ଶ୍ରୀଲିଙ୍ଗରାଜଙ୍କ ପୁଷ୍କରଣୀ ବିନ୍ଦୁସାଗର, ଦୟା ଓ କୁଆଖାଇ ନଦୀରେ ସକାଳେ ଲୋକଙ୍କ ଶ୍ରଦ୍ଧାଳୁ ଙ୍କ ଭିଡ।

ଶ୍ରୀଲିଙ୍ଗରାଜଙ୍କ ପୁଷ୍କରଣୀ ବିନ୍ଦୁସାଗର, ଦୟା ଓ କୁଆଖାଇ ନଦୀରେ ସକାଳେ ଲୋକଙ୍କ ଶ୍ରଦ୍ଧାଳୁ ଙ୍କ ଭିଡ।

ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ ଭିଡ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୋଇତ ବନ୍ଦାଣ ଉତ୍ସବ ପାଳନ ପାଳନ କରାଯାଇଛି !ଆ… କା… ମା… ବୈ, ପାନ ଗୁଆ ଥୋଇ ଗୀତ ଆବାଳ ବୃଦ୍ଧବନିତା ନଳାଜୟ ନିକଟରେ ଡଙ୍ଗା ଭସାଇଛନ୍ତି ।ଶ୍ରୀଲିଙ୍ଗରାଜଙ୍କ ପୁଷ୍କରଣୀ ବିନ୍ଦୁସାଗର, ଦୟା ଓ କୁଆଖାଇ ନଦୀରେ ସକାଳେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଭଳି ଭଳିକି ରଙ୍ଗର ବୋଇତ ଭସାଇଥିଲେ ଲୋକେ। ବୋଇତରେ ପାନ, ଗୁଆ ଥୋଇ ପୂଜା କରିଥିଲେ ଓ ପରେ ଏହାକୁ ଭସାଇଥିଲେ। ଏଥିସହିତ ସହର ଓ ଉପକଣ୍ଠରେ ଥିବା ବିଭିନ୍ନ ଜଳାଶୟା ନିକଟରେ ମଧ୍ୟ ଭିଡ ପରିଲକ୍ଷିତ ହୋଇଥିଲା । କଟକର ମହାନଦୀ ଓ କାଠଯୋଡ଼ି ନଦୀରେ ମଧ୍ୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଭଳି ଭଳିକି ରଙ୍ଗର ବୋଇତ ଭସାଇଥିଲେ ଲୋକେ। ବୋଇତରେ ପାନ, ଗୁଆ ଥୋଇ ପୂଜା କରିଥିଲେ ଓ ପରେ ଏହାକୁ ଭସାଇଥିଲେ। ଏହି ଡଙ୍ଗାଭସାକୁ ଦୃଷ୍ଟିରେ ରଖି ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଜାଭା, ସୁମାତ୍ରା ଓ ବାର୍ଲି ଭଳି ଅଞ୍ଚଳକୁ ଯିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଲଗ୍ନ ଥିଲା। ତେଣୁ ଓଡ଼ିଶାର ସେହି ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଯାଏ।

Leave a Reply

Your email address will not be published. Required fields are marked *