ଭିତରକନିକା ଜାତୀୟ ଉଦ୍ୟାନ ଓକୁମ୍ଭୀର

ଭିତରକନିକା ଜାତୀୟ ଉଦ୍ୟାନ ଓକୁମ୍ଭୀର

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ସର୍ବଦା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ରହିଛି । ଆସନ୍ତୁ ଜାଣିବା ଏହା ସମ୍ପର୍କରେ କିଛି କଥା.. ..

୧. ଏହି ଜାତୀୟ ଉଦ୍ୟାନ ୧୪୫ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ । ୧୯୯୮ ମସିହା ସେପ୍ଟେମ୍ବର ୧୬ ତାରିଖରେ ଏହା ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିଲା ଏବଂ ୨୦୦୨ ଅଗଷ୍ଟ ୧୯ ତାରିଖରେ ଏହାକୁ ରାମସର ସାଇଟ୍ ଭାବେ ମାନ୍ୟତା ପ୍ରଦାନ କରାଯାଇଥିଲା । ତେବେ ଭିତରକନିକା ବନ୍ୟପ୍ରାଣୀ ଅଭୟାରଣ୍ୟ ୬୭୨ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ । ଏହା ମଧ୍ୟରେ ରହିଛି ଗହୀରମଥା ଉପକୂଳ, ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଏବଂ ଜାତୀୟ ଉଦ୍ୟାନ ।

୨. ୧୯୭୦ ମସିହା ମଧ୍ୟଭାଗରେ ହୋଇଥିବା ଏକ ସର୍ଭେରେ ଦେଶରେ କୁମ୍ଭୀରଙ୍କ ସଂଖ୍ୟା ବହୁତ କମ୍ ଥିବା ଜଣାପଡ଼ଥିଲା । ତେଣୁ କୁମ୍ଭୀରଙ୍କ ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥା ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ଅନୁଯାୟୀ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ. ଏଚ୍‍.ଆର୍‍. ବଷ୍ଟାର୍ଡ ଓଡ଼ିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକାକୁ କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ଭାବେ ଚିହ୍ନଟ କରିଥିଲେ ।

୩. କୁମ୍ଭୀର ପାଇଁ ବିଶ୍ୱବ୍ୟାପୀ ଭିତରକନିକା ପରିଚିତ । ୧୯୭୫ ମସିହାରେ ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନାର ଶୁଭରମ୍ଭ କରାଯାଇଥିଲା । ୧୯୭୬ ମସିହାଠାରୁ ଏଠାରେ ପ୍ରତିବର୍ଷ କୁମ୍ଭୀର ଗଣନା କରାଯାଉଛି । ଗଣନା ସମୟରେ ସକାଳେ ଓ ସନ୍ଧ୍ୟାରେ କୁମ୍ଭୀରଙ୍କୁ ଗଣାଯାଇଥାଏ । ସକାଳ ସମୟରେ କୁମ୍ଭୀର ଖରାରେ ଶୋଇଥିବା ବେଳେ ହୁଲି ଡଙ୍ଗା ସହାୟତାରେ ଟିମ୍ ବୁଲି ବୁଲି ଗଣନା କରିଥାନ୍ତି । ସେହିପରି ସନ୍ଧ୍ୟାରେ ସ୍ପଟ ଲାଇଟ ମାଧ୍ୟମରେ କୁମ୍ଭୀର ଗଣନା କରାଯାଇଥାଏ ।

୪. ଚଳିତ ବଷ ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଏହି ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା କରାଯାଇଥିଲା । କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ନେତୃତ୍ୱରେ ୨୩ଟି ଟିମ୍ କୁମ୍ଭୀର ଗଣନାରେ ସାମିଲ ହୋଇଥିଲେ । ଗଣନାରୁ ଜଣାପଡ଼ିଥିଲା ଏକ ବର୍ଷ ମଧ୍ୟରେ ଏଠାରେ ୧୫ଟି କୁମ୍ଭୀର ବଢ଼ି ମୋଟ କୁମ୍ଭୀରଙ୍କ ସଂଖ୍ୟା ୧୭୫୭ରେ ପହଞ୍ଚିପାରିଛି । କୁମ୍ଭୀର ସଂଖ୍ୟା ବୃଦ୍ଧି ଯୋଗୁ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

୫. ଗଣନାରୁ ଜଣାପଡ଼ିଛି ଏବେ ୬୨୦ଟି କୁମ୍ଭୀର ଶାବକ (ଛୁଆ) ଅର୍ଥାତ୍‍ ୨ ଫୁଟରୁ କମ୍ ଲମ୍ୱର କୁମ୍ଭୀର, ୩୨୫ଟି ବର୍ଷିକିଆ ଛୁଆ ଅର୍ଥାତ ୨ରୁ ୩ ଫୁଟ୍ ର, ୨୮୮ଟି ଦୁଇ ବର୍ଷିଆ ଛୁଆ ଅର୍ଥାତ୍‍ ୩ ରୁ ୬ ଫୁଟ୍ ର, ୧୮୫ଟି ୪ ରୁ ୫ ବର୍ଷର ଅର୍ଥାତ୍‍ ୬ ରୁ ୮ ଫୁଟ ଏବଂ ୩୩୯ଟି ବଡ଼କୁମ୍ଭୀର ଅର୍ଥାତ ୮ ଫୁଟରୁ ଅଧିକ ଲମ୍ୱର କୁମ୍ଭୀର ରହିଛନ୍ତି ।

୬. ଏବେ ଭିତରକନିକା ଭିତରେ ଥିବା ନଦୀ, ନାଳଗୁଡ଼ିକରେ ୧୬୪୫ କୁମ୍ଭୀର ଥିବାବେଳେ ଭିତରକନିକା ବାହାରେ ଥିବା ନଦୀ, ନାଳ ଗୁଡ଼ିକରେ ୧୧୨ଟି କୁମ୍ଭୀର ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । କନିକା ରେଞ୍ଜରେ ୧୩୮୫, ରାଜନଗର ରେଞ୍ଜରେ ୨୬୦, ମହାକାଳପଡ଼ା ରେଞ୍ଜରେ ୭୫, ଗହୀରମଥା ରେଞ୍ଜରେ ୩୭ଟି ବଉଳା କୁମ୍ଭୀର ଥିବା ଗଣନାରୁ ଜଣାପଡ଼ିଛି ।

୭. ପୂର୍ବ ବର୍ଷ ମାନଙ୍କରେ ହୋଇଥିବା ଗଣନାରୁ ପ୍ରକାଶ, ୨୦୦୮-୦୯ରେ ୫୩୮ଟି ଛୁଆ କୁମ୍ଭୀର ଥିବା ବେଳେ ୩୭୪ଟି ବର୍ଷିକିଆ, ୨୫୬ଟି ଦୁଇ ବର୍ଷର, ୧୪୪ଟି ୪ରୁ ୫ ବର୍ଷର, ୨୬୦ଟି ୮ ବର୍ଷ ବୟସର କୁମ୍ଭୀର ଥିଲେ । ଏହି ବର୍ଷ ମୋଟ କୁମ୍ଭୀରଙ୍କ ସଂଖ୍ୟା ଥିଲା ୧୫୭୨ ।

୮. ୨୦୦୯-୧୦ରେ ୫୧୯ଟି ଛୁଆ କୁମ୍ଭୀର ଥିବା ବେଳେ ୩୭୩ଟି ବର୍ଷିକିଆ, ୨୯୮ଟି ଦୁଇ ବର୍ଷର, ୧୫୦ଟି ୪ରୁ ୫ ବର୍ଷର, ୨୭୦ଟି ୮ ବର୍ଷ ବୟସର କୁମ୍ଭୀର ଥିଲେ । ଏହି ବର୍ଷ ମୋଟ କୁମ୍ଭୀରଙ୍କ ସଂଖ୍ୟା ଥିଲା ୧୬୧୦ ।

୯. ୨୦୧୦-୧୧ରେ ୫୩୧ଟି ଛୁଆ କୁମ୍ଭୀର ଥିବା ବେଳେ ୩୭୭ଟି ବର୍ଷିକିଆ, ୩୦୪ଟି ଦୁଇ ବର୍ଷର, ୧୧୬ଟି ୪ରୁ ୫ ବର୍ଷର, ୨୭୬ଟି ୮ ବର୍ଷ ବୟସର କୁମ୍ଭୀର ଥିଲେ । ଏହି ବର୍ଷ ମୋଟ କୁମ୍ଭୀରଙ୍କ ସଂଖ୍ୟା ଥିଲା ୧୬୫୪ ।

୧୦. ୨୦୧୧-୧୨ରେ ୪୮୯ଟି ଛୁଆ କୁମ୍ଭୀର ଥିବା ବେଳେ ୩୨୦ଟି ବର୍ଷିକିଆ, ୪୨୩ଟି ଦୁଇ ବର୍ଷର, ୧୫୪ଟି ୪ରୁ ୫ ବର୍ଷର, ୨୬୦ଟି ୮ ବର୍ଷ ବୟସର କୁମ୍ଭୀର ଥିଲେ । ଏହି ବର୍ଷ ମୋଟ କୁମ୍ଭୀରଙ୍କ ସଂଖ୍ୟା ଥିଲା ୧୬୪୬ ।

୧୧. ୨୦୧୨-୧୩ରେ ୪୮୬ଟି ଛୁଆ କୁମ୍ଭୀର ଥିବା ବେଳେ ୩୫୬ଟି ବର୍ଷିକିଆ, ୩୯୫ଟି ଦୁଇ ବର୍ଷର, ୧୨୮ଟି ୪ରୁ ୫ ବର୍ଷର, ୨୮୪ଟି ୮ ବର୍ଷ ବୟସର କୁମ୍ଭୀର ଥିଲେ । ଏହି ବର୍ଷ ମୋଟ କୁମ୍ଭୀରଙ୍କ ସଂଖ୍ୟା ଥିଲା ୧୬୪୯ ।

୧୨. ୨୦୧୩-୧୪ରେ ୫୦୪ଟି ଛୁଆ କୁମ୍ଭୀର ଥିବା ବେଳେ ୩୮୭ଟି ବର୍ଷିକିଆ, ୩୦୭ଟି ଦୁଇ ବର୍ଷର, ୧୪୨ଟି ୪ରୁ ୫ ବର୍ଷର, ୩୦୪ଟି ୮ ବର୍ଷ ବୟସର କୁମ୍ଭୀର ଥିଲେ । ଏହି ବର୍ଷ ମୋଟ କୁମ୍ଭୀରଙ୍କ ସଂଖ୍ୟା ଥିଲା ୧୬୪୪ ।

୧୩. ୨୦୧୪-୧୫ରେ ୫୧୧ଟି ଛୁଆ କୁମ୍ଭୀର ଥିବା ବେଳେ ୩୮୦ଟି ବର୍ଷିକିଆ, ୩୧୭ଟି ଦୁଇ ବର୍ଷର, ୧୪୯ଟି ୪ରୁ ୫ ବର୍ଷର, ୩୦୮ଟି ୮ ବର୍ଷ ବୟସର କୁମ୍ଭୀର ଥିଲେ । ଏହି ବର୍ଷ ମୋଟ କୁମ୍ଭୀରଙ୍କ ସଂଖ୍ୟା ଥିଲା ୧୬୬୫ ।

୧୪. ୨୦୧୫-୧୬ରେ ୫୯୭ଟି ଛୁଆ କୁମ୍ଭୀର ଥିବା ବେଳେ ୩୪୨ଟି ବର୍ଷିକିଆ, ୨୬୯ଟି ଦୁଇ ବର୍ଷର, ୧୬୪ଟି ୪ରୁ ୫ ବର୍ଷର, ୨୯୯ଟି ୮ ବର୍ଷ ବୟସର କୁମ୍ଭୀର ଥିଲେ । ଏହି ବର୍ଷ ମୋଟ କୁମ୍ଭୀରଙ୍କ ସଂଖ୍ୟା ଥିଲା ୧୬୭୧ ।

୧୫. ୨୦୧୬-୧୭ରେ ୬୦୮ଟି ଛୁଆ କୁମ୍ଭୀର ଥିବା ବେଳେ ୩୩୪ଟି ବର୍ଷିକିଆ, ୨୬୬ଟି ଦୁଇ ବର୍ଷର, ୧୭୨ଟି ୪ରୁ ୫ ବର୍ଷର, ୩୦୨ଟି ୮ ବର୍ଷ ବୟସର କୁମ୍ଭୀର ଥିଲେ । ଏହି ବର୍ଷ ମୋଟ କୁମ୍ଭୀରଙ୍କ ସଂଖ୍ୟା ଥିଲା ୧୬୮୨ ।

୧୬. ୨୦୧୭-୧୮ରେ ୬୧୦ଟି ଛୁଆ କୁମ୍ଭୀର ଥିବା ବେଳେ ୩୩୮ଟି ବର୍ଷିକିଆ, ୨୬୭ଟି ଦୁଇ ବର୍ଷର, ୧୭୨ଟି ୪ରୁ ୫ ବର୍ଷର, ୩୧୧ଟି ୮ ବର୍ଷ ବୟସର କୁମ୍ଭୀର ଥିଲେ । ଏହି ବର୍ଷ ମୋଟ କୁମ୍ଭୀରଙ୍କ ସଂଖ୍ୟା ଥିଲା ୧୬୯୮ ।

୧୭. ୨୦୧୮-୧୯ରେ ୬୧୯ଟି ଛୁଆ କୁମ୍ଭୀର ଥିବା ବେଳେ ୩୪୭ଟି ବର୍ଷିକିଆ, ୨୭୩ଟି ଦୁଇ ବର୍ଷର, ୧୭୮ଟି ୪ରୁ ୫ ବର୍ଷର, ୩୨୫ଟି ୮ ବର୍ଷ ବୟସର କୁମ୍ଭୀର ଥିଲେ । ଏହି ବର୍ଷ ମୋଟ କୁମ୍ଭୀରଙ୍କ ସଂଖ୍ୟା ଥିଲା ୧୭୪୨ ।

୧୮. ୨୦୧୯-୨୦ରେ ୬୨୦ଟି ଛୁଆ କୁମ୍ଭୀର ଥିବା ବେଳେ ୩୨୫ଟି ବର୍ଷିକିଆ, ୨୮୮ଟି ଦୁଇ ବର୍ଷର, ୧୮୫ଟି ୪ରୁ ୫ ବର୍ଷର, ୩୩୯ଟି ୮ ବର୍ଷ ବୟସର କୁମ୍ଭୀର ଥିଲେ । ଏବେ ମୋଟ କୁମ୍ଭୀରଙ୍କ ସଂଖ୍ୟା ରହିଛି ୧୭୫୭ ।

Leave a Reply

Your email address will not be published. Required fields are marked *