ବିଦେଶ ଆସିଲା ପ୍ରଦେଶ ଦ୍ଵାରକୁ!

ବିଦେଶ ଆସିଲା ପ୍ରଦେଶ ଦ୍ଵାରକୁ!

ଭୁବନେଶ୍ୱରର ; ଡିସେମ୍ବର 5 2019 ଦୂରଦୂରାନ୍ତରେ ଆମ୍ଭର ଜନତା କୂଟନୀତି ପହଞ୍ଚାଇବା ଏବଂ ଭାରତର ବିଦେଶନୀତିକୁ ସାଧାରଣ ଜନତାଙ୍କ ପାଖରେ ସେମାନଙ୍କ ଭାଷାରେ ପହଞ୍ଚାଇବା ପାଇଁ ଆମ୍ଭର ପ୍ରତିବଦ୍ଧତା ଯୋଗୁଁ କେନ୍ଦ୍ର ସରକାରଙ୍କର ବୈଦେଶିକ ପ୍ରଚାର ଓ ଜନ କୂଟନୀତି ବିଭାଗ ତରଫରୁ ଏବଂ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ, ଭୁବନେଶ୍ୱରର ସହଯୋଗରେ ଡିସେମ୍ବର ପାଞ୍ଚ ତାରିଖ ଦିନ “ବିଦେଶ ଆସିଲା ପ୍ରଦେଶ ଦ୍ୱାରକୁ” ଶୀର୍ଷକ ସମିଳନୀ ଆୟୋଜନ କରାଯାଇଥଲା I 2018 ମସିହାଠାରୁ ଏହି ପ୍ରକାର ସମ୍ମିଳନୀ କାରାଯାଉଛି ଏବଂ ହାଇଦ୍ରାବାଦ ,ଗୌହାଟୀ ଏବଂ ଜଳନ୍ଧର ପରେ ଭୁବନେଶ୍ୱରରେ ଏହା 4ଥ ସମ୍ମିଳନୀ ଅଟେ Iଏହି ପଦକ୍ଷେପ ବୈଦେଶିକ ମନ୍ତ୍ରଣାଳୟକୁ ଭାରତର ବିଭିନ୍ନ ସହରରେ ଆଞ୍ଚଳିକ ଗଣମାଧ୍ୟମ ସହିତ ସଂଯୁକ୍ତ କରାଏ ଯେଉଁମାନଙ୍କର କି ନିଜ ରାଜ୍ୟର ଆଞ୍ଚଳିକ ଭାଷାରେ ନିଜସ୍ୱ ପ୍ରଶସ୍ତ ପାଠକବର୍ଗ ରହିଥାନ୍ତି I ଏହି ସିଧାସଳଖ ବାର୍ତ୍ତାଳାପ ସାଧାରଣ ନାଗରିକଙ୍କୁ କୂଟନୀତିର ଲାଭ ପହଞ୍ଚାଇଥାଏ ଏବଂ ବୈଦେଶିକ ନୀତିର ଦର୍ଶନ ଲୋକଙ୍କର ନିକଟତର ହୋଇଥାଏ I ଏଭଳି ବାର୍ତ୍ତାଳାପ ମଧ୍ୟ ବିଦେଶୀ ନୀତିରେ ଆଗ୍ରହୀ ଥିବା ଗଣମାଧ୍ୟମ ପ୍ରତିନିଧିବର୍ଗଙ୍କୁ, ବିଦେଶୀ ନୀତି ସହିତ ପରିଚିତ କରାଏ ଏବଂ ବୈଦେଶିକ ମନ୍ତ୍ରଣାଳୟ ସହିତ ସଂଯୋଗ କରିବାରେ ମାର୍ଗଦର୍ଶନ କରେ I ଭୁବନେଶ୍ୱରର ଏହି ସମ୍ୱିମଳିନୀରେ କେନ୍ଦ୍ର ସରକାରଙ୍କର ବୈଦେଶିକ ମନ୍ତ୍ରଣାଳୟର ଶ୍ରୀ ରବିଶ କୁମାର, ସରକାରୀ ମୁଖପାତ୍ର ଓ ସଂଯୁକ୍ତ ସଚିବ (XP DIVISION ), ମନ୍ତ୍ରଣାଳୟର କଷ୍ଟସାଧ୍ୟ ଚେଷ୍ଟା ଏବଂ ଭାରତୀୟ ବିଦେଶ ନୀତିରେ ପ୍ରଶସ୍ତ ପରିଧି ବିଷୟରେ ବର୍ଣ୍ଣନା କଲେ ଯାହାକି ନାଗରିକ କେନ୍ଦ୍ରିକ ଚେଷ୍ଟା ଦ୍ୱାରା ନିରନ୍ତର ଚାଲିଛି I ଓଡ଼ିଶାର ଶ୍ରୀ ନିଖିଲେଶ ଗିରି, ସଂଯୁକ୍ତ ସଚିବ, ବୈଦେଶିକ ମନ୍ତ୍ରଣାଳୟ, କେନ୍ଦ୍ର ସରକାର, ଓଡ଼ିଆରେ “ବିଦେଶରେ ଭାରତୀୟ ମାନଙ୍କରେ ନିଶ୍ଚିତ ମଙ୍ଗଳ ଚେଷ୍ଟା” ଉପରେ ତଥ୍ୟ ଉପସ୍ଥାପନା କରିଥିଲେ I ବୈଦେଶିକ ମନ୍ତ୍ରଣାଳୟ ଏବଂ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ, ଭୁବନେଶ୍ୱରର କାର୍ଯ୍ୟ ଉପରେ ସଂକ୍ଷିପ୍ତ ବିବରଣୀ ମଧ୍ୟ ଉପସ୍ଥାପନା କରିଥିଲେ Iଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ I

Leave a Reply

Your email address will not be published. Required fields are marked *