ମାର୍କେଟ୍ ଆସୋସିଏସନ୍ ସହିତ ବୈଠକ ସୁସ୍ଥ ବାତାବରଣ ଓ ପ୍ରତିଯୋଗୀ ହୋଇ ବ୍ୟବସାୟ ଚଳାନ୍ତୁ-କୋଭିିଡ୍ ୧୯ ର ନିୟମାବଳୀ ମାନନ୍ତୁ ଗ୍ରାହକ କୋଭିିଡ୍ ୧୯ ର ନିୟମାବଳୀ ଉଲଙ୍ଘନ କଲେ ମିଳିବନି ସଉଦା

ମାର୍କେଟ୍ ଆସୋସିଏସନ୍ ସହିତ ବୈଠକ ସୁସ୍ଥ ବାତାବରଣ ଓ ପ୍ରତିଯୋଗୀ ହୋଇ ବ୍ୟବସାୟ ଚଳାନ୍ତୁ-କୋଭିିଡ୍ ୧୯ ର ନିୟମାବଳୀ ମାନନ୍ତୁ ଗ୍ରାହକ କୋଭିିଡ୍ ୧୯ ର ନିୟମାବଳୀ ଉଲଙ୍ଘନ କଲେ ମିଳିବନି ସଉଦା

ଭୁବନେଶ୍ୱର,୧ଅଗଷ୍ଟ /୨୦: ଖୋଲିବ ମାର୍କେଟ ,ଆଶଙ୍କା ଜନଗହଳିର, ତେବେ ଅନ୍‌ଲକ୍‌କୁ ପ୍ରାଧାନ୍ୟ ଦିଆଯାଇଥିବାବେଳେ ସରକାର ନିୟନ୍ତ୍ରଣକୁ ମଧ୍‌୍ୟ କଡାକଡି ପାଳନ କରିବାକୁ ଅନୁରୋଧ ଜଣାଇଛନ୍ତି । ଏହି ଆଧାରରେ ଆଜି ଭୁବନେଶ୍ୱର ମହାନଗର ନିଗମ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ଏକ ସ୍ୱତନ୍ତ୍ର ବୈଠକ ।ଏଥିରେ ରାଜ୍ୟ ସ୍ତରୀୟ ଅବଜରଭର୍ ମହିଳା ଶିଶୁ ବିଭାଗର ପ୍ରମୁଖ ଶାସନ ସଚିବ ଅନୁଗର୍ଗ, ଲେବର କମିଶନର ଏନ୍ ତିରୁମାଲା ନୟକ, ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀଙ୍କ ସହିତ ବିଏମସି କମିଶନର ପ୍ରେମଚନ୍ଦ୍ର ଜୌଧୁରୀ ଉପସ୍ଥିତ ଥିବା ଉକ୍ତ ବୈଠକରେ ଭୁବନେଶ୍ୱର ମହାନଗର ନିଗମାଞ୍ଚଚଳର ପ୍ରାୟ ୧୫ ଟି ମାର୍କେଟ ଆସୋସିଏସନର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ ।ସାଧାରଣ କାରବାରଠୁ ନେଇ ସଉଖିନ ଦ୍ରବ୍ୟର କାରବାରରେ କିପରି ନାଗରିକମାନେ ତଥା ସମ୍ପୃକ୍ତ ବ୍ୟବସାୟୀମାନେ କୋଭିଡ୍‌୧୯ ନିର୍ଦ୍ଦେଶାବାଳୀ ମାନି ଚଲାଇବେ ଏବଂ ନାଗରିକ ତଥା ଆନୁଷ୍ଠନିକ ସହଯୋଗର ହାତ ସରକାରଙ୍କ ପଦକ୍ଷେପକୁ କରୋନା ପ୍ରତିରୋଧରେ ଦୃଢ କରିବ ସେଥିପାଇଁ ଏହି ବୈଠକର ଆୟୋଜନ କରାଯାଇଛି ବୋଲି କହିଥିଲେ କମିଶନର ପ୍ରେମଚନ୍ଦ୍ର ଚୌଧାରୀ ।ଆମକୁ କୋଭିଡ୍ ପରିପ୍ରେକ୍ଷୀରେ ନିୟମମାନି ଆଗକୁ ଯିବାର ଅଛି । ତେଣୁ ଏଥିପାଇଁ ପ୍ରସ୍ତୁତ ଏକ ଚିତ୍ରିତ ନିର୍ଦ୍ଦେଶାବଳୀର ଉପସ୍ଥାପନା କରାଯାଇଥିଲା-
ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦେଇ, ହାଟ, ବଜାରରେ ସଉଦା ପାଇଁ ନାଗରିକ କିପରି ଆସିବେ ନାଗରି:
– ଦୋକାନ ପରିବେଶର ପରିଚ୍ଛନ୍ନତା
– ପ୍ରତ୍ୟେକ ସାମଗ୍ରୀକୁ ପ୍ୟାକରେ ଦେବା
– ଅଧିକାଂଶ ଦେୟକୁ ଅନଲାଇନ୍ ବା ଫୋନ ପେ ଇତ୍ୟାଦିରେ ଦେବାକୁ ଉତ୍ସାହିତ କରିବାକୁ କୁହାଯାଇଥିଲା ।
ଏତଦ୍ ବ୍ୟତୀତ ବିଏମସି ଏବଂ ପୋଲିସର ମଧ୍ୟ କଡାକଡି ଭାବେ ବଜାର ଅ୍ୟ୍‌ଚଳ ପରିଦର୍ଶନ କରାଯିବ । ଆନୁଷ୍ଠାନିକ କ୍ଷେତ୍ରରେ ୫୦୦୦ ପର୍ଯ୍ୟନ୍ତ ଜୋରିମାନା, ଦୋକାନ ସିଲ୍ ଇତ୍ୟାଦି କରିବାକୁ ବିଏମସି ବାଧ୍‌ୟ ହେବେ, ଯେଉଁଠାରେ ଉଲ୍ଲଂଘନ ନଜର ଆସିବ । ଶୃଙ୍ଖଳିତ ଜୀବନ ଯାତ୍ରା ବେଳେ ସରକାର ଚାହିଁଲେ ହେବ ନାହିଁ , ବରଂ ବ୍ୟବସାୟୀକ ତଥା ଅନ୍ୟାନ୍ୟ ପ୍ରତିଷ୍ଠାନ ସର୍ବୋପରି ଏଗୁଡିକୁ ପରିଚାଳନା କରୁଥିବା ଆନୁଷ୍ଠାନିକ ମୁଖ୍ୟ ମାନଙ୍କର ସହଯୋଗ ଲୋଡିଥିଲେ ବିଏମସି କର୍ତ୍ତୃପକ୍ଷ ।

ଅନ୍ୟପକ୍ଷରେ ପ୍ରମୁଖ ଶାସନ ସଚିବ ମହିଳା ଓ ଶିଶୁ ବିଗାଶ ବିଭାଗ- ଅନୁଗର୍ଗ କହିଥିଲେ ଯେ, ସମୟର ପ୍ରଭାବରେ ଆମକୁ କେବଳ ଅସୁବିଧାକୁ ଦ୍ୱାହିଦେଇ ଗହଳିକୁ ପ୍ରଶୟ ଦେଲେ ସରକାର ଏବଂ ନାଗରିକ ବା ଗୋଷ୍ଠୀର ସମ୍ମିଳିତ ଉଦ୍ୟମ ସଫଳ ହେବନାହିଁ । ବରଂ ଅସୁବିଧା ରହିପାରେ, ଏହି ଅବସ୍ଥା ଆଉ କିଛି ଦିନ ରହିପାରେ, କିନ୍ତୁ ଏକ ପ୍ରକାର ନୂଆ ରଣନୀତି ନେଇ ଆମକୁ ଆଗେଇବାକୁ ହେବ ବୋଲି ସେ ବ୍ୟବସାୟୀକ ଅନୁଷ୍ଠାନମାନଙ୍କୁ ବୁଝାଇଥିଲେ । ସ୍ୱତନ୍ତ୍ର ଭାବେ ବ୍ୟବସାୟିକ ପ୍ରତିଷ୍ଠାନ କେତେଦୂର ନିୟମମାନି କେତେ ଶୃଙ୍ଖଳିତ ଭାବେ କରିପାରିଛନ୍ତି ସେଥିପାଇଁ ପରସ୍ପର ଏକ ପ୍ରକାର ସୁସ୍ଥ ପ୍ରତିଯୋଗୀ ମନୋଭାବରେ ଏହା କରନ୍ତୁ; ଏବଂ ବିଏମସି ଆଗାମୀ ଦିନରେ ଭଲ ଭାବେ ନିୟମ ମାନିଥିବା ବଜାର/ମାର୍କେଟ ଆସୋସିଏସନକୁ ପୁରସ୍କୃତ କରିବାକୁ ପରାକର୍ଶ ଦେଇଥିଲେ ।
ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ କହିଥିଲେ ଯେ, ଏକ ପରିସ୍ଥିତିରେ ମଣିଷର କେବଳ ବୁଦ୍ଧି ବାହାରିଥାଏ, ଏବଂ ସେ ସମସ୍ତ ପରିସ୍ଥିତିରେ ନିଜକୁ ତିଷ୍ଠି ରଖାିପାରେ । ତେଣୁ ଏହି ମାର୍କେଟ ଶୃଙ୍ଖଳା ପାଇଁ ପ୍ରତ୍ୟେକ ବ୍ୟବସାୟୀକ ଅନୁଷ୍ଠାନ ଏକ ସ୍ୱତନ୍ତ୍ର ନିତୀର ଅବଲମ୍ବନ କରି କରୋନା ବିରୁଦ୍ଧରେ ସଂଗ୍ରାମ କରିବାରେ ସହଯୋଗ କରନ୍ତୁ ଏବଂ ବ୍ୟବସାୟୀ ଚାଲୁ ରଖନ୍ତୁ । ତେଣୁ ଏହାର ନିୟନ୍ତ୍ରଣ ଆପଣଙ୍କର । ପୋଲିସ ବା ଶାସନ କେବେ ଇଛାକରି କୌଣସି ପ୍ରକାର ଜୋର୍ ଜବରଦସ୍ତ କରି ନଥାଏ; ପରିସ୍ଥିତି ହେତୁ ସରକାର ନାଗରିକଙ୍କ ହିତ ଦୃଷ୍ଟିରୁ ବନ୍ଦ ବା ସିଲ୍ ଏବଂ ଜୋରିମାନା କରିଥାନ୍ତି ବୋଲି ସେ ସୂଚାଇଥିଲେ । ଏପରିକି ନିଜ ମାର୍କେଟ ଏରିଆର ବ୍ୟାରିକେଟ୍ ନିଜେ କରି ପ୍ରଶାସନକୁ ଜଣାଇ ଯଦି ଭଲରେ ନୟନ୍ତ୍ରଣ ହୋଇପାରିଲା, ତେବେ ଏହା ଉତ୍ତମ ହେବବୋଲି ସେ କହିଥିଲେ ।

ମୌଳିକ ନିୟମ ମାନିବା ଯଥା: ମାସ୍କ, ସାମାଜିକ ଦୂରତା ଏବଂ ପରିଚ୍ଛନ୍ନତା ରକ୍ଷାକୁ ଗୁରୁତ୍ୱ ଦେବାର ଅଭ୍ୟାସ ନାଗରିକ, ଗରାଖ ଏବଂ ବ୍ୟବସାୟୀ ଏହିପରି ସମସ୍ତେ କରିପାରିଲେ ସାମୂହିକ ଉଦ୍ୟମରେ କୋଭିଡ୍‌-୧୯ର ମୁକାବିଲା ହୋଇପାରିବ ବୋଲି କହିଥିଲେ ଲେବର କମିଶନର ଏନ୍ ଥିରୁମାଲା ନାୟକ । ତେବେ ଉପସ୍ଥିତ ବ୍ୟବସାୟିକ ନେତୃବୃନ୍ଦ ଏହାକୁ ମାନିକି ଏବଂ ଶୃଙ୍ଖଳା ପାଇଁ ଯଥା ସମ୍ଭବ ଚେଷ୍ଟା କରିବାକୁ ସମ୍ମତି ପ୍ରଦାନ କରିଥିଲେ ।

ଅନ୍ୟ ପଦାଧିକାରୀଙ୍କ ମଧ୍ୟରେ ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ୍‌, ଅବନୀକାନ୍ତ ପଟ୍ଟନାୟକ ଏବଂ ବିଡିଏର ସେକ୍ରେଟେରୀ ହରିଶ୍ ଚନ୍ଦ୍ର ନାୟକ ଇତ୍ୟାଦି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.