ସ୍ବର୍ଗତଃ ଶ୍ରୀ ବିଷ୍ନୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ସ୍ବର୍ଗତଃ ଶ୍ରୀ ବିଷ୍ନୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:୧୪.୦୭ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ପତିତପାବନ ୟୁଥ ଆସୋସିଏସନ ପକ୍ଷରୁ ପୂର୍ବତନ ସଭାପତି ତଥା ବିଧାୟକ ସ୍ବର୍ଗତଃ ବିଷ୍ନୁ ଦାସଙ୍କ ଉଦେଶ୍ୟରେ ଭିଡିଓ ମାଧ୍ୟମରେ ଶୋକସଭା ଆୟୋଜିତ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସଦସ୍ୟମାନେ ଶ୍ରୀ ଦାସଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ନିରବ ପ୍ରାର୍ଥନା କରିଥିଲେ I ୧୯୯୨ ମସିହାରେ ଶ୍ରୀ ଦାସଙ୍କର ସଭାପତିତ୍ୱରେ ଏହି ଅନୁଷ୍ଠାନଟି ପ୍ରତିଷ୍ଠିତ ହୋଇଥିଲା I ଉକ୍ତ ଶୋକସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ଼. ରୁଧି ସୁନ୍ଦର ମହାନ୍ତି, ସହ-ସମ୍ପାଦକ ଆକାଶ ପଟନାୟକ, ସମାଜସେବୀ ଡ଼. ଟୁନା ସାହୁ ଓ ଲକ୍ଷ୍ମଣ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *