ରସୁଲଗଡସ୍ଥ ଚଣ୍ଡିମାତା କଲୋନୀ ବିକାଶ ପରିଷଦ ଆନୁକୂଲ୍ୟରେ ତୃତୀୟ ବାର୍ଷିକ

ରସୁଲଗଡସ୍ଥ ଚଣ୍ଡିମାତା କଲୋନୀ ବିକାଶ ପରିଷଦ ଆନୁକୂଲ୍ୟରେ ତୃତୀୟ ବାର୍ଷିକ

ଭୁବେନେଶ୍ୱର:ରସୁଲଗଡସ୍ଥ ଚଣ୍ଡିମାତା କଲୋନୀ ବିକାଶ ପରିଷଦ ଆନୁକୂଲ୍ୟରେ ତୃତୀୟ ବାର୍ଷିକ ଅନ୍ନପୂର୍ଣ୍ଣା ପୂଜା ମହାସମାରୋହରେ ଅନୁଷ୍ଠିତ ହେବା ସହ , ପରିଷଦ ପକ୍ଷରୁ ପ୍ରକାଶିତ ସ୍ମରଣିକା ସୁପ୍ରଭା -୨୦୧୯ ଉନ୍ମୋଚିତ ହୋଇଅଛି । ଓଡିଶାର ପ୍ରାକ୍ତନ ଦେବୋର କସିଶନର ଶ୍ରୀ ବିରଜା ସ୍ରସାଦ ଦ, ପରିଷଦର ଉପଦେଷ୍ଟା ଶ୍ରୀ ଆର୍ବନ୍ଧୁ ପାତ୍ର, ସଭାପତି ଡଃ ଶ୍ରୀଚରଣ ମହାନ୍ତିଏହି ସ୍ମରଣିକାକୁ ଉନ୍ମୋଚନ କରିଥିଲେ ।
ଏହି ଅବସରରେ ସୁପ୍ରଭା ସଂସ୍କୃତି ସମ୍ମାନରେ, ଗୁରୁ ଶ୍ରୀ ଦୁର୍ଗା ଚରଣ ରଣବୀର ,ସୁପ୍ରଭା ଗୋ÷÷ରବ ସମ୍ମାନରେ ଶ୍ରୀ ଶରତଚନ୍ଦ୍ର ରାଉତରାୟ,ସୁପ୍ରଭା ଜନସେବା ସମ୍ମାନରେ ଡଃ ଅନୁମାଧବ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା ।
ସଂସ୍କୃତି ଭିିକ କାର୍ଯ୍ୟକ୍ରମ ନୃତ୍ୟ ବିଚିତ୍ରା , ପରିବେଷଣ କରି ମନ ମୋହିଥିଲେ ନୃତ୍ୟାୟନ ଅନୁଷ୍ଠାନର କଳାକାରମାନେ । ବହୁ ସଂଖ୍ୟାରେ ଲୋକମାନେ ଯୋଗ ଦେଇଥିବା ,ଏହି ସମାରୋହକୁ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଗୋଲକ ବିହାରୀ ସିଂହ ସଂଯୋଜନା କରିଥିବା ବେଳେ,ପରିଚାଳନା କରିଥିଲେ ବ୍ରହ୍ମେଶ୍ୱର ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ମଧୁସୂଦନ ପଣ୍ଡା । ଉତ୍ସବାନୁଷ୍ଠାନ ସାଳନରେ ସହାୟତା ପ୍ରଦାନ କରିଥିଲେ ଶ୍ରୀ ଭୁବନେଶ୍ୱର ରଣବୀର ଓ ଶ୍ରୀ ଆଲୋକ କୁମାର ବେହେରା ।

Leave a Reply

Your email address will not be published. Required fields are marked *