୪୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବୃକ୍ଷରୋପଣ , ବକ୍ସି ଜଗବନ୍ଧୁଙ୍କ

ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର
୪୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବୃକ୍ଷରୋପଣ , ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସଫେଇ ତଥା ମାଲ୍ୟାର୍ପଣ ଅର୍ପଣ

ଭୁବନେଶ୍ୱର, ତା: ୧୫/୧/୨୦୨୦ : ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠିତ ତଥା ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୪୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏନ୍‌.ସି.ସି. ପିଲାମାନଙ୍କ ଦ୍ୱାରା କଳ୍ପନାଛକ ସ୍ଥିତ ବକ୍ସି ଜଗବନ୍ଧୁଙ୍କର ପ୍ରତିମୂର୍ତ୍ତି
ସଫେଇ ତଥା ମାଲ୍ୟାର୍ପଣ ସହ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସଦସ୍ୟ ସ୍ୱର୍ଗତ ରାଧାମୋହନ ମହାନ୍ତିଙ୍କ ସ୍ମୃତିରେ ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ରଘୁନାଥ ମିଶ୍ର
ଙ୍କ ଦ୍ୱାରା ରୁଦ୍ରାକ୍ଷ ବୃକ୍ଷ ରୋପଣ କରାଯାଇଛି । ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଚେୟାରମ୍ୟାନ୍ ଶ୍ରୀ ରଘୁନାଥ ମିଶ୍ର ଉଦ୍‌ବୋଧନ ଦେଇ ଛାତ୍ରଛାତ୍ରୀମାନେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ତେଣୁ ସମ୍ଭବ ଓ କରିବାର ଭାବନା ଦ୍ୱାରା ସଫଳତା ହାସଲ କରିବାକୁ କହିଥିଲେ । ପରିଚାଳନା କମିଟିର ମ୍ୟାନେଜର ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା ବିଦ୍ୟାଳୟର ସତ୍ ଉଦ୍ଦେଶ୍ୟ, କାର୍ଯ୍ୟାବଳୀ ଓ ଭବିିଷ୍ୟତର ସାଧନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ଆଡିସିନାଲ୍ ମ୍ୟାନେଜର ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ବୈରିଶାଲ୍‌, ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର, ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କେ. କେ. ଦତ୍ତ, ପର୍ଯ୍ୟବେକ୍ଷକ ବରଦା ପ୍ରସାଦ ପାଇକରାୟ,
ଶ୍ରୀମତୀ ଶିବାନୀ ପଟ୍ଟନାୟକ, ଶ୍ରୀମତୀ ଶୁଭଶ୍ରୀ ଦାସ, ଶ୍ରୀମତୀ ସୁଚରିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପିଲାମାନଙ୍କ ଦ୍ୱାରା ଶ୍ଲୋକପାଠ, ସଙ୍ଗୀତ ପରିବେଷିତ ହୋଇଥିଲା ।

Leave a Reply

Your email address will not be published. Required fields are marked *