ଓଡିଶାରେ ୧୩ହଜାର ସୀମା ପାଲ କଲା କରୋନା ।

ଭୁବନେଶ୍ୱର:୧୨.୦୭ ଓଡିଶାରେ ୧୩ହଜାର ସୀମା ଡେଇଁଛି କରୋନା । ୨୧ ଜିଲ୍ଲାରେ ୫୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧ ରେ ପହଞ୍ଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧ ଲୋକାଲ କେଶ୍‍ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଗଞ୍ଜାମରେ ସର୍ବାଧିକ ୨୩୦, ଯାଜପୁରରେ ୯୭ ଓ ଖୋରଧାରେ ୭୬ ଚିହ୍ନଟ ହୋଇଥିବାବେଳେ କୋରାପୁଟରେ ୪୪, ମାଲକାନଗିରିରେ ୩୬, ଗଜପତିରେ ୨୦, ମୟୁରଭଞ୍ଜରେ ୧୪, ବାଲେଶ୍ୱର, ଭଦକ୍ର ଓ କଟକରେ ୧୧କରି, ପୁରୀରେ ୧୦, ସୁନ୍ଦରଗଡରେ ୮, ଜଗତ୍‍ସିଂହପୁର ଓ ନୟାଗଡରେ ୫କରି, କଳାହାଣ୍ଡିରେ ୪, ବରଗଡ ଓ କେନ୍ଦୁଝରରେ ୩କରି, କେନ୍ଦ୍ରାପଡା, ରାୟଗଡା ଓ ସମ୍ବଲପୁରରେ ୨ଜଣକରି ଏବଂ ବଲାଙ୍ଗିରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୮୩୬୦ ଜଣ ଚିକିତ୍ସାପରେ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଆଜି ସୁଦ୍ଧା ୪୬୭୭ଜଣ ଚିକିତ୍ସିତ ହେଉଛନ୍ତି । ଡାକ୍ତରଖାନାରେ ସର୍ବାଧିକ ୧୭୪୫ଜଣ ଗଞ୍ଜାମ ଜିଲ୍ଲାରେ ଥିବାବେଳେ ସୁନ୍ଦରଗଡରେ ୪୫୭, ଖୋରଧାରେ ୪୨୫, ଯାଜପୁରରେ ୩୬୭ ଓ କଟକରେ ୩୧୯ଜଣ ଅଛନ୍ତି ।ସେହିଭଳି କରୋନାରେ ରାଜ୍ୟରେ ଆଉ ୩ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବା ଜଣାଯାଇଛି । ଏହି ୩ ମୃତ୍ୟୁ କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚି ଥିବାବେଳେ ଗଞ୍ଜାମ ଜିଲ୍ଲାରେ ୩୯ ହୋଇଛି । ରାଜ୍ୟରେ ଆଜି ସୁଦ୍ଧା ୩,୩୪,୫୨୭ଟି ନମୂନା ପରୀକ୍ଷା ହୋଇଥିବା ସରକାରୀ ଭାବେ କୁହାଯାଇଛି ।

Leave a Reply

Your email address will not be published. Required fields are marked *