ପେନ୍ସନ୍ ହିତାଧିକାରୀଙ୍କ ପାଇଁ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ

ପେନ୍ସନ୍ ହିତାଧିକାରୀଙ୍କ ପାଇଁ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ
– ସାମାଜିକ ସୁରକ୍ଷା ଯୋଜନାରେ ସ୍ୱଚ୍ଛତାକୁ ଗୁରୁତ୍ୱ
– ଆଧାର ସଂଯୁକ୍ତ ହିତାଧିକାରୀଙ୍କୁ ବିଏମ୍ସି ଏବଂ ଆକ୍ସିସ୍ ବ୍ୟାଙ୍କର ସ୍ୱତନ୍ତ୍ର ସେବା
ଭୁବନେଶ୍ୱର, ୨୭/୧୨/୧୯ : ସାମଜିକ ସୁରକ୍ଷା ଅଧିନରେ ଭୁବନେଶ୍ୱର ମହାନଗର ନିଗମା ଳରେ ବିଭିନ୍ନ ଅଧିକାର ଏବଂ ସ୍ଥିତି ହେତୁ ଭତା ପାଉଥିବା ଯୋଗ୍ୟ ହିତାଧିକାରୀଙ୍କୁ ଭତା ପ୍ରଦାନ ଏବେ ଆଧାର ସଂଯୋଗୀକରଣ ମାଧ୍ୟମରେ ହେବ । ମହାନଗର ନିଗମଙ୍କ ଦ୍ୱାରା ଦିଆଯାଇଥିବା ଏହି ନିଷ୍ପ ିକୁ କ୍ଷେତ୍ର ବିଶେଷରେ କାର୍ଯ୍ୟକାରୀ କରିବା ପାଇଁ ଆଜି ଭୁବନେଶ୍ୱର ମହାନଗର ନିଗମ ଏବଂ ଆକ୍ସିସ୍ ବ୍ୟାଙ୍କ୍ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସରକାରଙ୍କ ନିୟମ ଅନୁସାରେ ସାମାଜିକ ସୁରକ୍ଷା ଅଧିନସ୍ଥ ସମସ୍ତ ଭତା ହିତାଧିକାରୀଙ୍କୁ ଆଧାର ସଂଯୋଗୀକରଣ କରାଇ ଏହାର ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଏପରି ପଦକ୍ଷେପ ନେଇଛନ୍ତି ମହାନଗର ନିଗମ କର୍ତୁପକ୍ଷ । ଆଧାର ସଂଯୋଗୀକରଣ ମାଧ୍ୟମରେ ଭତା ପ୍ରଦାନ ଦ୍ୱାରା ହିତାଧିକାରୀଙ୍କୁ
ସେମାନଙ୍କର ଭତା ଦେବାରେ ନିଶ୍ଚିତତା ଏବଂ ସ୍ୱଚ୍ଛତାକୁ ବଜାୟ ରଖାଯିବାରେ ସହଜ ହେବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ୍ଚନ୍ଦ୍ର ଚୌଧାରୀ । ବିଏମସି ପକ୍ଷରୁ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ ଡେପୁଟି କମିଶନର ଅଶୋକ କୁମାର ମହାନ୍ତି ଏବଂ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ସାମନ୍ତରାପୁର ଶାଖା ଆକ୍ସିସ୍ ବ୍ୟାଙ୍କ୍ର ବ୍ରଜ କିଶୋର ମିଶ୍ର । ସ୍ୱାକ୍ଷରିତ ପରେ ଆକ୍ସିସ୍ ବ୍ୟାଙ୍କ୍ ସହିତ ବୁଝାମଣା ପତ୍ର ଆଦାନ ପ୍ରଦାନ କରିଥିଲେ ବିଏମସିର ମୁଖ୍ୟ ବିତ ଅଧିକାରୀ ଲାବଣ୍ୟ ଶବର ।
ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆକ୍ସିସ୍ ବ୍ୟାଙ୍କର ସରକାରୀ ସମ୍ପର୍କ ମୁଖ୍ୟ ଦେବାର୍ଚ୍ଚନ ମିଶ୍ର କହିଲେ ଯେ, ହିତାଧିକାରୀଙ୍କୁ ସେବା ଯୋଗାଇବା ନିମନ୍ତେ ବ୍ୟାଙ୍କ ତରଫରୁ ବିଜିନେସ୍ କରେସ୍ପୋଣ୍ଡେଟ ନିୟୋଜିତ କରିବା ସହିତ ଆବଶ୍ୟକୀୟ ଯାନ୍ତ୍ରିକ ଉପକରଣ ଯାହାକି ମାଇକ୍ରୋ ଏଟିଏମ୍, ବାୟୋମେଟ୍ରିକ ରିଡର୍ ଇତ୍ୟାଦି ନିଶ୍ଚିତକରି ବିନା ମୂଲ୍ୟରେ ଏହି ସେବା ଯୋଗାଇଦେବାକୁ କହିଥିଲେ । ସବୁ ମାସର ଶେଷରେ ବିଏମସିକୁ ଆକ୍ସିସ୍ ବ୍ୟାଙ୍କ୍ ତରଫରୁ ସ୍ୱତନ୍ତ୍ର ଢ଼ଙ୍ଗରେ ବିବରଣୀ ପ୍ରଦାନ ଏବଂ ଆବଶ୍ୟକୀୟ ସମାଧାନ ପାଇଁ ଅବଗତ କରାଯିବ ବୋଲି କହିଥିଲେ ଅରବିନ୍ଦ ସାହୁ, ଷ୍ଟେଟ୍ ହେଡ୍, ଆକ୍ସିସ୍
ବ୍ୟାଙ୍କ୍, ଓଡିଶା । ସୂଚନାଯୋଗ୍ୟ କି, ଭୁବନେଶ୍ୱର ମହାନଗର ନିଗମା ଳରେ ଅଦ୍ୟାବଧି ସମୁଦାୟ ୨୧୭୭୭ ହିତାଧିକାରୀ ରହିଥିବା ବେଳେ ପ୍ରାୟ ୯୦%ଙ୍କର ଅର୍ଥାତ୍ ୧୮୨୮୦ଜଣଙ୍କର ଆଧାର ସଂଯୋଗ ହୋଇଯାଇଛି । ଆବଶ୍ୟକୀୟ ଅନ୍ୟମାନଙ୍କ ନିକଟରେ ପ୍ରକ୍ରିୟା ସମାପ୍ତ କରିବାର ଚେଷ୍ଟାରେ ରହିଛନ୍ତି
କ ୁର୍ପକ୍ଷ । ଅତ୍ୟାବଶକୀୟ କ୍ଷେତ୍ରରେ ହିତାଧିକାରୀଙ୍କୁ ମାନୁଆଲ୍ ପେମେ କରାଯିବ ଯାହାର ସଂଖ୍ୟା ନଗଣ୍ୟ ହୋଇପାରେ ବୋଲି ବିଏମସି ପକ୍ଷରୁ କୁହାଯାଇଛି । କୌଣସି ପ୍ରକାରର ତ୍ରୁଟି ବିଚ୍ୟୁତ ଏବଂ ଦୁଇଥର ଏଂଟ୍ରି ଇତ୍ୟାଦିକୁ ମଧ୍ୟ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ଆକ୍ସିସ୍ ବ୍ୟାଙ୍କର ସରକାର ପ୍ରକ୍ରିୟା ପ୍ରତିନିଧି ମନୋରଞ୍ଜନ ମିଶ୍ର । ଏହାଦ୍ୱାରା ଚୁଡାନ୍ତ ତାଲିକା ପ୍ରସ୍ତୁତି
ସହଜ ହେବ ବୋଲି ସେ କହିଛନ୍ତି । ତେବେ, ଏଯାବତ୍ ୧୧୭୧୫ ଜଣଙ୍କର ଆଧାରଯୁକ୍ତ ପେମେ ପାଇଁ ପ୍ରକ୍ରିୟା ଶେଷ ହୋଇଥିବା
ଜଣାଯାଇଛି । ଆସନ୍ତା ଫେବୃୟାରୀ ମାସରୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଏମସି କ ୁର୍ପକ୍ଷ ।
କାର୍ଯ୍ୟକ୍ରମର ସାମୁଦାୟିକ ପରିଚାଳନାରେ ବିଏମସି ମୁଖ୍ୟ ବିତ ଅଧିକାରୀ ଲାବଣ୍ୟ ଶବର ରହିଥିବା ବେଳେ ଆକ୍ସିସ୍ ବ୍ୟାଙ୍କ୍ର ସର୍କଲ ମୁଖ୍ୟ ଅରବିନ୍ଦ ସାହୁ ଏବଂ ରାଜ୍ୟ ମୁଖ୍ୟ ପ୍ରଦୀପ୍ତ ଶତପଥି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତକରିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ବିଏମସିର ତିନୋଟି ଜୋନ୍ ଅଧିକାରୀ ଯଥାକ୍ରମେ – ପ୍ରମୋଦ କୁମାର ପୃଷ୍ଟି (ନର୍ଥ ଜୋନ୍), ରୂପକ କୁମାର ପଟ୍ଟନାୟକ (ସାଉଥ-ଇଷ୍ଟ୍ ଜୋନ୍), ରବି ନାରାୟଣ ଜେଠୀ (ସାଉଥ୍ ୱେଷ୍ଟ ଜୋନ୍) ଏବଂ ଡେପୁଟି କମିଶନର ଶ୍ରୀଯୁକ୍ତ ମିଶ୍ର ଓ ଶୁଭେନ୍ଦୁ ସାହୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *