ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ନିରନ୍ତର ବିକାଶ ଉପରେ ଜାତୀୟ ଆଲୋଚନାଚକ୍ର

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ନିରନ୍ତର ବିକାଶ ଉପରେ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର:କଟକ ସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ନିରନ୍ତର ବିକାଶ ଉପରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ପ୍ର. ଅଶୋକ ଦାସ, ଡ଼. ସୀତା କାନ୍ତ ଦାଶ, ପ୍ର ଅଜୟ କୁମାର ସିଂ, ଶ୍ରୀମତୀ ରଜିତା କୁଲକରନୀ, ଡ଼. ସରୋଜ ନାୟକ, ପ୍ର. ଶ୍ରୀନିବାସ ସୁଵାରାଓ, ଡ଼. ବିନୟ ଭୂଷଣ ଜେନା, ପ୍ର. ପ୍ରଫୁଲ୍ଲ ଧଳ, ଶ୍ରୀ ଆଦିତ୍ୟ ପୁଂଦୀର, ପ୍ର. ଗୀତା ବୈଦ୍ୟନାଥନ, ପ୍ର. ମାନବେନ୍ଦ୍ର ପ୍ରତାପ ସିଂ, ପ୍ର. କମଳା କାନ୍ତ ଦାଶ ଆଦି ଯୋଗ ଦେଇ ଜଳବାୟୁ ପରିବର୍ତନ ଏବଂ ନିରନ୍ତର ବିକାଶ ଉପରେ ଆଲୋକପାତ କରିଥିଲେ ।ଆମେରିକାର ସୁନାମଧନ୍ୟ ଓଡ଼ିଆ ପୁଅ ତଥା ପ୍ରସିଦ୍ଧ ବୈଜ୍ଞାନିକ ଡ଼. ସୀତା କାନ୍ତ ଦାଶଙ୍କୁ ‘ଓଡିଶା ନିରନ୍ତର ବିକାଶ ପ୍ରୋତ୍ସାହନ’ ସମ୍ମାନରେ ଅଭିଭୂଷିତ କରାଯାଇଥିଲା । ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ପ୍ରାରମ୍ଭ ହୋଇଥିବା ଜଳବାୟୁ ପରିବର୍ତନ ଏବଂ ନିରନ୍ତର ବିକାଶ ଗବେଷଣା ଓ ଅଧ୍ୟୟନ କେନ୍ଦ୍ର ଏହି ସମ୍ମାନକୁ ପ୍ରତିବର୍ଷ ଜଣେ ସୁଯୋଗ୍ୟ ପ୍ରାଥୀଙ୍କୁ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।ଏ ହି ବିଶ୍ୱବିଦ୍ୟାଳୟ ବିଶ୍ୱର ଖ୍ୟାତନାମା ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବି ଶଙ୍କର ପ୍ରେରଣାକୁ ପାଥେୟ କରି ଯୁବ ସମାଜ କୁ ଏକ ନୂତନ ଦିଗଦର୍ଶନ ଦେବା ପାଇଁ ପ୍ରତିଷ୍ଠା କରାଯାଇଛି । ଇତି ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟକୁ ପରିବେଶ ସୁରକ୍ଷା, ଯୋଗ, ପ୍ରାଣାୟାମ, ପରିସର ସବୁଜତା, ଶାକାହାରୀ ଖାଦ୍ୟ, ଜୈବିକ କୃଷି, ଗବେଷଣା ଓ ଅଧ୍ୟୟନ ଆଦିରେ ନୂତନତ୍ଵ ପାଇଁ ବହୁ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରିୟ ସମ୍ମାନ ମିଳି ଚାଲିଛି ।

Leave a Reply

Your email address will not be published. Required fields are marked *