ପୁରୁଣା ଭୁବନେଶ୍ୱରରେ ସୁଖଧାମ ବୃଦ୍ଧାଶ୍ରମ ଉଦ୍ଘାଟିତ

ପୁରୁଣା ଭୁବନେଶ୍ୱରରେ ସୁଖଧାମ ବୃଦ୍ଧାଶ୍ରମ ଉଦ୍ଘାଟିତ

ଭୁବନେଶ୍ୱର, ୧୦.୧ : ସୁଖଧାମ ·ରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୁଣା ଭୁବନେଶ୍ୱର ସୁନ୍ଦରପଦା କୁମ୍ଭାରସାହି ଛକଠାରେ ଏକ ବୃଦ୍ଧାଶ୍ରମ ଆଜି ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି ।
ବିଶିଷ୍ଟ ବୈଦିକ ବିଦ୍ୱାନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନ ଉତ୍ସବରେ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ସ୍ଥାନୀୟ କର୍ପୋରେଟର ମୁ ନନ୍ଦ, ସମାଜସେବୀ ସୁଦର୍ଶନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନ୍ତେବାସୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଦେବଜାନୀ ରାଉତରାୟ ସ୍ୱାଗତ ଭାଷଣ ଓ କାଦମ୍ବିନୀ କର ଧନ୍ୟବାଦ ଅର୍ପଣ କରିଥିଲେ । ମା ତୁଳସୀ ମହିଳା ମହାସଂଘର କର୍ମର୍କାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *