କଟକର ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିସର ଖେଳ ପଡିଆରେ ଉଦ୍ଘାଟିତ ହୋଇଯାଇଛି ।

୧୮ ନଭେମ୍ବର ୨୦୧୯; ଭାରତୀୟ କୃଷି ଅନୁସନ୍ଧନ ପରିଷଦ(ଆଇ.ସି.ଏ.ଆର୍)ର ପୂର୍ବାଞ୍ଚଳ କ୍ରୀଡା ପ୍ରତିଯୋଗିତା କଟକର ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିସର ଖେଳ ପଡିଆରେ ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତା ୧୮-୨୨ ନଭେମ୍ବର, ୨୦୧୯ ପର୍ଯ୍ୟନ୍ତ ଚାଲିବ । ଏଥିରେ ପୂର୍ବଭାରତରେ ଅବସ୍ଥିତ ଆଇ.ସି.ଏ.ଆର୍ ଅଧିନସ୍ଥ ୧୩ଟି ରାଜ୍ୟର (ଓଡିଶା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ପୂର୍ବଉତ୍ତରପ୍ରଦେଶ ଏବଂ ସମସ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ) ୨୨ଟି ଅନୁଷ୍ଠାନର ପ୍ରାୟ ୫୦୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି ।
ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନିର୍ଦ୍ଦେଶକ ଡଃ ହିମାଂଶୁ ପାଠକ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରି ଉପସ୍ଥିତ ଖେଳାଳୀମାନଙ୍କୁ ସମ୍ବୋଧନ କରିଥିଲେ । କେନ୍ଦ୍ରୀୟ କୃଷିରତ ମହିଳା ଗବେଷଣା ଅନୁଷ୍ଠାନ, ଭୁବନେଶ୍ୱରର ନିର୍ଦ୍ଦେଶକ ଡଃ ଏସ୍.କେ. ଶ୍ରୀବାସ୍ତବ ଏବଂ ଓଡିଶା କବାଡି ଆସୋସିଏସନ୍ ର ସଚିବ ଶ୍ରୀ ଅଜୟ କୁମାର ବେହେରା ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ । ମୂଖ୍ୟଅତଥିଙ୍କ ଦ୍ୱାରା ଆଇ.ସି.ଏ.ଆର୍ ପତାକା ଉତ୍ତୋଳନ ସହିତ ଖେଳାଳୀମାନେ କ୍ରୀଡା ମଶାଲ ଧରି ମାର୍ଚ୍ଚପାଷ୍ଟ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଗୋଟିପୁଅ ନାଚ ତଥା ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ଏଥିରେ ଙକ୍ସଶବଦ୍ଭସଚ୍ଛସଦ୍ଭଶ ଝରମକ୍ସରଗ୍ଧବକ୍ସଚ୍ଚ ଡଃ ରବୀନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀ ବସନ୍ତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀ ବସନ୍ତ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *