ୍ଟପେଡ୍ ପ୍ଲସ୍‌କୁ ଅତି ସୂକ୍ଷ୍ମ ଭାବେ ଡିଜାଇନ୍ ଓ ପ୍ରସ୍ତୁତ କରାଯାଇଛି । ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣାତ୍ମକ ମାନର ସଂଯୋଗ, ସୀମାହୀନ ପ୍ରିମିୟମ୍ ମନୋରଂଜନ ଉପଲବ୍ଧତା, ନିରବଚ୍ଛିନ୍ନ ଓ ସୁଲଭ ଆନ୍ତର୍ଜାତିକ ରୋମିଂ, ସଦ୍ୟତମ ଓ ଅଭିନବ ସୁବିଧା ସୁଯୋଗ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନନ୍ୟ ଗ୍ରାହକ ଅନୁଭୂତି ଭଳି ଆବଶ୍ୟକତାକୁ ଏହା ପୂରଣ କରୁଛି । ଆମେ ଏକ ସୁବର୍ଣ୍ଣ ମାନର ସେବା ଅନୁଭୂତି ପ୍ରସ୍ତୁତ କରିବାକୁ ଉଦ୍ୟମ କରିଛୁ ଏବଂ ଆମେ ଆଶା କରୁଛୁ ଯେ ଭାରତର ପ୍ରତିଟି ପୋଷ୍ଟ୍‌ପେଡ୍ ବ୍ୟବହାରକାରୀ । ଉପଭୋକ୍ତା ଏହାର ପୂର୍ଣ୍ଣ ବ୍ୟବହାର କରିବେ ।’’ ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଗ୍ରାହକମାନେ ପାଇବେ ଏଣ୍ଟରଟେନ୍‌ମେଣ୍ଟ୍ ପ୍ଲସ୍‌, ଫିଚର୍ସ ପ୍ଲସ୍‌, ଇଣ୍ଟରନ୍ୟାସନାଲ୍ ପ୍ଲସ୍ ଏବଂ ଏକ୍ସପେରିଏନ୍ସ ପ୍ଲସ୍ ଭଳି ଅନନ୍ୟ ସେବା ଓ ସୁବିଧା ସମ୍ଭାର । ଏଣ୍ଟରଟେନ୍‌ମେଣ୍ଟ୍ ପ୍ଲସ୍‌ରେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଓ ଡିଜନି+ ହଟ୍‌ଷ୍ଟାର୍‌ର ସବ୍‌ସ୍କ୍ରିପ୍‌ସନ୍ ଓ ଜିଓ ଆପ୍‌ଗୁଡ଼ିକ ସହିତ ୬୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ଭିଡିଓ କଣ୍ଟେଟ୍‌, ୫ କୋଟି ଗୀତ ଓ ୩୦୦ରୁ ଅଧିକ ସମ୍ବାଦପତ୍ର ଉପଲବ୍ଧ ହେବ । ଫିଚର୍ସ ପ୍ଲସ୍‌ରେ ପ୍ରତି ସଂଯୋଗ ପିଛା ମାତ୍ର ୨୫୦ ଟଙ୍କାରେ ସାରା ପରିବାର ପାଇଁ ଫାମିଲି ପ୍ଲାନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଅର୍ଥାତ ବଳକା ଡାଟା ପରବର୍ତ୍ତୀ ମାସକୁ ସ୍ଥାନାନ୍ତରଣ ଏବଂ ଭାରତ ଓ ବିଦେଶରେ ୱାଇ-ଫାଇ କଲିଂ ସୁବିଧା ମିଳିବ । ଇଣ୍ଟରନ୍ୟାସନାଲ୍ ପ୍ଲସ୍‌ରେ ବିଦେଶକୁ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ପ୍ରଥମ ଧରଣର ବିମାନ ଭିତରେ ସଂଯୋଗ ଉପଲବ୍ଧ ହେବ । ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁଏଇରେ ମାଗଣାରେ ଆନ୍ତର୍ଜାତିକ ରୋମିଂ ସୁବିଧା, ଆନ୍ତର୍ଜାତିକ ରୋମିଂରେ ଥିବା ବେଳେ ଭାରତକୁ ୧ ଟଙ୍କାରେ କଲ୍ କରିବା ସୁବିଧା ଏବଂ ମିନିଟ୍ ପିଛା ୫୦ ପଇସାରୁ ଆରମ୍ଭ କରି ଆନ୍ତର୍ଜାତିକ କଲ୍ କରିବାର ସୁବିଧା ମିଳିବ । ଏକ୍ସପେରିଏନ୍ସ ପ୍ଲସ୍‌ରେ ଜିଓରେ ପୁରୁଣା କ୍ରେଡିଟ୍ ଲିମିଟ୍ ଜାରି ରହିବ ଏବଂ ସମାନ ନମ୍ବର ରହିବ, କୌଣସି ଅପେକ୍ଷା ସମୟ ରହିବ ନାହିଁ । ଏଥି ସହିତ ମାଗଣା ହୋମ୍ ଡେଲିଭରି ଓ ଆକ୍ଟିଭେସନ୍ ଏବଂ ପ୍ରିମିୟମ୍ କଲ୍ ସେଂଟର ସେବା ଉପଲବ୍ଧ ହେବ । ଜିଓ ପୋଷ୍ଟପେଡ୍ ସ୍ଳସ୍‌ରେ  ଟାରିଫ୍ ପ୍ଲାନ୍ ୩୯୯ ଟଙ୍କାରୁ ଆରମ୍ଭ ହୋଇଛି । ଗ୍ରାହକମାନଙ୍କ ପାଇଁ ୩୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା, ୯୯୯ ଟଙ୍କା ଓ ୧୪୯୯ ଟଙ୍କିଆ ଟାରିଫ୍ ପ୍ଲାନ୍ ଘୋଷଣା କରାଯାଇଛି । ୩୯୯ ଟଙ୍କିଆ ପ୍ଲାନ୍‌ରେ ୭୫ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍ ସେବା, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି-ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଏବଂ ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ସୁବିଧା ମିଳିବ । ୫୯୯ ଟଙ୍କିଆ ପ୍ଲାନ୍‌ରେ ୧୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି-ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୧ଟି ଅତିରିକ୍ତ ସିମ୍ ମିଳିବ । ସେହିପରି, ୭୯୯ ଟଙ୍କିଆ ପ୍ଲାନ୍‌ରେ ୧୫୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୨ଟି ଅତିରିକ୍ତ ସିମ୍ ମିଳିବ । ୯୯୯ ଟଙ୍କିଆ ପ୍ଲାନ୍‌ରେ ୨୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌,…