ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୪୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରଭାତଫେରୀ

ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୪୭ତମ ପ୍ରତିଷ୍ଠା
ଦିବସ ଉପଲକ୍ଷେ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରଭାତଫେରୀ

ଭୁବନେଶ୍ୱର, ତା: ୧୪/୧/୨୦୨୦ : ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠିତ ତଥା ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୪୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରକଳ୍ପ
ପ୍ରଦର୍ଶନୀ, ପ୍ରଭାତ ଫେରି, ସଂସ୍କୃତି ଓ ପରମ୍ପରାଜନିତ ବିଭିନ୍ନ ଲୋକନୃତ୍ୟ, ଗୀତିନାଟ୍ୟ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ
ଅଭିଲେଖାଗାରର ପୂର୍ବତନ ସୁପରିଟେଣ୍ଡେଣ୍ଟ୍ ଏବଂ କ୍ୟୁରେଟର୍‌, ଓଡ଼ିଶା ରାଜ୍ୟ ସଂଗ୍ରହାଳୟରଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ସାହସ ସହ ପ୍ରତ୍ୟେକ କାର୍ଯ୍ୟରେ ସାମର୍ଥ୍ୟ ଅର୍ଜନ କରିବାକୁ କହିଥିଲେ ।
ପ୍ରତ୍ୟେକ କ୍ଷେତ୍ରରେ ଶିକ୍ଷାଦାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଦ୍ୟାଳୟର ବାତାବରଣ ପିଲାମାନଙ୍କ ଉପରେ ପ୍ରଭାବ ପକାଇଥାଏ । ତେଣୁ ବିଦ୍ୟାଳୟର ଭୂମିକା ଗ୍ରହଣୀୟ ବୋଲି ମତ ଦେଇଥିଲେ । ଏଥିରେ ବିଦ୍ୟାଳୟ ର ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ରଘୁନାଥ ମିଶ୍ର, ମ୍ୟାନେଜର ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା ବିଦ୍ୟାଳୟ ଗଠନ ଠାରୁ ଆଜି ପର୍ଯ୍ୟନ୍ତର ସଂଘର୍ଷ ଓ ସଫଳତାର କାହାଣୀକୁ ବର୍ଣ୍ଣନା କରିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ଆଡିସିନାଲ୍ ମ୍ୟାନେଜର ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ବୈରିଶାଲ୍‌, ବରିଷ୍ଠ ସଦସ୍ୟମାନେ ଏବଂ ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଶ୍ରୀମତୀ ଶିବାନୀ ପଟ୍ଟନାୟକ, ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ ଉପସ୍ଥିତ ଥିଲେ । ବିଭିନ୍ନ ଭାଷାରେ ‘ଭାରତର ଐତିହ୍ୟ’ ଶୀର୍ଷକ ୮୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଜୀବନ୍ତ ପ୍ରକଳ୍ପ ଭାବେ ମହିଷାମର୍ଦ୍ଦିନୀ, ସମ୍ବଲପୁରୀ, ଘୋଡ଼ାନାଚ, ବିହୁ, ଘୁମୁରା, ହରିୟାନ୍‌ବି ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର ଧନ୍ୟବାଦଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଯୋଗଦେଇ ପିଲାମାନେ ପ୍ରକଳ୍ପ ମାଧ୍ୟମରେ ଭାରତର ଐତିହ୍ୟ, ସଂସ୍କୃତିକୁ
ଏକତ୍ର କରିପାରିଛନ୍ତି । ଏହା ଛାତ୍ରମାନଙ୍କ ଦକ୍ଷତାର ପ୍ରମାଣ ଦିଏ ବୋଲି ମତ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ମ୍ୟାନେଜର ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା, ବିଦ୍ୟାଳୟର
କୃତିତ୍ୱ ଓ ଏଥିପ୍ରତି ଯେଉଁ ବ୍ୟକ୍ତିତ୍ୱମାନଙ୍କ ଅବଦାନ ଅତୁଳନୀୟ ସ୍ମରଣ କରାଇଥିଲେ । ବିଭିନ୍ନ ପ୍ରକଳ୍ପରେ ଶ୍ରେଷ୍ଠତ୍ୱ ନିମନ୍ତେ ପିଲାମନାଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *