ଆନ୍ତଃବିଦ୍ୟାଳୟ ସହୋଦୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ତଥା ବି.ଜେ.ଇ.ଏମ୍. ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ (ଇନୋ ବି.ୟୁ.ଏକ୍ସ୍.) ଅନୁଷ୍ଠିତ

ଆନ୍ତଃବିଦ୍ୟାଳୟ ସହୋଦୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ତଥା ବି.ଜେ.ଇ.ଏମ୍. ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ (ଇନୋ ବି.ୟୁ.ଏକ୍ସ୍.) ଅନୁଷ୍ଠିତ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଦ୍ୱାରା ପ୍ରତ୍ୟେକ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୁଏ । ସହୋଦୟ ସ୍କୁଲ
କମ୍ପେ୍ଳକ୍ସ୍ ଦ୍ୱାରା ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀ ୨୦୧୯-୨୦ ବି.ଜେ.ଇ.ଏମ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ସହୋଦୟ ସ୍କୁଲରୁ ୩୧ଟି ସ୍କୁଲର ସର୍ବମୋଟ ୫୭ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା ଓ ୧୩୦ ପିଲା ଯୋଗଦାନ କରିଥିଲେ ଏବଂବିଦ୍ୟାଳୟର ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀରେ ୪୦ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା ।
ପ୍ରଥମ ଅଧିବେଶନକୁ ଉଦ୍ଘାଟନ କରି ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ବିଜ୍ଞାନ ଯୁଗରେ ଆମକୁ ବିଜ୍ଞାନ ସହ ତାଳ ଦେଇ ଯିବାକୁ ଉଦ୍ବୋଧିତ
କରିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ମ୍ୟାନେଜର ଶ୍ରୀଯୁକ୍ତ ପ୍ରତାପ କୁମାରଜେନା, ଆଡିସିନାଲ ମ୍ୟାନେଜର ଶ୍ରୀଯୁକ୍ତ ଚି ରଞ୍ଜନ ବୈରିଶାଲ୍, ପରିଚାଳନା କମିଟିରସଦସ୍ୟ ଶ୍ରୀଯୁକ୍ତ କେ. କେ. ଦ , ଉପଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ । ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ନାଭାଲ୍ ରିସର୍ଚ୍ଚ ବୋର୍ଡ ଡି.ଆର୍.ଡି.ଓ. ଚେୟାରମ୍ୟାନ୍ ତଥା ନାଭାଲ୍ ଆର୍କିଟେକ୍ଟ ଇଞ୍ଜିନିୟର୍ (ଆଇ.ଆଇ.ଟି. ଖଡ଼ଗପୁର) ପ୍ରଫେସର୍ ସୁରେଶ ଚନ୍ଦ୍ର ମିଶ୍ର
ମୁଖ୍ୟଅତିଥି ଭାବେ ଯୋଗଦେଇ କୃତିତ୍ୱ ଅର୍ଜନ କରିଥିôବା ତଥା ଅଂଶଗ୍ରହଣ କରିଥିବାଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ମୋନବୃ ିର ବିକାଶ ତଥା ପ୍ରାୟୋଗିକ ବିଦ୍ୟା, କୌଶଳ ଦ୍ୱାରା
ନୂତନ ବିକାଶଶୀଳ ସମାଜ ଗଠନରେ ବ୍ରତୀ ହେବାକୁ ପିଲାମାନଙ୍କୁ ଆହ୍ୱାନ କରିଥିଲେ ।ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ବିଜ୍ଞାନଗତ ଜ୍ଞାନ
କିପରି ପିଲାମାନଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ ଓ ବୌଦ୍ଧିକ ବିକାଶରେ ଏପରି କାର୍ଯ୍ୟକ୍ରମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର
ମ୍ୟାନେଜର ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା ପ୍ରଗତିଶୀଳ ବିଜ୍ଞାନପ୍ରବଣ ସମାଜରେଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ସୃଜନାତ୍ମକ ଜ୍ଞାନ ପ୍ରକାଶର ଏହା ମାଧ୍ୟମ ଓ ଏହା ଦ୍ୱାରା
ନୂତନ ସମାଜ ଗଠନ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, କାର୍ଯ୍ୟଧାରା ତଥା ବିବରଣୀ ପାଠ କରିଥିଲେ ।
ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟପରିଚାଳନା କମିଟିର ଆଡିସିନାଲ୍ ମ୍ୟାନେଜର ଶ୍ରୀଯୁକ୍ତ ଚି ରଞ୍ଜନ ବୈରିଶାଲ୍,
ପର୍ଯ୍ୟବେକ୍ଷକ ବରଦା ପ୍ରସାଦ ପାଇକରାୟ, ଶ୍ରୀମତୀ ଶିବାନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକଳ୍ପରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥିରେ କନିଷ୍ଠ ବର୍ଗରେ ଓ.ଡି.ଏମ୍ ପବ୍ଲିକ୍ ସ୍କୁଲ, ଭୁବନେଶ୍ୱର ପ୍ରଥମ, ଡି.ଏ.ଭି ପବ୍ଲିକ୍ ସ୍କୁଲ ପୋଖରୀପୁଟ ଦ୍ୱିତୀୟ ଏବଂ ଯୁଗ୍ମ ଭାବେ ବି.ଜେ.ଇ.ଏମ୍ ସ୍କୁଲ ଏବଂ ସାଇ ଇ ରନ୍ୟାସନାଲ୍
ରେସିଡେନ୍ସିଆଲ୍ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବରିଷ୍ଠ ବର୍ଗରେ ଡି.ଏ.ଭି ପବ୍ଲିକ୍ ସ୍କୁଲ, ବ୍ରହ୍ମପୁର ପ୍ରଥମ, ମଡର୍ଣ୍ଣ ପବ୍ଲିକ୍ ସ୍କୁଲ ବାଲେଶ୍ୱର ଦ୍ୱିତୀୟ ଏବଂ ଯୁଗ୍ମ
ଭାବେ ବି.ଜେ.ଇ.ଏମ୍ ସ୍କୁଲ ଏବଂ ଦିଲ୍ଲୀ ପବ୍ଳିକ୍ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଦ୍ୟାଳୟ ପକ୍ଷରୁ ଅତିଥିଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର
ଶିକ୍ଷକ ଦିଗନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବି.ଜେ.ଇ.ଏମ୍ ସ୍କୁଲର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ତଥା ସହୋଦୟ ବିଜ୍ଞାନ ପ୍ରଦର୍ଶନୀର ଆଭିମୁଖ୍ୟକୁ ନେଇ ସମସ୍ତେ ଭୂୟସୀ
ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *