ବିଶିଷ୍ଟ ପ୍ରକାଶକ ଓ ସଂପାଦକ ସୋନି ମେହୋଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ବିଶିଷ୍ଟ ପ୍ରକାଶକ ଓ ସଂପାଦକ ସୋନି ମେହୋଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର, ତା.୩୧/୧୨: ମୁଖ୍ୟମନ୍ତ୍ରୀ ନବୀନ ପନାୟକଙ୍କ ଭିଣୋଇ ବିଶିଷ୍ଟ ପ୍ରକାଶକ ଓ ସଂପାଦକ ସୋନି ମେହୋଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ମେହୋ ଜଣେ ଦକ୍ଷ ସଂପାଦକ ଭାବେ ବେଶ ଜଣାଶୁଣା ଥିଲେ । ସେ ପୂର୍ବରୁ ଇକ୍ଷଲକ୍ସରୟ ଇ. କଦ୍ଭକ୍ଟକ୍ଟ୍ରଲ  ର ସଭାପତି ଓ ମୁଖ୍ୟ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ । ଏଥି ସହ ସେ କଦ୍ଭକ୍ଟକ୍ଟ୍ରଲ ଊକ୍ଟଙ୍କଭକ୍ଷରୟବଚ୍ଚ ଚଙ୍କଭକ୍ଷସଗ୍ଦଷସଦ୍ଭଶ ଏକ୍ସକ୍ଟଙ୍କକ୍ଟ୍ର ର ଚେୟାରମ୍ୟାନ ଥିଲେ । ସ୍ୱର୍ଗତଃ ମେହୋ ଆନ୍ତର୍ଜାତିୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଶ୍ରୀ ପା ଏବଂ ଶ୍ରୀ ନାୟକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *