୫ ଜିଲ୍ଲାରେ ଧାରଣା ବିକ୍ଷୋଭ ଭୁବନେଶ୍ୱରରେ ମଶାଲ ଶୋଭାଯାତ୍ରା

କାଳିଆକୁ ନେଇ ଦଶମ ଦିନରେ ଅକ୍ଷୟଙ୍କ ଅନଶନ
ଭେଟିଲେ ନିରଞ୍ଜନ, ଭାଜପା ନେତୃମଣ୍ଡଳୀ । ୫ ଜିଲ୍ଲାରେ ଧାରଣା ବିକ୍ଷୋଭ ଭୁବନେଶ୍ୱରରେ ମଶାଲ ଶୋଭାଯାତ୍ରା

ଭୁବନେଶ୍ୱର, ୦୪.୦୧ : କାଳିଆ ଯୋଜନାରୁ ଅର୍ଥ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସତ୍ୟ ବିରୁଦ୍ଧରେ ଅକ୍ଷୟଙ୍କ ସତ୍ୟାଗ୍ରହ ଦଶମ ଦିନରେ ପôହଛି । ପ୍ରଥମରୁ ରାଜନୈତିକ ମହଲରେ ଅନଶନ ପ୍ରଭାବଶାଳୀ ସାବ୍ୟସ୍ତ ହେବନାହିଁ ବୋଲି ଯେଉଁମାନେ ଆକଳନ କରୁଥିଲେ ସେମାନେ ଏବେ ଆତଙ୍କିତ ହେଲେଣି । ଧରିତ୍ରୀ ସମ୍ପାଦକ ତଥାଗତ ଶତପଥୀ ଅକ୍ଷୟ କୁମାରଙ୍କୁ ଭେଟିବା ପରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅକ୍ଷୟ କୁମାରଙ୍କୁ ଭେଟିଥିବା ବେଳେ ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ହରି ଖୁିଆ, ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ, ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଜଟଣୀର ଲୁଲୁ ବଡ଼ଜେନା ପ୍ରମୁଖ ଅକ୍ଷୟ କୁମାରଙ୍କ ସହ ସାକ୍ଷାତ୍ ଆଲୋଚନା କରିଛନ୍ତି । ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ପ୍ରତନିଧିଙ୍କୁ ଅନଶନସ୍ଥଳରେ କହିଛନ୍ତି ଯେ ରାଜ୍ୟରେ ·ଲିଥିବା ସରକାର ପ୍ର·ର ଓ ପ୍ରତାରଣାର ସରକାର । ରାଜ୍ୟର ·ଷୀ ଆନ୍ଦୋଳନକୁ ସମର୍ଥନ ଥିଲା ଓ ଏବେ ବି ରହିଛି । ବିଜେପି ନେତାମାନେ ·ଷୀଙ୍କ ସହ ନବୀନଙ୍କ ଧୋବାବାଜିକୁ ଧୋକାଦାରୀକୁ ନିନ୍ଦା କରିଥିଲେ ।
ଆଜି ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ ଓ ଯାଜପୁରରେ କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତାରଣା ଓ ଅକ୍ଷୟ କୁମାରଙ୍କ ସତ୍ୟାଗ୍ରହକୁ ସମର୍ଥନ ଜଣାଇ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ସେହିପରି ଭୁବନେଶ୍ୱରରେ ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ସଂଗଠନର ଯୁବଛାତ୍ର ସଂଗଠନ ତରଫରୁ ଏକ ମଶାଲ ଶୋଭାଯାତ୍ରା ମାଷ୍ଟରକ୍ୟାିନ ଛକରୁ ରାଜମହଲ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ସାଇପ୍ରସାଦ ପଲାଇ, ଯୋଶୋ ପ୍ରମୁଖ ନେତୃତ୍ୱ ନେଇ ନବୀନ ପଟ୍ଟନାୟକ ·ଷୀଙ୍କ ସହ ଯେଉଁ ଧୋକାବାଜି କରିଛନ୍ତି ତା ବିରୁଦ୍ଧରେ ଓ ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ମଶାଲା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି ବୋଲି କହିଥିଲେ । ଆଗାମୀ ୬ ତାରିଖରେ ସାରା ରାଜ୍ୟରେ ଅକ୍ଷୟ କୁମାରଙ୍କ ସତ୍ୟାଗ୍ରହକୁ ସମର୍ଥନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *