ଭାଇସ୍‌ ଆଡ୍‌ମିରାଲ, ଏ.କେ.ଚାୱଲା, ଚିଫ୍‌ ଅଫ୍‌ ସର୍ଦନ୍‌ ନାଭାଲ୍‌ କମାଣ୍ଡ୍‌ଙ୍କ ସୈନିକ ସ୍କୁଲ ପରିଦର୍ଶନ

ଭାଇସ୍‌ ଆଡ୍‌ମିରାଲ, ଏ.କେ.ଚାୱଲା,
ଚିଫ୍‌ ଅଫ୍‌ ସର୍ଦନ୍‌ ନାଭାଲ୍‌ କମାଣ୍ଡ୍‌ଙ୍କ ସୈନିକ ସ୍କୁଲ ପରିଦର୍ଶନ

ଭୁବେନେଶ୍ୱର:୧୨ ଜାନୁଆରୀ, ୨୦୨୦ ଦିନ ସର୍ଦନ ନାଭାଲ କମାଣ୍ଡର ମୁଖ୍ୟ ଭାଇସ୍‌ ଆଡ୍‌ମିରାଲ, ଏ.କେ.ଚାୱଲା, ଏ.ଭି.ଏସ୍‌.ଏମ୍‌., ଏନ୍‌.ଏମ୍‌, ଭି.ଏସ୍‌.ଏମ୍‌, ଏ.ଡି.ସି.ଯେ କି ସୈନିକ ସ୍କୁଲ, ଭୁବନେଶ୍ୱରର ଜଣେ ପ୍ରତିଭା ସମ୍ପନ୍ନ ପୁରାତନ ଛାତ୍ର ଦୀର୍ଘ ୩୩ବର୍ଷ ପରେ ନିଜ ସ୍କୁଲ ପରିଦର୍ଶନରେ ଆସିଛନ୍ତି। ତାଙ୍କ ଆଗମନରେ ସୈନିକ ସ୍କୁଲର ପ୍ରିନ୍ସିପାଲ୍‌ ଗୃପ କ୍ୟାପଟେନ୍‌ ଏସ୍‌.ଡୋମିନିକ୍‌ ରାୟନ, ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରିତିକା ଶର୍ମା ଓ ଭାଇସ୍‌ ପ୍ରିନ୍ସିପାଲ, ୱିଙ୍ଗ କମାଣ୍ଡର ଅମିତାଭ ରଞ୍ଜନ, ସ୍କୁଲର କ୍ୟାଡେଟ୍‌ ଓ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉକ୍ତ ସଭାର ପ୍ରାରମ୍ଭରେ ସୈନିକ ସ୍କୁଲର ବରିଷ୍ଠ ଛାତ୍ରମାନେ ଗାର୍ଡ ଅଫ ଅନର ମାଧ୍ୟମରେ ସମ୍ମାନ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ତାଙ୍କର ପରିଦର୍ଶନ ସମୟରେ ସ୍କୁଲର ୧୫ଜଣ ସହୀଦଙ୍କ ସମ୍ମାନାର୍ଥେ ସ୍କୁଲରେ ଥିବା ସହୀଦ ସ୍ମୃତି ସ୍ମାରକୀ ଠାରେ ମାଲ୍ୟାର୍ପଣ କରିଥିଲେ। ସ୍କୁଲର କ୍ୟାଡେଟ୍‌ମାନଙ୍କ ନିକଟରେ ନିଜର ବକ୍ତବ୍ୟ ରଖିବାକୁ ଯାଇ ସେ ତାଙ୍କର ବିଗତ ଦିନର ସ୍ମୃତି ଚାରଣ କରିଥିଲେ। ସେ ଉପଦେଶ ମାଧ୍ୟମରେ କହିଥିଲୋ ଯେ ଜୀବନରେ ପିତା ମାତା, ଶିକ୍ଷକ ଏବଂ ସାହାଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଭୁଲି ନଯିବାକୁ ପରାମର୍ଶ ଦେଇଥିଲେ। ସୈନିକ ସ୍କୁଲର ଶିକ୍ଷା ଉପଯୋଗୀ ବାତାବରଣ ପାଇଁ ୬୦୦ରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଙ୍କ ଭାରତୀୟ ସେନାରେ ନିଯୁକ୍ତି ପାଇବା କଥାକୁ ଚେତେଇ ଦେବା ସହ ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଲେଫ୍ଟନାଣ୍ଟ ଜେନେରାଲ ପଦବୀ ପର‌୍ୟ୍ୟନ୍ତ ଉତ୍ତୀର୍ଣ୍ଣ ହେବା କଥା ସୂଚନାଦେଇ ବର୍ତ୍ତମାନର କ୍ୟାଡେଟମାନଙ୍କୁ ସ୍କୁଲରେ ଉପଲବ୍ଧ ହେଉଥିବା ସମସ୍ତ ସୁବିଧା ଓ ସୁଯୋଗର ଲାଭ ଉଠାଇ ଭାରତୀୟ ପ୍ରତିରକ୍ଷା ବାହିନୀରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଆହ୍ୱାନ କରିଥିଲେ।
ଉକ୍ତ ବର୍ଣ୍ଣାଢ୍ୟ ଉତ୍ସବରେ ଭାଇସ୍‌ ଆଡ୍‌ମିରାଲ ଚାୱଲା ସ୍କୁଲର ଭାଇସ୍‌ ପ୍ରିନ୍ସିପାଲ୍‌ ୱିଙ୍ଗ କମାଣ୍ଡର ଅମିତାଭ ରଞ୍ଜନ ଏବଂ ଶ୍ରୀ ସିଦେ୍ଧଶ୍ୱର ନାୟକ, ଶିକ୍ଷକ ତଥା ସ୍କୁଲର ପି.ଆର୍‌.ଓ.ଙ୍କୁ ତାଙ୍କର ଉତ୍ସର୍ଗୀକୃତ ସେବା,ବୃତ୍ତିଗତ କୌଶଳ ଏବଂ ଅବିଛିନ୍ନ ସେବା ନିମନ୍ତେ ପ୍ରଶଂସାପତ୍ର ଓ ମେଡାଲ ପ୍ରଦାନ କରିଥିଲେ।
ଏହି ଉତ୍ସବରେ ସ୍କୁଲର ପୁରାତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଶ୍ରୀ ଅମିତାଭ ସ୍ୱାଇଁ, ଶ୍ରୀ ପ୍ରିତିଶ ବାସା, ଏୟାର ମାର୍ଶାଲ ଜେ.ଏନ୍‌.ବର୍ମା,ଲେ.ଜେନେରାଲ ଏନ୍‌.ପି.ପାଢୀ, କ୍ୟାପ୍‌ଟେନ୍‌ ସରୋଜ ପ୍ରଧାନ ଏବଂ ଅନ୍ୟାମାନେ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *