ଭିନ୍ନକ୍ଷମ ଦିବସରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର

ଭିନ୍ନକ୍ଷମ ଦିବସରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର
ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଭାଗୀୟ ସଚିବ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଛନ୍ତି
ଭୁବନେଶ୍ୱର, ୨.୧୨ : ଭିନ୍ନକ୍ଷମ ଦିବସ ଉପଲକ୍ଷେ ଜଣେ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟା·ରୀ ବ୍ୟକ୍ତିଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ଦେବାକୁ ରାଜ୍ୟ ସରକାର ନିଷ୍ପି ନେଇଛନ୍ତି ବୋଲି ଢେଙ୍କାନାଳ ଜିଲ୍ଲାର ସୁଜାତା ବେହେରା ନାମ୍ନୀ ଜଣେ ମହିଳା ଅଭିଯୋଗ କରିଛନ୍ତି । ଏହି ପୁରସ୍କାର ପ୍ରଦାନ ଚୟନକୁ ବାତିଲ୍ କରି ଜଣେ ଉପଯୁକ୍ତ ବ୍ୟକ୍ତିଙ୍କୁ ଏହି ପରସ୍କାର ପ୍ରଦାନ କରିବାକୁ ଦାବି କରିଛନ୍ତି । ଚଳିତବର୍ଷ ରାଜ୍ୟସ୍ତରୀୟ ଭିନ୍ନକ୍ଷମ ଦିବସରେ ରାଜ୍ୟ ଶାରୀରିକ ବିକଳାଙ୍ଗ କଲ୍ୟାଣ ମହାସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ବେହେରାଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରିବାକୁ ସରକାରଙ୍କ ତରଫରୁ ନିଷ୍ପି ନିଆଯାଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନାମ ମଧ୍ୟ ସନ୍ଦେହ ଘେରରେ ରହିଛନ୍ତି । ସାଧାରଣତଃ ଯେଉଁମାନେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛନ୍ତି, ସେହିମାନଙ୍କୁ ସମ୍ମାନିତ ଓ ପୁରସ୍କୃତ ପ୍ରଦାନ କରାଯିବା କଥା ବୋଲି କୁମାରୀ ବେହେରା ଅଭିଯୋଗ କରିଛନ୍ତି । ସୁଜାତା ବେହେରା ମଧ୍ୟ ଆହୁରି ଅଭିଯୋଗ କରିଛନ୍ତି ଶ୍ରୀ ବେହେରା ଉକ୍ତ ସଂଘରେ ଯାହାଙ୍କୁ ଆକାଉା ଭାବେ ଦର୍ଶାଇ ମାସିକ ଦରମା ଉଠାଣ କରୁଛନ୍ତି ସେ ତାଙ୍କର ଭଣଜା ଓ ସେ ନୟାଗଡ଼ର ଏକ ସ୍ୱୟଂଶାସିତ ମହାବିଦ୍ୟାଳ୍ୟରେ +୩ ବାଣିଜ୍ୟର ପ୍ରଥମ ବର୍ଷର ଛାତ୍ର । ସମ୍ପୃକ୍ତ ଛାତ୍ରଙ୍କ ନାମ ଭବାନୀ ଶଙ୍କର ବେହେରା । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଯେତିକି ସଂଖ୍ୟାରେ ଶାରୀରିକ ବିକଳାଙ୍ଗମାନଙ୍କୁ ଧନ୍ଦାମୂଳକ ଶିକ୍ଷା ଦେବା ପାଇଁ ଯେଉଁ ଅନୁଦାନ ପାଇଥାନ୍ତେ, ବାସ୍ତବରେ ସେତିିକି ସଂଖ୍ୟାରେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ପରିର୍ବେ କମ୍ ସଂଖ୍ୟକ ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ଶିକ୍ଷା ପ୍ରଦାନ କରି ସମସ୍ତ ଛାତ୍ରଛାତ୍ରୀମାନଙ୍କ ନାମ ପ୍ରଦାନ କରି ଅର୍ଥ ଆତ୍ମସାତ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ପାଇଁ ଆସୁଥିବା ବୃି ଟଙ୍କା ସେମାନଙ୍କୁ ନ ଦେଇ ସେମାନଙ୍କ ଠାରୁ ଦସ୍ତଖତ କରାଇ ଉକ୍ତ ଟଙ୍କାକୁ ହଡ଼ପ କରିଥାନ୍ତି । ଧନ୍ଦାମୂଳକ ତାଲିମ୍ରେ ଦୁର୍ନୀତି, ଅଫିସ୍ ଘରକୁ ଭଡ଼ାରେ ଲଗାଇ ମୋଟା ଅଙ୍କର ଭଡ଼ା ଆଦାୟ କରିବା, କର୍ମ·ରୀମାନଙ୍କ ଦରମାକୁ ଆତ୍ମସାତ କରିବା, ରାତ୍ରିରେ ମହିଳା କର୍ମ·ରୀମାନଙ୍କୁ କାମ କରିବା ପାଇଁ ବାଧ୍ୟ କରିବା ଏବଂ ମଦ୍ୟପାନ କରି ସେମାନଙ୍କ ସହିତ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି । କିନ୍ତୁ ଯେଉଁମାନେ ଦୁର୍ନୀତିଗ୍ରସ୍ତ, ଶୋଷଣକାରୀ ଏବଂ ବିଭିନ୍ନ ପ୍ରକାର ଦୁର୍ନୀତିରେ ଲିପ୍ତ ରୁହନ୍ତି, ସେହିଭଳି ବ୍ୟକ୍ତିମାନଙ୍କୁ ଏଭଳି ପୁରସ୍କାର ପ୍ରଦାନ କରିବା ଅତି ହାସ୍ପ୍ୟାସ୍ପଦ ଘଟଣା ଏବଂ ସେହିଭଳି ବ୍ୟକ୍ତିମାନଙ୍କୁ ପୁରସ୍କାର ପ୍ରଦାନ କଲେ ସେମାନେ ପୁନର୍ବାର ଦୁର୍ନୀତିଗ୍ରସ୍ତ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଏକ ପ୍ରକର ପ୍ରୋତ୍ସାନ ପ୍ରଦାନ କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *