ରାଜ୍ୟସ୍ତରୀୟ ବୀରତା ଦିବସ ଦେଶ ପାଇଁ ଶହୀଦ୍ ମାଧୋ ସିଂଙ୍କ ପରିବାରର ବଳିଦାନ ଅବିସ୍ମରଣୀୟ -ମନ୍ତ୍ରୀ ରଘୁନନ୍ଦନ ଦାସ !

ରାଜ୍ୟସ୍ତରୀୟ ବୀରତା ଦିବସ ଦେଶ ପାଇଁ ଶହୀଦ୍ ମାଧୋ ସିଂଙ୍କ ପରିବାରର ବଳିଦାନ ଅବିସ୍ମରଣୀୟ -ମନ୍ତ୍ରୀ ରଘୁନନ୍ଦନ ଦାସ !

ଭୁବନେଶ୍ୱର ତା-୩୧.୧୨.୨୦୧୯ ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ଜୀବନ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୧୮୫୭-୫୮ ମସିହା ସମୟରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ବ୍ରିଟିଶ୍ ଶାସକଙ୍କ ବିରୋଧରେ ଚଳାଇଥିବା ସଂଗ୍ରାମରେ ତାଙ୍କୁ ବିଭିନ୍ନ ଅଂଚଳରୁ ଯେଉଁ ସହଯୋଗ ମିଳିଥିଲା, ତନ୍ମଧ୍ୟରୁ ବରଗଡ ଜିଲ୍ଲା ଘେଂସ ଜମିଦାର ମାଧୋ ସିଂହ ବରିହା ଓ ତାଙ୍କର ପରିବାରର ସଦସ୍ୟଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ଆଜି ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ, ଶହୀଦ୍ କୁଞ୍ଜଳ ସିଂ କ୍ଲବ୍, ଘେଁସ, ବରଗଡ ଏବଂ ପଶ୍ଚିମ ଓଡିଶା ଅଗ୍ରଣୀ ସଂଗଠନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଏହା ପ୍ରକାଶ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଶହୀଦ୍ ମାଧୋ ସିଂଙ୍କ ଭଳି ଆମ ରାଜ୍ୟର ବହୁ ସଂଗ୍ରାମୀ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି । ସେମାନଙ୍କ ସଂପର୍କରେ ଅଧିକ ଗବେଷଣା ଓ ଆଲୋଚନା ହେଲେ ଏହା ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ । ସଂପ୍ରତି ଶହୀଦ୍ ମାଧୋ ସିଂଙ୍କ ଫାଶୀ ଦିବସକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତିବର୍ଷ ବୀରତା ଦିବସ ରୂପେ ପାଳନ କରାଯାଉଛି । ପ୍ରାରମ୍ଭରେ ଅତିଥିମାନେ ଶହୀଦ୍ ମାଧୋ ସିଂଙ୍କ ତୈ÷ଳଚିତ୍ରରେ ପୁଷ୍ପଅର୍ଘ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଦେଶ ପାଇଁ ଘେଁସ ପରିବାରର ଅବଦାନ ପ୍ରତି ସମ୍ମାନ ଜଣାଇ ସେହି ପରିବାରର କୂଳବଧୁ ଶ୍ରୀମତୀ ମମତା ସିଂ ବରିହାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହରେ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଘେଁସ ପରିବାରର ସଦସ୍ୟମାନଙ୍କର ବଳିଦାନର ଗାରିମାମୟ ଇତିହାସ ସଂପର୍କରେ ପାଠ୍ୟପୁସ୍ତକରେ ସ୍ଥାନିତ କରାଯିବାକୁ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ସାଂସଦ ଶ୍ରୀ ପ୍ରଭାସ କୁମାର ସିଂ କହିଲେ ଯେ, ଘେଁସ ପରିବାରର ସେହି ସଂଗ୍ରାମୀ ମାନଙ୍କର ବୀରତ୍ୱର କାହାଣୀ ସଂପର୍କରେ ଅଧିକ ଗବେଷଣା ଓ ସ୍ମୃତିରକ୍ଷା ପାଇଁ ଅଧିକରୁ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି । ଏ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଘେଁସଠାରେ ସ୍ମୃତି ଭବନ ନିର୍ମିତ ହୋଇଥିବା ରାଜ୍ୟ ସରକାରଙ୍କର ଏକ ସ୍ମରଣୀୟ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ଶହୀଦ୍ ମାଧୋ ସିଂ ଓ ତାଙ୍କ ପରିବାରର ସଦସ୍ୟମାନଙ୍କର ବଳିଦାନକୁ ସ୍ମରଣ କରି ଆମ ସମସ୍ତଙ୍କୁ ଦେଶ ଓ ଜାତିପାଇଁ କାର୍ଯ୍ୟକରି ଆଗକୁ ବଢିବାର ଅଛି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଗବେଷକ ତଥା ଶିକ୍ଷାବିତ୍ ପ୍ରଫେସର ପ୍ରୀତୀଶ ଆଚାର୍ଯ୍ୟ ଯୋଗଦେଇ କହିଲେ ଯେ, ୧୮୫୭ ସିପାହୀ ବିଦ୍ରୋହ ସମୟ ଓ ଏହା ପୂର୍ବରୁ ଯେଉଁଭଳି ଭାବେ ବିରତ୍ୱର ପରାକାଷ୍ଟା ଦେଖାଇ ବ୍ରିିଟିଶ୍ ଶାସନର ଅନ୍ୟାୟ, ଅତ୍ୟାଚାର ବିରୋଧରେ ଲଢିଥିଲେ ତାହାର ପଟ୍ଟାନ୍ତର ନାହିଁ । ମାଧୋ ସିଂଙ୍କ ସହିତ ତାଙ୍କ ୪ ପୁତ୍ର କୁଞ୍ଜଲ ସିଂ, ହଟେ ସିଂ, ବୈରୀ ସିଂ ଓ ଏାରୀ ସିଂ ମଧ୍ୟ ଏହି ସଂଗ୍ରାମରେ ଶହୀଦ୍ ହୋଇଥିଲେ । ଜନ୍ମମାଟି ପାଇଁ ଆତ୍ମୋତ୍ସର୍ଗ ଦେଇଥିବା ସମସ୍ତ ବୀରମାନଙ୍କ ସମ୍ମାନ ପାଇଁ ଏହି ଦିବସ ଉଦ୍ଦିଷ୍ଟ ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ମାନ୍ୟବର ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବାସ ଚୋ÷÷ହାନ ଯୋଗଦେଇ ପିଢି ପରେ ପିଢିଙ୍କୁ ଅନୁପ୍ରାଣିତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମୀରେ ପ୍ରମୁଖ ଯୋଗଦାନ ରହିଥିବା ପଶ୍ଚିମ ଓଡିଶା ଅଂଚଳର ସମସ୍ତ କ୍ରାନ୍ତିକାରୀ ସଂଗ୍ରାମୀମାନଙ୍କର ସ୍ମୃତିରେ ପୁସ୍ତକ ପ୍ରକାଶନ କରାଗଲେ ପରିଷଦ ସହଯୋଗ କରିବ ବୋଲି ପ୍ରକାଶ କରିଥିଲେ । ଏହି ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱ ବିଦ୍ୟାଳୟସ୍ତରୀୟ ଓଡିଆ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶହୀଦ୍ କୁଞ୍ଜଳ ସିଂ କ୍ଲବ୍ର ସଭାପତି ଶ୍ରୀ ଅଶୋକ ପୁଝାହାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଏହି କ୍ଲବ୍ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *