ଭିନ୍ନକ୍ଷମଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ଭିନ୍ନକ୍ଷମଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର:- ଆର୍ନ୍ତଜାତିକ ଭିନ୍ନକ୍ଷମ ଦିବସ ଅବସରରେ ରାଜଧାନୀର ବିଭିନ୍ନ ପଥପ୍ରାନ୍ତରେ ବିଜୁୁ ପଟ୍ଟନାୟକ ସାମ୍ବାଦିକତା ମହାବିଦ୍ୟାଳୟ ଓ ରାଜ୍ୟ ସଚିବାଳୟ ସାମ୍ବାଦିକ ସଂଘ ମିଳିତ କ୍ରମେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଓଡ଼ିଶାର ଜନସଂଖ୍ୟାର ପ୍ରାୟ ତିନି ପ୍ରତିଶତ ଭିନ୍ନକ୍ଷମ ଅଟନ୍ତି । ସମସ୍ତ ଭିନ୍ନକ୍ଷମକୁ ସମ୍ବିଧାନ ପ୍ରଦତ ଆତ୍ମ ସମ୍ମାନ ସହ ଜୀବନ ଅଧିକାର ଦିଆଯିବାର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଏହାର ସଫଳ ରୂପାୟନ ପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତି, ଗୋଷ୍ଠି, ଅଧିକାରୀ, ବେସରକାରୀ ସଂସ୍ଥା, ସାମାଜିକ କର୍ମୀ ତଥା ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ପଥପ୍ରାନ୍ତ ସଭାରେ ସୂଚାଇ ଦିଆଯାଇଥିଲା । ଏହି ପଥପ୍ରାନ୍ତ ସଭା ବିଜୁ ପଟ୍ଟନାୟକ ସାମ୍ବିଦକତା ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ରାଜ୍ୟ ସଚିବାଳୟ ସାମ୍ବାଦିକ ସଂଘର ସଭାପତି ଜୀମୂତ ମଂଗରାଜଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ସାମ୍ବାଦିକ ମହାବିଦ୍ୟାଳୟର ନିର୍ଦ୍ଦେଶକ ରଂଜନ ପରିଡ଼ା, ଅଧ୍ୟାପିକା ସ୍ୱରୂପିକା ସାମନ୍ତରାୟ, ସଚିବାଳୟ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ବିଜୟ ପରିଡ଼ା, ସାମ୍ବାଦିକ କିଶୋର ରଥ, ବିନୋଦ ବିହାରୀ ନାୟକଙ୍କ ସମେତ ସାମ୍ବାଦିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ସଭାରେ ଉପସ୍ଥିତ ରହି ପଥଚାରୀମାନଙ୍କୁ ଭିନ୍ନକ୍ଷମଙ୍କ ପାଇଁ ସାଧାରଣ ଲୋକଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇଥିଲେ ।

Leave a Reply

Your email address will not be published. Required fields are marked *