ଆସନ୍ତା ୧୭ରେ ହେବ ରାଜ୍ୟସଭାପତି ନିର୍ବାଚନ ଆସନ୍ତା କାଲି ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ବିଜେପି ସଙ୍ଗଠନ ପର୍ବ -୨୦୧୯
ଆସନ୍ତା ୧୭ରେ ହେବ ରାଜ୍ୟସଭାପତି ନିର୍ବାଚନ
ଆସନ୍ତା କାଲି ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ୨୧ଲୋକସଭା କ୍ଷେତ୍ରରୁ ନିର୍ବାଚିତ ୨୧ଜଣ ରାଷ୍ଟ୍ରୀୟ ପରିଷଦ ସଭ୍ୟ ନିର୍ବାଚନ ହେବନିର୍ବାଚନ ପ୍ରକ୍ରିୟାରେ ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀ ରାଜୀବ ପ୍ରତାପ ରୁଢୀ, ରାଷ୍ଟ୍ରୀୟ ସହ ସାଧାରଣ ସଂପାଦକ (ସଂଗଠନ) ସମ୍ପାଦକ ଶ୍ରୀ ସୌଦାନ ସିଂ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଓଡିଶା ପ୍ରଭାରୀ ସାଂସଦ ଶ୍ରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର, ତା.୧୫/୦୧: ବିଜେପି ହେଉଛି ଭାରତର ସବୁଠାରୁ ବଡ ରାଜନୈତିକ ଦଳ । ଏହି ଦଳରେ ଗଣତାନ୍ତ୍ରିକ ପଦ୍ଧତିରେ ବୁଥ ସଭାପତି, ମଳ ସଭାପତି, ଜିଲ୍ଲା ସଭାପତି ଏବଂ ରାଜ୍ୟ ସଭାପତି ନିର୍ବାଚନ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୭ ତାରିଖ ଦିନ ରାଜ୍ୟ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା କାଲି ୧୬ ତାରିଖ ଅପରାହ୍ନ ୩ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ନାମାଙ୍କନ ପତ୍ର ଦାଖଲ ହେବା ପରେ ନାମାଙ୍କନ ପତ୍ର ଯାଂଚ କରାଯିବ । ଆବଶ୍ୟକ ପଡିଲେ ୧୭ ତାରିଖ ଦିନ ରାଜ୍ୟ ସଭାପତି ନିର୍ବାଚନ ସକାଳ ୧୦ଟାରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଅପରାହ୍ନ ୧.୩୦ରେ ଭୋଟ ଗଣତି କରାଯିବା ପରେ ନୂତନ ସଭାପତିଙ୍କ ନାମ ଘୋଷଣା କରାଯିବ । ଯଦି ରାଜ୍ୟସଭାପତି ପାଇଁ ଜଣେ ପ୍ରାର୍ଥୀ ରୁହନ୍ତି, ତେବେ ସେହି ପ୍ରାର୍ଥୀଙ୍କ ନାମ ୧୭ତାରିଖ ଦିନ ସକାଳ ୧୧ଟାରେ କେନ୍ଦ୍ର ନିର୍ବାଚନରୁ ଆସିଥିବା ପର୍ଯ୍ୟବେକ୍ଷକ ଘୋଷଣା କରିବେ ଏବଂ ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିବେ ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି ।
ଶ୍ରୀ ରାୟ କହିଛନ୍ତି ଯେ, ଏହି ନିର୍ବାଚନ ସହ ୨୧ଲୋକସଭା କ୍ଷେତ୍ରରୁ ନିର୍ବାଚିତ ୨୧ଜଣ ରାଷ୍ଟ୍ରୀୟ ପରିଷଦ ସଭ୍ୟ ନିର୍ବାଚନ ଅନୁଷ୍ଠିତ ହେବ, ଯେଉଁମାନେ କେନ୍ଦ୍ରୀୟ ସଭାପତି ନିର୍ବାଚନରେ ଅଂଶଗ୍ରହଣ କରି ଭୋଟ ଦେବେ । ଏହି ଅବସରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀ ରାଜୀବ ପ୍ରତାପ ରୁଢୀ, ରାଷ୍ଟ୍ରୀୟ ସହ ସାଧାରଣ ସଂପାଦକ (ସଂଗଠନ) ସମ୍ପାଦକ ଶ୍ରୀ ସୌଦାନ ସିଂ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଓଡିଶା ପ୍ରଭାରୀ ସାଂସଦ ଶ୍ରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ସମସ୍ତ ବିଧାୟକ, ସମସ୍ତ ସାଂସଦ, ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀ, ପୂର୍ବତନ ସାଂସଦ ଓ ବିଧାୟକ, ସମସ୍ତ ଜିଲ୍ଲା ପରିଷଦ ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ, ସମସ୍ତ ବ୍ଲକ ଚେୟାରମ୍ୟାନ, ମ୍ୟୁନିସିପାଲିଟି ଚେୟାରମ୍ୟାନ, ପୂର୍ବତନ ଜିଲ୍ଲା ସଭାପତି, ଜିଲ୍ଲାର ସମସ୍ତ ନିର୍ବାଚନ ଅଧିକାରୀ ଓ ସହ-ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବେ ।
୨୦୧୯ ଜୁଲାଇ ୬ ତାରିଖରେ ଯେଉଁ ସାଙ୍ଗଠନିକ ପର୍ବ ଆରମ୍ଭ ହୋଇଥିଲା ତାହା ସମାପ୍ତି ହୋଇଛି । ଯାହା ଫଳରେ ଓଡିଶାରେ ବିଜେପି ୨୫,୭୫୯ ବୁଥ୍ କମିଟି ଗଠନ କରିପାରିଛି । ଏହା ସହ ୮୫୦ଟି ମଳ କମିଟି ଗଠନ ହୋଇପାରିଛି ଏବଂ ୩୪ଟି ସାଙ୍ଗଠନିକ ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଥିବାର ଶ୍ରୀ ରାୟ ସୁଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ନିର୍ବାଚନ ଅଧିକାରୀ ପବିତ୍ର ମୋହନ ଦାସ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପନାୟକ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *