ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ସାମଗ୍ରୀ ଯୋଗାଇ ଦେଲା ରୋଟାରୀ କ୍ଲବ

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ଛାତ୍ରଛାତ୍ରୀଙ୍କୁ
ପ୍ରାଥମିକ ଚିକିତ୍ସା ସାମଗ୍ରୀ ଯୋଗାଇ ଦେଲା ରୋଟାରୀ କ୍ଲବ
ଭୁବନେଶ୍ୱର,୪.୧୨ : ସାମ୍ପ୍ରତିକ ସମାଜରେ ଦେଖାଯାଉଥିବା ଜଳବାୟୁ, ଋତୁ ପରିର୍ବନ ତଥା ପରିବେଶ ପ୍ରଦୂଷଣ ଫଳରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅନେକ ପ୍ରକାର ରୋଗର ଶିକାର ହୋଇଥାନ୍ତି । ବିଶେଷକରି ବସ୍ତିଗୁଡ଼ିକରେ ଥିବା ସ୍କୁଲ୍ର ଛାତ୍ରଛାତ୍ରୀମାନେ ଏଥିରେ ବେଶୀ ସମ୍ମୁଖୀନ ହୋଇଥାନ୍ତି । ଅନେକ ସମୟରେ ପରିବେଶ ପ୍ରଦୂଷଣ ଫଳରେ ଛାତ୍ରଛାତ୍ରୀମାନେ ବିଭିନ୍ନ ରୋଗର ଶିକାର ହୋଇ ପ୍ରାଥମିକ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥାନ୍ତି । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ସେିନିଆଲ । ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ କ୍ଲବ ତରଫରୁ ଭୁବନେଶ୍ୱର ୟୁନିଟ୍-୯ସ୍ଥିତ ବିପିନ ବିହାରୀ ଚୌଧୁରୀ ମୁକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କ୍ଲବର କର୍ମର୍କାଙ୍କ ଉପସ୍ଥିତିରେ ପ୍ରାଥମିକ ଚିକିତ୍ସା ସାମଗ୍ରୀ ପ୍ରଦାନ କରାଯାଇଛି । ଏହି ମହତ୍ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଆଖି, ଚର୍ମ, ଦାନ୍ତ ଆଦି ରୋଗର ବିଭିନ୍ନ କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା କରିବା ସହିତ ଥଣ୍ଡା ଓ କାଶ ଆଦି ରୋଗରୁ ଉପଶମ ପାଇବା ପାଇଁ କ୍ଲବର ସଦସ୍ୟମାନେ ଉଚିତ୍ ପରାମର୍ଶ ଦେଇଥିଲେ । ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ସେିନିଆଲର ସଭାପତି ପ୍ରଭାତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶୁଭକାନ୍ତ ସାମନ୍ତସିଂହାର, ସାକ୍ୟସିଂ ଷଡ଼ଙ୍ଗୀ, ଆଦିତ୍ୟ ମହାନ୍ତି, ଅଶୋକ ବେହେରା, ବି.କେ. ପାଟ୍ଟଯୋଶୀ, କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ସଭ୍ୟମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତାର ର୍ବାା ବାିବା ସହିତ ପଲିଥିନ୍ ବସ୍ତୁ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମ୍ୟାଡ଼ମ କ୍ଲବର ଏତାଦୃଶ କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରିବା ସହିତ ଅନ୍ୟ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଏହିଭଳି ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଜାରି ରହି ବିଭିନ୍ନ ସ୍କୁଲ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି କ୍ଲବ ତରଫରୁ ନିଷ୍ପି ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *