ଅକ୍ଷମକୁ ସକ୍ଷମ କରାଇବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୁଦ୍ଧ ମନ୍ଦିରରେ ଆନ୍ତର୍ଜାତିକ ଅକ୍ଷମତା ଦିବସ ପାଳନ

ଅକ୍ଷମକୁ ସକ୍ଷମ କରାଇବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ
ବୁଦ୍ଧ ମନ୍ଦିରରେ ଆନ୍ତର୍ଜାତିକ ଅକ୍ଷମତା ଦିବସ ପାଳନ

ଭୁବନେଶ୍ୱର,୩.୧୨ : ବିଶ୍ୱ ଅକ୍ଷମତା ଦିବସ ଉପଲକ୍ଷେ ଆଜି ପୂର୍ବାହ୍ନରେ ଭାରୀତୟ ମହାବୋଧି ସମିତି, ଓଡ଼ିଶା ଶାଖା ପକ୍ଷରୁ ନିରତାର ଅନୁଷ୍ଠାନ ସହଯୋଗରେ ଏକ ଚୟନ ଶିବିର ୟୁନିଟ୍-୯ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠାନର ସଭାପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି କହିଲେ ଯେ, ଅକ୍ଷମକୁ ସକ୍ଷମ କରାଇବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ହେବା ଉଚିତ୍ । ବାପ ମା ଜନ୍ମ ଦେଇଛନ୍ତି ଏହା ସତ୍ୟ । କିନ୍ତୁ ଈଶ୍ୱରଙ୍କ ଇଚ୍ଛାକୁ ପରିର୍ବନ କରିବା ଆମ ସମସ୍ତଙ୍କର ବାହାରେ । ଏଣୁ ଅକ୍ଷମଙ୍କ ପ୍ରତି ସମସ୍ତେ ସମ୍ବେଦନଶୀଳ ହେବାକୁ ସେ ଆହ୍ୱାନ ଦେଇଥିଲେ ।
ବିଶିଷ୍ଟ ଅତିଥି ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ ଅଧ୍ୟକ୍ଷ ଡ଼ାକ୍ତର ଜଗନ୍ନାଥ ମହାପାତ୍ର କହିଲେ ଯେ, ପ୍ରତ୍ୟେକ ଅକ୍ଷମ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ଦେବା ପ୍ରଶାସନର ଧ୍ୟେୟ ହେବା ଉଚିତ୍ । ଅନ୍ୟତମ ଅତିଥି ଭୁବନେଶ୍ୱର ମହାନଗର ନିଗମର ଉପ କମିଶନର ସୁରଥ ମଲ୍ଲିକ କହିଲେ ଯେ, ଅକ୍ଷମ ବ୍ୟକ୍ତିର ପରିବାରବର୍ଗ କେବଳ ତାଙ୍କ ପଛରେ ଦୃଢ ହୋଇ ଠିଆ ହେବା ସହ ଦୃଢ ମନୋବଳ ଦେଲେ ହିଁ ସମାଜରେ ସେ ନିଶ୍ଚିତ ସକ୍ଷମ ହୋଇପାରିବ ବୋଲି କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସର୍ବଭାରତୀୟ ମହାବୋଧି ସମିତିର ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣରେ ମହାବୋଧି ସମିତି କେବଳ ବୁଦ୍ଧ ଧର୍ମର ପ୍ର·ର ପ୍ରସାର କରେ ନାହିଁ, ସାମଜର ତଳେ ପଡ଼ିଥିବା ମଣିଷ ପାଇଁ ୧୦୦ ବର୍ଷର ପ୍ରତିବଦ୍ଧତା ବିଷୟରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ସାଳକ ତଥା ମହାବୋଧି ସମିତିର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର କାର୍ଯ୍ୟକ୍ରମର ବିଷଦ୍ ସୂଚନା ସହ ଧନ୍ୟବାଦ ଦେଇଥିଲେ । ଏହି ଶିବିରକୁ ଜଗବନ୍ଧୁ ଜରାଶ୍ରମର ଆଶୁତୋଷ ମିଶ୍ର, ନିରତାରହ ଡଃ ଜନାର୍ଦ୍ଧନ ଓ ଡଃ ପ୍ରତିଭା ମହାରଥୀ ପ୍ରମୁଖ ପରି·ଳନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଗତବର୍ଷ ୪୦ ଲକ୍ଷ ଟଙ୍କାର ସାମଗ୍ରୀ ଅକ୍ଷମମାନଙ୍କୁ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *