ବି.ଜେ.ଇ.ଏମ୍. ସ୍କୁଲର ୪୫ ତମ ବାର୍ଷିକ ଉତ୍ସବ ଡ୍ରିମ୍ସ୍କେପ୍-୨୦୧୯ ଉଦ୍ଯାପିତ

ବି.ଜେ.ଇ.ଏମ୍. ସ୍କୁଲର ୪୫ ତମ ବାର୍ଷିକ ଉତ୍ସବ
ଡ୍ରିମ୍ସ୍କେପ୍-୨୦୧୯ ଉଦ୍ଯାପିତ

ଭୁବନେଶ୍ୱର, ତା: ୨୪/୧୨/୨୦୧୯: ରାଜଧାନୀ ଭୁବନେଶ୍ୱରର ପୁରାତନ ପ୍ରତିଷ୍ଠିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଡ୍ରିମ୍ସ୍କେପ୍ – ୨୦୧୯ ଉଦ୍ଯାପିତ
ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରର ଶିକ୍ଷକ ଶିକ୍ଷା
ବିଭାଗର ଅଧ୍ୟକ୍ଷ ପ୍ରଫେସର ଗୌରାଙ୍ଗ ଚରଣ ନନ୍ଦ ଯୋଗଦେଇ ଶିକ୍ଷାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା, ଶିକ୍ଷାପଦ୍ଧତି ଓ ପିଲାମାନଙ୍କର କ ର୍ବ୍ୟବୋଧ ସହ ଇତିହାସକୁ ବ ର୍ମାନରେ ସଂଯୋଗ କରି ଶିକ୍ଷାକୁ ପୁସ୍ତକ ଭିତରେ ସୀମିତ ନରଖି ଅଭିଜ୍ଞତା ସହ ଯୋଡ଼ି ବାହ୍ୟ ଉନ୍ନତ ଜ୍ଞାନ ହାସଲ ଦ୍ୱାରା ଶିକ୍ଷାର ମାନବୃଦ୍ଧି ସହ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ପିଲାମାନଙ୍କର ଦାୟିତ୍ୱବୋଧ,
ସାମାଜିକ କ ର୍ବ୍ୟ କ୍ଷେତ୍ରରେ ଶିକ୍ଷାଦାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଆଡିସିନାଲ୍ ମ୍ୟାନେଜର ଶ୍ରୀଯୁକ୍ତ ଚି ରଞ୍ଜନ ବୈରିଶାଲ୍
ଶିକ୍ଷାଳୟ-ଶିକ୍ଷାଦାତା-ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମନ୍ୱୟର ଆବଶ୍ୟକତାର ଭୂମିକା ଦର୍ଶାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ବିଦ୍ୟାଳୟର କାର୍ଯ୍ୟଧାରା, ଶିକ୍ଷାସରଣୀ, ସଫଳତାକୁ ଦୃଷ୍ଟିରେ ରଖି ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ମ୍ୟାନେଜର ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା,ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଏବଂ ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଶ୍ରୀମତୀ ଶିବାନୀ ପଟ୍ଟନାୟକ ଏବଂ ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ ଉପସ୍ଥିତ ଥିଲେ । ଏଥିରେ ବିଦ୍ୟାଳୟ ପାଇଁକୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବି.ଜେ.ଇ.ଏମ୍ ବ୍ଲୁ- କେ. ପବନ
କୁମାର, ହରପ୍ରସାଦ ଦେବ ମେମୋରିଆଲ ଆୱାର୍ଡ- ଶିଳ୍ପୀ ସୁମନ, ରୋଶନି ରୂପାଲି ମେମୋରିଆଲ୍ ଆୱାର୍ଡ- ସିତିବର୍ଣ୍ଣା ତ୍ରିପାଠୀ, ଅନୁଶ୍ରୀ ମେମୋରିଆଲ୍ ଆୱାର୍ଡ- ପ୍ରତିଷ୍ଠା ବୈରିଶାଲ୍
ଏବଂ ଆରାଧନା ଦାସ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଟ୍ରଫି- ତନିଷ୍ଠା ମଙ୍ଗରାଜ, ଗୋପୀନାଥ ଓ ସୁଲୋଚନା ମେମୋରିଆଲ୍ ଆୱାର୍ଡ- ସିଦ୍ଧି ମିଶ୍ର ଓ ସିଦ୍ଧାନ୍ତ ଦାସ ଆଦିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପିଲାମାନଙ୍କ
ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶୀ, ଗୀତିନାଟ୍ୟ, ଆଧୁନିକ ନୃତ୍ୟ, ନାଟକ ଆଦି ପରିବେଷିତ ହୋଇଥିଲା । ବିଦ୍ୟାଳୟ ପକ୍ଷରୁ ଅତିଥିଙ୍କୁ ସ୍ମୃତିଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ
କରାଯାଇଥିଲା ।

Leave a Reply

Your email address will not be published. Required fields are marked *