ବିଜୁ ପକ୍କା ଘର ଯୋଜନାରେ ବଜେଟ୍ ଯେତିକି ନାହିଁ, ତାଠୁ ଅଧିକ ମୂଲ୍ୟରେ ଏହି ଯୋଜନାର ଚିତ୍ର ଥାଇ ଟାଇଲ୍ ତିଆରି କରୁଛନ୍ତି ରାଜ୍ୟ ସରକାର : ସମୀର ମହାନ୍ତି

ବିଜୁ ପକ୍କା ଘର ଯୋଜନାରେ ବଜେଟ୍ ଯେତିକି ନାହିଁ,
ତାଠୁ ଅଧିକ ମୂଲ୍ୟରେ ଏହି ଯୋଜନାର ଚିତ୍ର ଥାଇ ଟାଇଲ୍ ତିଆରି କରୁଛନ୍ତି ରାଜ୍ୟ ସରକାର : ସମୀର ମହାନ୍ତି

ଭୁବନେଶ୍ୱର:ଯାଜପୁର ଡିଆରଡିଏର ୧୪ ହଜାର ୧୩୧ ବିଜୁ ପକ୍କା ଘର ଚିତ୍ର ସମ୍ବଳିତ ଟାଇଲ ନିର୍ମାଣର ର୍ନିେଶନାମାକୁ ସାମ୍ବାଦିକ ସମ୍ମିଳନୀରେ କଲେ ଉପସ୍ଥାପନ
ଜଣେ ସରକାରୀ କର୍ମଚାରୀକୁ ଯୋଜନାର ନାଁ ବଦଳାଇବାର ଅଧିକାର କିଏ ଦେଲା?
ରାଜ୍ୟ ସରକାର ତୁରନ୍ତ ଏହି ର୍ନିେଶକୁ ପ୍ରତ୍ୟାହାର କରନ୍ତୁ ।
ଗତ ତିନୋଟି ବଜେଟରେ ଯାଜପୁର ଜିଲ୍ଲା ଓ ଜିଲ୍ଲା ହିସାବରେ ୩୦ଟି ଜିଲ୍ଲାରେ କେତେ ଟଙ୍କା ବ୍ୟୟବରାଦ ହୋଇଛି ଓ କେତେ ଟଙ୍କାର ଟାଇଲ୍ ଅର୍ଡର ଦିଆଯାଇଛି ଏହାର ହିସାବ ଦେବାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦେଲେ ଆହ୍ୱାନ
ଚଳିତ ୨୦୧୯ ଆର୍ଥିକ ବର୍ଷରେ ଧାର୍ଯ୍ୟ ୧ଲକ୍ଷ ୬୫ ହଜାର ବାସଗୃହ ମଧ୍ୟରୁ ଅଦ୍ୟାବିଧି ମାତ୍ର ୭୯ ହଜାର ବାସଗୃହ ନିର୍ମାଣ ସରିଥିବାବେଳେ ଆସନ୍ତା ୩ ମାସ ମଧ୍ୟରେ ଧାର୍ଯ ଲକ୍ଷ କେମିତି ପୂରଣ କରିବେ
ମୋଦି ୨୦୨୨ ସୁଦ୍ଧା ସବୁ ଗରିବ ଓଡିଆଙ୍କ ମୁ ଉପରେ ପକ୍କା ଘର ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଛନ୍ତି
ରାଜ୍ୟ ସରକାରଙ୍କର କ୍ରିୟାନ୍ୱୟନ ମନ୍ଥର ଓ ଲକ୍ଷ୍ୟ ହାସଲ କରିବା ପାଇଁ ବିଫଳ ହେବା ନେଇ କଲେ ସଙ୍ଗୀନ ଅଭିଯୋଗ
ମହିଳା, ବିଧବା, ଭୂମିହୀନ ତଥା ଘରେ ଦିବ୍ୟାଙ୍ଗ ପିଲା ଥିବା ବିକାଶ ଶିଡିର ଶେଷ ପାହାଚର ଅନେକ ପରିବାର ବଦଳରେ ବିଜେଡିର ଧନୀ ନେତା ଓ କର୍ମୀଙ୍କୁ ମିଳୁଛି ଯୋଜନାର ଲାଭ

ଭୁବନେଶ୍ୱର, ତା.୧୩/୧୨: ସଂଘୀୟ ବ୍ୟବସ୍ଥାର ବିଧି ବ୍ୟବସ୍ଥାକୁ ସର୍ମ୍ପୂ ରୂପେ ଉଲ୍ଲଂଘନ କରି ରାଜ୍ୟର ବିଜେଡି ସରକାର କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାକୁ ନିଜ ନାଁରେ ହଡପ୍ କରିବା ପାଇଁ ଷଡଯନ୍ତ୍ରର ବାରମ୍ବାର ବିରୋଧ କରି ଆସିଛି ବିଜେପି । ଯାଜପୁର ଜିଲ୍ଲା ଡିଆରଡିଏ ତରଫରୁ ପିଡିଡିଆରଡିଏଙ୍କ ଦସ୍ତଖତରେ ଜିଲ୍ଲାର ୧୦ଟି ବ୍ଲକ ପାଇଁ ୧୪ ହଜାର ୧୩୧ଟି ବିଜୁ ପକ୍କା ଘରର ଚିତ୍ର ସହ ଟାଇଲ ଯୋଗାଇ ଦେବା ପାଇଁ ବରାଦ ଦିଆଯାଇଛି । ରାଜ୍ୟ ସରକାରଙ୍କ ଯୋଜନା ବିଜୁ ପକ୍କା ଘର ଚିତ୍ର ସହ ଟାଇଲ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗାଇ ଦିଆଯାଉଥିବା ଘର ଗୁଡିକ ଉପରେ ଲଗାଇ କେନ୍ଦ୍ର ଯୋଜନାକୁ ହଡପ କରି ରାଜ୍ୟର ସାଧାରଣ ଜନତାଙ୍କୁ ଠକିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସଂଘୀୟ ବିଧି ବ୍ୟବସ୍ଥା ବିରୋଧୀ କାର୍ଯ୍ୟକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ ବିରୋଧ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯାଜପୁର ପିଡିଡିଆରଏଙ୍କ ୦୯.୧୨.୨୦୧୯ ତାରିଖ ପତ୍ର ସଂଖ୍ୟା ୭୮୭୬କୁ ଉପସ୍ଥାପିତ କରିବା ସହ ବିଜୁ ପକ୍କା ଘର ଚିତ୍ର ପ୍ରସ୍ତୁତି ର୍ନିେଶକୁ ବାତିଲ କରିବା ସହ ଏହି ଅର୍ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚିତ୍ର ପ୍ରସ୍ତୁତ କରି ହିତାଧିକାରୀଙ୍କ ଘର ଉପରେ ଲଗାଇବା ପାଇଁ ଶ୍ରୀ ମହାନ୍ତି ଦୃଢ ଦାବୀ କରିଛନ୍ତି । ଜଣେ ସରକାରୀ କର୍ମଚାରୀକୁ ଯୋଜନାର ନାଁ ବଦଳାଇବାର ଅଧିକାର କିଏ ଦେଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିବା ସହ ରାଜ୍ୟ ସରକାର ତୁରନ୍ତ ଏହି ର୍ନିେଶକୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଗତ ୩ଟି ବଜେଟରେ ରାଜ୍ୟ ସରକାର ନିଜର ନିଜସ୍ୱ ଗରିବଙ୍କ ପାଇଁ ଉଦିଷ୍ଟ ବିଜୁ ପକ୍କା ଘର ଯୋଜନାରେ ଟଙ୍କାଟିଏ ମଧ୍ୟ ବ୍ୟୟବରାଦ କରିନାହାନ୍ତି । ବିଜୁ ପକ୍କା ଘର ଟାଇଲ ନିର୍ମାଣ କରିବା ପାଇଁ ମଧ୍ୟ ବିଜୁ ପକ୍କା ଘର ବାବଦ ବଜେଟ ବ୍ୟୟବରାଦର ଅର୍ଥ ନିୟଂଟ ପଡିବ । ରାଜ୍ୟ ସରକାର ଚଂଚକତା କରି ଯୋଜନା ହଡପ ବନ୍ଦ କରନ୍ତୁ ଓ ଏଥିନିମନ୍ତେ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାର ଦେଇଥିବା ନିର୍ଦେଶନାମାକୁ ତୁରନ୍ତ ବାତିଲ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ଚଳିତ ୨୦୧୯ ଆର୍ଥିକ ବର୍ଷରେ ଧାର୍ଯ୍ୟ ୧ଲକ୍ଷ ୬୫ ହଜାର ବାସଗୃହ ମଧ୍ୟରୁ ଅଦ୍ୟାବିଧି ମାତ୍ର ୭୯ ହଜାର ବାସଗୃହ ନିର୍ମାଣ ସରିଥିବାବେଳେ ଆସନ୍ତା ୩ ମାସ ମଧ୍ୟରେ ଧାର୍ଯ ଲକ୍ଷ କେମିତି ପୂରଣ କରିବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ୨୦୨୨ ମସିହା ସୁଦ୍ଧା ଓଡିଶା ସମେତ ଦେଶର ପକ୍କା ଘର ନଥିବା ସବୁ ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ଏଥିପାଇଁ ମୋଦି ଓଡିଶାକୁ ପ୍ରଚୁର ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ରାଜ୍ୟ ସରକାରଙ୍କର କ୍ରିୟାନ୍ୱୟନ ପ୍ରକ୍ରିୟା ବିଳମ୍ବିତ ହେଉଛି ।
ରାଜ୍ୟ ସରକାରଙ୍କ ହିତାଧିକାରୀ ଚୟନ ପ୍ରକ୍ରିୟା ବିବାଦିତ ରହିଛି । ବିକାଶ ଶିଡିର ସବୁଠାରୁ ତଳ ପାହାଚରେ ଥିବା ବିଧବା, ମହିଳା, ଭୂମିହୀନ ତଥା ପରିବାରରେ ଦିବ୍ୟାଙ୍ଗ ପିଲା ଥିବା ଓ ସେହିପରି ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାର ଲାଭ ବଦଳରେ ବିଜେଡିର ଥିଲାବାଲା ନେତା କର୍ମୀଙ୍କୁ ଏହି ଯୋଜନାର ଲାଭ ଦିଆଯାଉଛି ।
ଖୋଦ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ମହାଙ୍ଗୀ ନିର୍ବାଚନ ମଳି ଠାରୁ ଓଡିଶାର ୩୦ ଜିଲ୍ଲାର ଏଭଳି ତଥ୍ୟ ସମ୍ବଳିତ ଦସ୍ତାବିଜ୍ ବାରମ୍ବାର ଉପସ୍ଥାପନ କଲେ ମଧ୍ୟ ରାଜ୍ୟ ସରକାର ତାଙ୍କର ଗରିବ ବିରୋଧୀ ଓ ଦଳୀୟ ସ୍ୱାର୍ଥ ସାଧନକାରି ଆଭିମୁଖ୍ୟରେ ପରିବର୍ତନ ଆଣୁନାହାନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ସେହିପରି ଗତ ତିନୋଟି ବଜେଟରେ ଯାଜପୁର ଜିଲ୍ଲା ଓ ଜିଲ୍ଲା ହିସାବରେ ୩୦ଟି ଜିଲ୍ଲାରେ କେତେ ଟଙ୍କା ବ୍ୟୟବରାଦ ହୋଇଛି ଓ କେତେ ଟଙ୍କାର ଟାଇଲ୍ ଅର୍ଡର ଦିଆଯାଇଛି ଏହାର ହିସାବ ଦେବାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶ୍ରୀ ମହାନ୍ତି ଆହ୍ୱାନ କରିଛନ୍ତି ।

Leave a Reply

Your email address will not be published. Required fields are marked *