ବିଭିନ୍ନ କ୍ଷେତ୍ରରେ ବି.ଜେ.ଇ.ଏମ୍. ସ୍କୁଲର ସଫଳତା

ବିଭିନ୍ନ କ୍ଷେତ୍ରରେ ବି.ଜେ.ଇ.ଏମ୍. ସ୍କୁଲର ସଫଳତା

ଭୁବନେଶ୍ୱର, ତା: ୧୦/୧୨/୨୦୧୯ : ଭୁବନେଶ୍ୱର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏବଂ ତା’ର ଛାତ୍ରଛାତ୍ରୀ ବିଭିନ୍ନ କାର୍ଯ୍ୟ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ
ସମ୍ମାନିତ ହୋଇଛନ୍ତି । ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ବିଦ୍ୟାଳୟର ଉଲ୍ଲେଖନୀୟ କୃତିତ୍ୱକୁ ଅବଲୋକନ କରାଇ
ଉନ୍ନତ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ସ୍କୁଲର ବିଭିନ୍ନ କାର୍ଯ୍ୟଯୋଜନା ଉପରେ ଆଲୋକପାତ କରିଥିଲେ । ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ
ମହାପାତ୍ର ପିଲାମାନଙ୍କୁ ଏପରି ବିଭିନ୍ନ ପ୍ରତିଯୋଗିତାର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହାର ଉପଯୋଗିତା ଉପରେ ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ । ପର୍ଯ୍ୟବେକ୍ଷକ ଶ୍ରୀମତୀ ଶିବାନୀ ପଟ୍ଟନାୟକ ଏବଂ ବ୍ରେନ୍ଫିଡ୍ ଆୱାର୍ଡର ଅଭିଜ୍ଞତାକୁ ପିଲାମାନଙ୍କ ଆଗରେ ପ୍ରକାଶ କରିଥିଲେ । ଏଥିରେ ପରିଚାଳନା କମିଟିର ମ୍ୟାନେଜର ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା, ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ, ଶ୍ରୀମତୀ ସୁଚରିତା ଦାସ ଏବଂ ଶିକ୍ଷକ ପ୍ରତିନିଧି ଶ୍ରୀମତୀ ସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
୧. ବ୍ରେନ୍ଫିଡ୍ ତରଫରୁ ବି.ଜେ.ଇ.ଏମ୍. ସ୍କୁଲକୁ ଶ୍ରେଷ୍ଠ ସି.ବି.ଏସ୍.ଇ. ସ୍କୁଲ, ଗୋଷ୍ଠୀ ଏବଂ ସହାୟତା ବିଦ୍ୟାଳୟ, କ୍ରୀଡ଼ା ଶିକ୍ଷା ଏବଂ ଉତ୍କର୍ଷ ବିଦ୍ୟାଳୟ ଭାବେ “ବ୍ରେନ୍ଫିଡ଼୍ ସ୍କୁଲ
ଏକ୍ସ୍ଲେନ୍ସ୍ ଆୱାର୍ଡ଼ ୨୦୧୯” ସମ୍ମାନ ପ୍ରଦାନ ।
୨. ପ•ମ ଶ୍ରେଣୀର ଛାତ୍ର ଦେବଦ ପ୍ରିୟଦର୍ଶୀ ଆଲେନ୍ ଦ୍ୱାରା ଆୟୋଜିତ ଟାଲେେ କ୍ସ୍ ୨୦୨୦ ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ୪ର୍ଥ ସ୍ଥାନ ଅଧିକାର କରି ୩୫,୦୦୦
ଟଙ୍କା, ପଦକ ସମ୍ମାନପତ୍ରରେ ସମ୍ମାନିତ ହୋଇଛନ୍ତି ।
୩. ଭାରତ ସରକାରଙ୍କର ଇଗ୍ନାଇଟ୍ ସମ୍ମାନ ୨୦୧୯-୨୦ରେ ନବମ ଶ୍ରେଣୀର ଛାତ୍ର ଦେବଜିତ ପ୍ରସାଦ ମାଝୀ ତାଙ୍କର ନୂତନ ଚିନ୍ତନ ପାଇଁ ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *