ଉଦ୍ଯାପିତ ହେଲା ‘ବିର୍ସାମୁଣ୍ଡା ଜୟନ୍ତୀ-୨୦୧୯’

ଉଦ୍ଯାପିତ ହେଲା ‘ବିର୍ସାମୁଣ୍ଡା ଜୟନ୍ତୀ-୨୦୧୯’


ଭୁବନେଶ୍ୱର, ୨୨.୧୧ : ବିର୍ସାମୁଣ୍ଡା ଥିଲେ ପ୍ରଗାଢ ଦେଶଭକ୍ତ । ଅତ୍ୟା·ରୀ ବିି୍ରଟିଶ ଶାସକଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ସେ ନେଇଥିଲେ ନିର୍ଭୀକ ପଦକ୍ଷେପ । ନିଜ ଜୀବନକୁ ବାଜି ଲଗାଇ ସେ ଦୁର୍ଦ୍ଦାନ୍ତ ବ୍ରିଟିଶ ଶାସକଙ୍କ ଉପରକୁ ମାରିଥିଲେ ତୀର । ଏଥିପାଇଁ ତାଙ୍କୁ ଅତ୍ୟନ୍ତ ବର୍ବୋରଚିତ ଭାବେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ସେଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ତାଙ୍କ ଜନ୍ମତିଥିରେ ସାରା ଦେଶ ମନେ ପକାଇଛି । ଏହି ଅବସରରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ଥିବା ଲୁହାପଙ୍କ ପାୟତର ·ରିବାଟୀ ଗାଁରେ ଥିବା ନିତିଆ ମୁଣ୍ଡା ଫାର୍ମ ହାଉସ୍ ପରିସରରେ ପାଳିତ ହୋଇଯାଇଛି ‘ବିର୍ସାମୁଣ୍ଡା ଜୟନ୍ତୀ-୨୦୧୯’ । ଭୁବନେଶ୍ୱର ଡେନିମ୍ ଆଣ୍ଡ ବ୍ଲୁଜ୍ ନୃତ୍ୟାନୁଷ୍ଠାନ ଓ ସେଠାକାର ‘ବିର୍ସାମୁଣ୍ଡା ଜୟନ୍ତୀ କମିଟି’ର ମିଳିତ ସହଯୋଗରେ ଏହି ଉତ୍ସବର ଆୟୋଜନ କରିଥିଲା । ପ୍ରଥମ ଦିବସରେ ସହୀଦ ବିିର୍ସା ମୁଣ୍ଡାଙ୍କ ଜନ୍ମ୍ଦିବସ ପାଳିତ ହେବା ସହିତ ସନ୍ଧ୍ୟାରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ସଂର୍କୀନ ଓ କରମା ନାଚ ପରିବେଷିତ ହୋଇଥିଲା । ସେହିପରି ନଭେମ୍ବର ୧୬ ତାରିଖରେ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ସର୍ବଭାରତୀୟ ସମ୍ବାଦପତ୍ର ପ୍ରଦର୍ଶନୀ, ମୁଣ୍ଡା ଗୀତ ଓ ମାଦଳ ପ୍ରତିଯୋଗିତା ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ସାଧାରଣ ଜ୍ଞାନ ଓ ପୁଚି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଓ ତୃତୀୟ ଦିବସରେ ‘ଟାଇମ୍ ପାସ୍’ ତରଫରୁ ବିିର୍ସାମୁଣ୍ଡା ମ ଉପରେ ‘ଗପସପ’ ଓ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁବକବି ସରୋଜ ବଳ, ଆଦିତ୍ୟେଶ୍ୱର ମିଶ୍ର, ଭାରତ ମାଝୀ, ସତ୍ୟ ପାଣିଗ୍ରାହୀଙ୍କ ସମେତ ୧୭ ଜଣ କବି, ଗାଳ୍ପିକ ଯୋଗ ଦେଇଥିଲେ । ଉଦ୍ଯାପନୀ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତପି ମିଶ୍ର, ଅଭିନେତ୍ରୀ ମହିମା ଦାସ, କବି, ଗୀତିକାର ଓ ଅଭିନେତା ଦେବ ପାତ୍ର, କବି ଓ ମିମିକ୍ରି ଆର୍ଟିଷ୍ଟ ଗୋବିନ୍ଦ ସରାଫ, ପ୍ରମେୟର ସାଂସ୍କୃତିକ ସାମ୍ବାଦିକ ମନୋରଞ୍ଜନ ମହାନ୍ତି, ମିଡ଼ିଆ କୋର୍ଡ଼ିନେଟର ବାଳକୃଷ୍ଣ ରାଉତ (ମୁନା), ଲୁହାପଙ୍କ ପାୟତର ସରପ ଅଶ୍ୱିନୀ କୁମାର ପ୍ରଧାନ, ଯୁବ ସମାଜସେବୀ ନରେଶ କୁମାର, ଭିକି ଓ ସୁନିଲ୍ ପ୍ରଧାନ ଏବଂ ଯୁବ ବ୍ୟବସାୟୀ ପଙ୍କଜ କେଡ଼ିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ଡେନିମ୍ ଆଣ୍ଡ ବ୍ଲୁଜ୍ର କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ସଭା, ପୁରସ୍କାର, ସମ୍ମାନ ଓ ସମ୍ବର୍ଦ୍ଧନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରି·ଳନା କରିଥିଲେ ସତ୍ୟ ପାଣିଗ୍ରାହୀ । ଉତ୍ସବର ଆବାହକ ମୁରଲୀ ମୁଣ୍ଡା, ନିର୍ଦ୍ଦେଶକ ବାବୁଲି ମୁଣ୍ଡା ଓ ପୃଷ୍ଠପୋଷକ ନିତିଆ ମୁଣ୍ଡା ପ୍ରମୁଖ ଅତିଥି ଓ କଳାକାରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *