ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ

ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର :  ବିର୍ସାମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ସ୍ଥାନୀୟ ୱାର୍ଡ଼ ନଂ-୨୮, ନନ୍ଦିନୀପଲ୍ଲୀ, ମୁଣ୍ଡାସାହିଠାରେ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ବିପ୍ଲବୀ ସହିଦ ବିର୍ସାମୁଣ୍ଡାଙ୍କର ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଶ୍ରୀଯୁକ୍ତ କୁଳମଣି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗ ଦେଇ ତାଙ୍କ ଅଭିଭାଷଣରେ ବିର୍ସାମୁଣ୍ଡାଙ୍କ ଦେଶପ୍ରେମ ଓ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ଶ୍ରୀଯୁକ୍ତ ବିବେକାନନ୍ଦ ବାରିକ ଯୋଗ ଦେଇ ବିର୍ସାମୁଣ୍ଡାଙ୍କ ଭଳି ନିର୍ଭୀକ ଓ ଦେଶ ହିତରେ ନିଜକୁ ନିୟୋଜିତ କରିବା ପାଇର୍ ଆହ୍ୱାନ ଦେଇଥିଲେ । କମିଟିର ସମ୍ପାଦକ ଶ୍ରୀଯୁକ୍ତ ସନାତନ ମୁଣ୍ଡା ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ସମସ୍ତଭ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀଯୁକ୍ତ ଗୋପିନାଥ ସେଠୀ ଓ ସନାତନ ମୁଣ୍ଡାଙ୍କୁ ଗୁରୁଶ୍ରୀ ସମ୍ମାନ, ଦିଲ୍ଳୀପ ଦେହୁରୀ, ସନ୍ତୋଷ ନାୟକ, ଚନ୍ଦନ ନାୟକଙ୍କୁ ଯୁବ କ୍ରୀଡ଼ାବିତ୍ ସମ୍ମାନ ଓ ଗୋବର୍ଦ୍ଧନ ମୁଣ୍ଡାଙ୍କୁ ଯୁବ ନୃତ୍ୟ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଳକ୍ଷ୍ମୀ ଦିଦି ଓ ଦୁର୍ଗା ମହାରଣା, ରାଧା କେରେଇ, ପ୍ରଫୁଲ୍ଲ ମହାନ୍ତି, ଫେଲୁ ମହାନ୍ତି ଏବଂ ମାୟାଧର ବାରିକ କାର୍ଯ୍ୟକ୍ରମ ପରି·ଳନା କରିଥିଲେ ।

Leave a Reply

Your email address will not be published. Required fields are marked *