ବିଧାନସଭାର ତେର ରୁ ଶୀତକାଳୀନ ଅଧିବେଶନ

ବିଧାନସଭାର ତେର ରୁ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ୧୩ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୧୯ ଯାଏ ଚାଲିବ।ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟ ଦିବସ । ଏଥି ମଧ୍ୟରୁ ୨୧ଟି ସରକାରୀ ଓ ୫ଟି ବେସରକାରୀ କାର୍ଯ୍ୟ ଦିବସ ଥିବା ଜଣାପଡିଛି । ପ୍ରଥମ ଦିନରେ ୨୦୧୯-୨୦ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ । ଅତିରିକ୍ତ ବଜେଟ୍ ଉପରେ ୩ଦିନ ଆଲୋଚନା ହେବ । ବିରୋଧୀଙ୍କ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଶାସକ ଦଳ ପ୍ରସ୍ତୁତ ରହିଛନ୍ତିି ।

Leave a Reply

Your email address will not be published. Required fields are marked *