ହେଲ୍ଥ କେୟାରର ନୂତନ ଶାଖାର ଶୁଭାରମ୍ଭ

ହେଲ୍ଥ କେୟାରର ନୂତନ ଶାଖାର ଶୁଭାରମ୍ଭ

ଭୁବନେଶ୍ୱର,୧୨/୧୨:  ନିମ୍ନ, ମଧ୍ୟବି ଶ୍ରେଣୀର ଲୋକଙ୍କ ପାଇଁ ଶୁଭାରମ୍ଭ ହେଲା ନିଗମ ହେଲ୍ଥ କେୟାର । ଆଜି ଗଙ୍ଗନଗର ଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ନିଗମ ହେଲ୍ଥ କେୟାର ଉଦ୍ଘାଟିତ ହୋଇଯାଇଛି । ଅନ୍ୟତମ ଅତିଥି ଭାବେ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେଶ ପତ୍ରୀ, ପୂଣ୍ୟ ଉକ୍ରଳର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର ଓ କ୍ରିିଟିକାଲ କେୟାର ବିଶେଷଜ୍ଞ ଡ. ହରିଶ ଚୌଧୁରୀ ଯୋଗ ଦେଇଥିଲେ । ହସ୍ପିଟାଲ ପରି·ଳନା ନିର୍ଦ୍ଦେଶକ ଡ. ଅନୁପମ ବେହେରା ଓ ପ୍ରତିଷ୍ଠାତା ଭଗବାନ ଚରଣ ବେହେରା ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କର୍ପୋରେଟ ଢ।।ରେ ନିମ୍ନମଧ୍ୟବିଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇବାର ସୁବିଧା କରୁଥିବାରୁ ମନ୍ତ୍ରୀ ଶ୍ରୀ ପଣ୍ଡା ଖୁସି ପ୍ରକାଶ କରିଥିଲେ । ଯୁବ ଡ଼ାକ୍ତର ତଥା ଜଣେ ସଫଳ ଉଦ୍ୟୋଗୀ ହୋଇଥିବାରୁ ଡ. ଅନୁପମ ବେହେରାଙ୍କୁ ରାଜ୍ୟ ଯୁବ ବିଜେଡ଼ି ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ ଭୂୟସୀ ପ୍ରଶଂସା କରିଥିଲେ । ସ୍ୱାସ୍ଥ୍ୟର ବ୍ୟବସାୟୀକରଣ ନ କରି ସେବାକୁ ଧ୍ୟାନ ଦେବା ପାଇଁ ମନୋରଞ୍ଜନ ମହାପାତ୍ର ଉଦ୍ବୋଧନ ଦେଇଥିଲେ । ସ୍ୱାସ୍ଥ୍ୟ ଓ ସମାଜ ସେବାରେ ନିଗମ ହେଲ୍ଥ କେୟାର ସହରରେ ବାସ କରୁଥିବା ନିମ୍ନ ମଧ୍ୟବିଙ୍କ ପାଖରେ ଅହରହ ଲାଗି ରହୁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ହରିଶ ଚୌଧୁରୀ କାମନା କରିଥିଲେ । ଆଗାମୀ ଦିନରେ ସହରାଳ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ଉଦାହରଣ ସୃଷ୍ଟି କରିବୁ ବୋଲି ଡ. ବେହେରା ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *