ବି.ଜେ.ଇ.ଏମ୍. ସ୍କୁଲରେ ଶିଶୁଦିବସ ପାଳିତ

ବି.ଜେ.ଇ.ଏମ୍. ସ୍କୁଲରେ ଶିଶୁଦିବସ ପାଳିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ
ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ୧୩୧ତମ ଜନ୍ମଦିବସ
ଲପଲକ୍ଷେ ଶିଶୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶିଶୁ ଶ୍ରେଣୀ ଠାରୁ
ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିଶୁ ପ୍ରତିଭା ପ୍ରଦର୍ଶନ, ଖେଳ, ନୃତ୍ୟ, ସଙ୍ଗୀତ,
ଖାଦ୍ୟପେୟ ପରିବେଷଣର ବିଭିନ୍ନ କାର୍ଯର୍୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ
ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍
ଶ୍ରୀଯୁକ୍ତ ରଘୁନାଥ ମିଶ୍ର, ମ୍ୟାନେଜର ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା, ଆଡିସିନାଲ୍
ମ୍ୟାନେଜର ଶ୍ରୀଯୁକ୍ତ ଚି ରଞ୍ଜନ ବୈରିଶାଲ୍, ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା
ଶ୍ରୀମତୀ ପଲ୍ଲବୀ ମହାପାତ୍ର, ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ, ଶ୍ରୀମତୀ
ଶିବାନୀ ପଟ୍ଟନାୟକ, ଶ୍ରୀମତୀ ସୁଚରିତା ଦାସ, ପରିଚାଳନା କମିଟିର ସଦସ୍ୟ ଡ. ଅଶ୍ୱିନୀ
କୁମାର ତିୱାରୀ, ଶ୍ରୀଯୁକ୍ତ ସନତ ଦାସ ପ୍ରମୁଖ ଉପସ୍ଥିତ ରହି ନେହେରୁଙ୍କର ଶିଶୁସମାଜ ପ୍ରତି
ଅବଦାନକୁ ଆଲୋଚନା କରିଥିଲେ । ପିଲାମାନେ ନୃତ୍ୟ, କୌତୁକ ପୋଷାକ, ବକ୍ତୃତା
ମାଧ୍ୟମରେ ତାଙ୍କ ଜୀବନୀକୁ ଉପସ୍ଥାପନ କରିଥିଲେ । ଏହି ଉଦ୍ଦେଶ୍ୟରେ ପିଲାମାନଙ୍କ ଦ୍ୱାରା
ମନୋରଞ୍ଜନଧର୍ମୀ ଖେଳ ଓ ସ୍ୱାଦିଷ୍ଟ ଖାଦ୍ୟମେଳା ଅନୁଷ୍ଠିତ ହୋଇଥିଲା । ପିଲାମାନଙ୍କ ଦ୍ୱାରା
ଉପସ୍ଥାପିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷକ
ଶିକ୍ଷୟିତ୍ରୀ ଓ କର୍ମକ ର୍ା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *