ପୂର୍ବତନ ବିଜେପି ରାଜ୍ୟ ସଂପାଦକ ସ୍ୱର୍ଗତଃ ଶରତ ମିଶ୍ରଙ୍କ ୧୫ଶ ପୁଣ୍ୟତିଥୀ

ପୂର୍ବତନ ବିଜେପି ରାଜ୍ୟ ସଂପାଦକ ସ୍ୱର୍ଗତଃ ଶରତ ମିଶ୍ରଙ୍କ ୧୫ଶ ପୁଣ୍ୟତିଥୀ ସ୍ୱର୍ଗତଃ ମିଶ୍ରଙ୍କ ନେତୃତ୍ୱକୁ ପାଥେୟ କରି ଯୁବପିଢୀ ଆଗକୁ ବଢିବା ପାଇଁ ଆହ୍ୱାନ ଦେଲେ ରାଜ୍ୟ ସଭାପତି
ରାଜ୍ୟ କାର୍ଯ୍ୟାଳୟରେ ସ୍ୱର୍ଗତଃ ମିଶ୍ରଙ୍କୁ ଗଭୀର ଶ୍ରଦ୍ଧାଜଂଳୀ

ଭୁବନେଶ୍ୱର,ତା. ୧୩/୦୭: ଆଜି ପୂର୍ବତନ ରାଜ୍ୟ ସଂପାଦକ ସ୍ୱର୍ଗତଃ ଶରତ ମିଶ୍ରଙ୍କ ୧୫ଶ ପୁଣ୍ୟତିଥୀ । ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟଙ୍କ ସଭାପତିତ୍ୱରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳୀୟ ନେତୃବୃନ୍ଦ ସ୍ୱର୍ଗତଃ ମିଶ୍ରଙ୍କ ଫଟୋରେ ମାଲ୍ୟାର୍ପଣ କରିବା ସହ ଗଭୀର ଶ୍ରଦ୍ଧାଜଂଳୀ ଅର୍ପଣ କରିଛନ୍ତି ।
ସ୍ୱର୍ଗତଃ ମିଶ୍ର ଜଣେ ସଂଘର୍ଷଶୀଳ, ସାହାସୀ ଓ ସଙ୍ଗଠନପ୍ରେମୀ ନେତୃତ୍ୱ ଥିଲେ । ଗଂଜାମ ଜିଲ୍ଲାର ଭାଜପା ସଙ୍ଗଠନକୁ କ୍ରିୟାଶୀଳ କରାଇବାରେ ତାଙ୍କର ବହୁତ ବଡ ଅବଦାନ ଥିଲା । ପୂର୍ବତନ ରାଜ୍ୟଯୁବମୋର୍ଚ୍ଚା ସଭାପତି, ରାଜ୍ୟ ସଂପାଦକ ଭାବେ ସେ ଦୀର୍ଘ ବର୍ଷ ଧରି ବିଜେପିର ବିଭିନ୍ନ ସାଙ୍ଗଠନିକ ପଦପଦବୀରେ ରହି ଜନସେବା କରିଚାଲିଥିଲେ । ସେ ମିଷ୍ଟଭାଷୀ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ଆଜିର ଯୁବପିଢୀ ତାଙ୍କର ସକ୍ରିୟତା, ସାହସିକତା ତଥା ସଂଘର୍ଷଶୀଳ ନେତୃତ୍ୱକୁ ପାଥେୟ କରି ଆଗକୁ ବଢିବା ଉଚିତ୍ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ଶ୍ରଦ୍ଧାଜଂଳୀ ସଭାରେ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଖାରବେଳ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତି ପରିଡା ଓ ଅନୀତା ପ୍ରିୟଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ(ସଙ୍ଗଠନ) ମାନସ ମହାନ୍ତି, ମୁଖପାତ୍ର ବିରଂଚି ତ୍ରିପାଠୀ, ସୁରଥ ବିଶ୍ୱାଳ, ଶିଶିର ମିଶ୍ରଙ୍କ ସମେତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ସ୍ୱର୍ଗତଃ ମିଶ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପୂର୍ବତନ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *