ବରିଷ୍ଠ ମହିଳା ନେତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ।

ଭୁବନେଶ୍ୱର:୧୩.୦୭ ବିଜୁ ଜନତା ଦଳ ଆଜି ତାହାର ବରିଷ୍ଠ ମହିଳା ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୩୦ଟି ଜିଲ୍ଲା ଦାୟିତ୍ୱ ପାଇଥିବା ୧୮ଜଣ ମହିଳା ନେତ୍ରୀ ସେଠାରେ ଦଳୀୟ ସଂଗଠନ କାର୍ଯ୍ୟ ଦେଖିବେ ।ଜିଲ୍ଲା ଦାୟିତ୍ୱ ପାଇଥିବା ନେତ୍ରୀଙ୍କ ମଧ୍ୟରେ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କେନ୍ଦୁଝର, ଗୀତା ବସ୍ତିଆଙ୍କୁ ଗଜପତି ଓ ଗଞ୍ଜାମ, କସ୍ତୁରୀ ମହାପାତ୍ରଙ୍କୁ ପୁରୀ, ଖୋରଧା ଓ ଭୁବନେଶ୍ୱର, ଉର୍ମିଳା ଦାସଙ୍କୁ ଭଦ୍ରକ ଓ ମୟୁରଭଞ୍ଜ, ପ୍ରବାସିନୀ ଷଡଙ୍ଗୀଙ୍କୁ କଟକ, ଜ୍ୟୋତି ପାଣିଗ୍ରାହୀଙ୍କୁ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲା ଦାୟିତ୍ୱ ମିଳିଛି ।ସେହିଭଳି ସ୍ନିଗ୍ଧା ପାଣିଗ୍ରାହୀଙ୍କୁ ରାୟଗଡା ଓ ନବରଙ୍ଗପୁର, ନିବେଦିତା ମହାନ୍ତିଙ୍କୁ କେର।।ପୁଟ ଓ ମାଲକାନଗିରି, କୁଞ୍ଜଲତା ସାମଲଙ୍କୁ ନୟାଗଡ, ପୁଷ୍ପାଞ୍ଜଳି ରଣାଙ୍କୁ ଅନୁଗୁଳ. ଦେବଗଡ, ଢେଙ୍କାନାଳ, ମିନତୀ ଦେବତାଙ୍କୁ ସମ୍ବଲପୁର ଓ ବରଗଡ, ଭାରତୀ ସିଂହଙ୍କୁ ବାଲେଶ୍ୱର, ସରୋଜିନୀ ରାଜଙ୍କୁ ବଳାଙ୍ଗିର ଓ ସୋନପୁର, ସଂଘମିତ୍ରା ଦଳାଇଙ୍କୁ କନ୍ଧମାଳ ଓ ବୌଦ, ରିଜୱାନା ବେଗମଙ୍କୁ ଯାଜପୁର, ମିତା ରାଉତଙ୍କୁ କେନ୍ଦ୍ରାପଡା, ସ୍ନେହାଞ୍ଜଳି ମହାନ୍ତିଙ୍କୁ ଜଗତ୍‍ସିଂହପୁର ଏବଂ ସଞ୍ଜୁକ୍ତା ମହାନ୍ତିଙ୍କୁ କଳାହାଣ୍ଡି ଓ ନୂଆପଡା ଦାୟିତ୍ୱ ମିଳିଛି ।ବିଜେଡି ସଂଗଠର ନବକଳେବର ପ୍ରକ୍ରିୟାରେ ପ୍ରଥମେ ବରିଷ୍ଠ ଉପସଭାପତି ଓ ସଭାପତି ନିଯୁକ୍ତ ପରେ ବରିଷ୍ଠ ସାଧାରଣ ସମ୍ପାଦକ ଓ ସମ୍ପାଦକ ନିଯୁକ୍ତ ହୋଇଥିଲେ । ଆଜି ୩୦ ଜିଲ୍ଲା ପାଇଁ ମହିଳା ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ ଦସ୍ତଖତରେ ଆସିଥିବା ଆଜିର ନିଯୁକ୍ତିନାମା ତୁରନ୍ତ କାର୍ଯ୍ୟକାରୀ ହୋଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *