ବୁଲୁବୁଲୁ ପ୍ରଭାବିତ ଅଂଚଳ ଗସ୍ତ କଲା ବିଜେପି ପ୍ରତିନିଧି ଦଳ ବର୍ଷାମାଡରେ କ୍ଷତିଗ୍ରସ୍ତ ଫସଲ ପାଇଁ ରାଜ୍ୟ ସରକାର ତୁରନ୍ତ ସହାୟତା ଘୋଷଣା କରନ୍ତୁ: ପ୍ରଦୀପ୍ତ ନାଏକ

ବୁଲୁବୁଲୁ ପ୍ରଭାବିତ ଅଂଚଳ ଗସ୍ତ କଲା ବିଜେପି ପ୍ରତିନିଧି ଦଳ ବର୍ଷାମାଡରେ କ୍ଷତିଗ୍ରସ୍ତ ଫସଲ ପାଇଁ ରାଜ୍ୟ ସରକାର ତୁରନ୍ତ ସହାୟତା ଘୋଷଣା କରନ୍ତୁ: ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ସାମୁଦ୍ରିକ ଝଡ ବାତ୍ୟା ବୁଲୁବୁଲରେ
ରାଜ୍ୟର କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୁରଭଂଜ ଆଦି ୬ଟି ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରାଥମିକ ଆକଳନ ଅନୁଯାୟୀ ଏହି ସବୁ ଜିଲ୍ଲାର ପ୍ରାୟ ୩ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏ ସବୁ ହେଉଛି ଥୋଡୁଓ ଧାନ । ଥୋଡୁଅ ସମୟରେ ବର୍ଷା ହେବା ଫଳରେ ଧାନ ଫସଲ ନଷ୍ଟ ହେଇ ଯାଇଛି । ରାଜ୍ୟ ସରକାର ତୁରନ୍ତ
ସେମାନଙ୍କ ପାଇଁ ତୁରନ୍ତ କ୍ଷତିପୁରଣ ଘୋଷଣା କରିବା ପାଇଁ ଦାବି
କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ନେତୃତ୍ୱରେ ରାଜ୍ୟ ବିଜେପିର ଏକ
ପ୍ରତିନିଧି ଦଳ ଆଜି କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ରାଜନଗର,
ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ ଆଦି ଅଂଚଳ ବୁଲିବା ସହିତ ମୃତକ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ବାତ୍ୟା ବୁଲୁବୁଲୁର ଭାବରେ ଉକ୍ତ ଅଂଚଳରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଯାଇଥିଲେ । ସ୍ଥାନୀୟ ଜନସାଧାରଣଙ୍କ ଦୁଃଖ କଷ୍ଟକୁ ସ୍ୱଚକ୍ଷୁରେ ଜାଣିବାକୁ ଯାଇ ଏହି ପ୍ରତିନିଧିଦଳ ପ୍ରକାଶ କରିଛନ୍ତି ଯେ ଜିଲ୍ଲା ପ୍ରଶାସନ ଲୋକଙ୍କୁ ଯଥେଷ୍ଟ ପାନୀୟ ଜଳ, ରାସ୍ତାଘାଟକୁ ବ୍ୟବସ୍ଥିତ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଏପରି କି ରିଲିଫ୍ ଆକାରରେ
କୋ÷ଣସି ଅତ୍ୟାବ୍ୟସୀୟିକ ସାମଗ୍ରୀ ମିଳିନି । ଏଭଳି ସମୟରେ ରାଜ୍ୟ ସରକାର ବିଳମ୍ବ ନକରି ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବାକୁ ବିଜେପି ଦାବି କରିଛି ।ଏହି ପ୍ରତିନିଧି ଦଳରେ କେନ୍ଦ୍ରୀୟ କୃଷକ ମୋର୍ଚ୍ଚାର ଉପ ସଭାପତି ମହେଶ
ସାହୁ, ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ, କେନ୍ଦ୍ରାପଡା ଜିଲ୍ଲା ସଭାପତି ଦୁର୍ଯୋଧନ ସାହୁ, ଭୁବନ ମୋହନ ଜେନା, ଦୋଳଗୋବିନ୍ଦ ନାୟକ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *