ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ସପ୍ତଦଶ ସ୍ୱନକ୍ଷତ୍ର ଉତ୍ସବ ସମସ୍ତଙ୍କୁ ସ୍ୱୀକାର କରିବା ଓ ଭଲ ପାଇବା ହେଉଛି ଭାରତର ଆଦର୍ଶ : ରାଜ୍ୟପାଳ

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ସପ୍ତଦଶ ସ୍ୱନକ୍ଷତ୍ର ଉତ୍ସବ
ସମସ୍ତଙ୍କୁ ସ୍ୱୀକାର କରିବା ଓ ଭଲ ପାଇବା ହେଉଛି ଭାରତର ଆଦର୍ଶ : ରାଜ୍ୟପାଳ

ଭୁବନେଶ୍ୱର,୧୩.୧ : ପାରମ୍ପରିକ ଭାରତୀୟ ଶିକ୍ଷା ପଦ୍ଧତି ପାଶ୍ଚାତ୍ୟ ପ୍ରଭାବରେ ନଷ୍ଟଭ୍ରଷ୍ଟ ହୋଇଯାଇଛି । ଏହାର ପୁନଃସ୍ଥାପନ ଏକାନ୍ତ ଜରୁରୀ ଏବଂ ଏ କ୍ଷେତ୍ରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର କାର୍ଯ୍ୟଧାରା ବେଶ୍ ପ୍ରଶଂସନୀୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ
କରିଛନ୍ତି ।ସୋମବାର ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ସପ୍ତଦଶ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ, ଭାରତୀୟ ଶିକ୍ଷା ଦର୍ଶନର ବିଶେଷତାକୁ ଅନୁଭବ କରିବାକୁ ପଡ଼ିବ । ଭାରତ ପାଇଁ ଆବଶ୍ୟକ ଶିକ୍ଷା ବ୍ୟବସ୍ଥାପ୍ରଚଳନ କରିବା ଦରକାର । ସମସ୍ତଙ୍କୁ ସ୍ୱୀକାର କରିବା ଓ ସମସ୍ତଙ୍କୁ ପ୍ରେମ କରିବା ହେଉଛି ଭାରତର ଆଦର୍ଶ । ସମଗ୍ର ବିଶ୍ୱକୁ ଭାରତ ହିଁ ମାର୍ଗଦର୍ଶନ କରିପାରିବ ବୋଲି ରାଜ୍ୟପାଳ କହିଛନ୍ତି ।
ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉତ୍ସବରେ ସମ୍ମାନିତ ଅତିଥି ଯୋଗ ଦେଇ କହିଲେ ଯେ, ରାଜ୍ୟରେ ଶିକ୍ଷା ବିକାଶ ସଂସ୍ଥାନ ୨୦୦୩ ମସିହାରେ ମାତ୍ର ୪ଟି ବିଦ୍ୟାଳୟ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଥିଲା । ବର୍ତ୍ତମାନ ଏହା ୧୨୩୪ଟି ଶିକ୍ଷାନୁଷ୍ଠାନରେ ପହଞ୍ôଚ  ପାରିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାଦାନ ସହିତ ଚରିତ୍ର ଗଠନକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀମାନଙ୍କୁ ଏ  ଦିଗରେତାଲିମ ଦିଆଯିବାର କାର୍ଯ୍ୟ ବିଦ୍ୟାଳୟସ୍ତରରୁ ଆରମ୍ଭ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉତ୍ସବରେ ଅନ୍ୟତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି । ଶିକ୍ଷାଦାନ କେବଳ ·କିରୀ କେନ୍ଦ୍ରୀକ ନୁହେଁ ବରଂ ସର୍ବୋତ୍ର ଭାବେ ନାଗରିକ ଗଠନର ଏକ ପଦ୍ଧତି । ଏହି ସଂସ୍ଥାନ ପ୍ରମାଣିତ କରିଥିବାରୁ ସରକାରୀ ବିଦ୍ୟାଳୟ ଭଳି ଏହି
ବିଦ୍ୟାଳୟଗୁଡ଼ିକରେ ମଧ୍ୟ ପାଠ୍ୟପୁସ୍ତକ ବିତରଣ ପାଇଁ ସରକାର ଗୁରୁତର ସହ ବି·ର କରିବେ ବୋଲି ଶ୍ରୀ ଦାଶ କହିଥିଲେ ।
ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଶିକ୍ଷାଦାନ କ୍ଷେତ୍ରରେ ବିବେକାନନ୍ଦଙ୍କ ବାଣୀ ଓ  ଆଦର୍ଶକୁଛାତ୍ରଛାତ୍ରୀମାନଙ୍କୁ ଜଣାଇବା ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜକୁ ସମର୍ପଣ କରିବା ମନୋଭାବ ସୃଷ୍ଟି କରିବା ଆବଶ୍ୟକ ବୋଲି କହିଛନ୍ତି । ଶିକ୍ଷା ବିକାଶ ସଂସ୍ଥାନର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଡା.କରୁଣାକର ପ୍ରଧାନ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ କହିଲେ ଯେ, ୨୦୨୫ ମସିହା ସୁଦ୍ଧା ଏହି
ସଂସ୍ଥାନ ଦ୍ୱାରା ପରି·ଳିତ ବିଦ୍ୟାଳୟଗୁଡ଼ିକରେ ୪ ଲକ୍ଷ ଛାତ୍ରଛାତ୍ରୀଙ୍କ ନିମିତ୍ତ ୨୦୦୦ ବିଦ୍ୟାଳୟରେ ଶିକ୍ଷାଦାନର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ । ବନ୍ଦେ ଉକ୍ରଳ ଜନନୀ ରାଜ୍ୟ ଗାନର ଲେଖକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାମରେ ଏକ ମର୍ଯ୍ୟାଦାପୂର୍ଣ୍ଣ ‘କାନ୍ତକବି ଲକ୍ଷ୍ମୀକାନ୍ତ ସମ୍ମାନ-
୨୦୨୦’ ଓଡ଼ିଶାର ବିଶିଷ୍ଟ ସଙ୍ଗୀତଗୁରୁ ଲକ୍ଷ୍ମୀକାନ୍ତ ପାଲିତଙ୍କୁ ଉପଢୌକନ ଓ ମାନପତ୍ର ସହିତ ନଗଦ ୫୧ ହଜାର ଟଙ୍କାର ଚେକ୍ ଦେଇ ରାଜ୍ୟପାଳ ସମ୍ମାନିତ କରିଥିଲେ । ଏହି ଅବସରରେ ଘାଟିକିଆ, ରସୁଲଗଡ଼, ଏରୋଡ଼୍ରମ ଏବଂ ସାମନ୍ତରାପୁର ଶିଶୁମନ୍ଦିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗମଞ୍ଚ
କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରକ୍ତଦାନ କରିଥିବା କେତେକ ବିଦ୍ୟାଳୟର ପ୍ରଧାନ ଆ·ର୍ଯ୍ୟଙ୍କୁ ରାଜ୍ୟପାଳ ଶ୍ରୀ ଲାଲ ସମ୍ମାନିତ କରିଥିଲେ ।ଏହି ଉତ୍ସବକୁ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥାନର ରାଜ୍ୟ ସଭାପତି ଡ. ପ୍ରସନ୍ନ କୁମାର ମହାପାତ୍ର, ଗୌରାଙ୍ଗ
ବିଶ୍ୱାଳ, ଲକ୍ଷ୍ମୀଧର ଆ·ର୍ଯ୍ୟ, ଆଲୋକପ୍ରଭା ମହାନ୍ତି, ଶୈବାଳିନୀ ପରିଡ଼ା, ରୀତା ମହାପାତ୍ର, ବିଶ୍ୱନାଥ ପ୍ରଧାନ, ଅକ୍ଷୟ କୁମାର ବେହେରା, ସ୍ୱାଧୀନମହାନ୍ତି, ଅଜୟ ପଣ୍ଡା, ଶ୍ରୀକାନ୍ତ ଶେଖର ସାମନ୍ତରାୟ, ସୁରେନ୍ଦ୍ର ମୋହନ ପଟ୍ଟନାୟକ, ଦିଲ୍ଲୀପ ମଲ୍ଲିକ, ସନତ ଯୋଶୀ ଓ ସୁବାସ ସାହୁ କାର୍ଯ୍ୟକ୍ରମ ପରି·ଳନା କରିଥିଶି

Leave a Reply

Your email address will not be published. Required fields are marked *