୧୪ ଓ ୧୫ ତାରିଖରେ ଅସୁରେଶ୍ୱର ଗୋରକ୍ଷଣୀର ପ୍ଲାଟିନମ୍ ଜୁବୁଲୀ

୧୪ ଓ ୧୫ ତାରିଖରେ ଅସୁରେଶ୍ୱର ଗୋରକ୍ଷଣୀର ପ୍ଲାଟିନମ୍ ଜୁବୁଲୀ ଯୋଗଦେବେ ରାଜ୍ୟପାଳ ଏବଂ ଗଜପତି ମହାରାଜ

ଭୁବନେଶ୍ୱର ତା-୧୨.୧୨.୨୦୧୯ଚଳିତ ଡିସେମ୍ବର ମାସ ୧୪ ଓ ୧୫ ତାରିଖରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱରସ୍ଥିତ “ଗୋରକ୍ଷଣୀ”ର ପ୍ଲାଟିନମ୍ ଜୁବୁଲୀ (୭୫ ବର୍ଷ ପୂର୍ତ୍ତି) ଅନୁଷ୍ଠିତ ହେବ । ଏହି ଉତ୍ସବକୁ ଡିସେମ୍ବର ୧୪ ତାରିଖ ଅପରାହ୍ଣ ୪ ଟାରେ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଉଦ୍ଘାଟନ କରିବାକୁ ଥିବା ବେଳେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୧୫ ତାରିଖରେ ଉଦ୍ଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଆୟୋଜିତ ଏହି ୨ ଦିନିଆ ଉତ୍ସବରେ ଡିସେମ୍ବର ୧୪ ତାରିଖ ସକାଳ ୮.୩୦ରେ ‘ଗୋପୂଜନ’ ଏବଂ ପୂର୍ବାହ୍ନରେ ‘ମୁଷ୍ଠିଦାତ୍ରୀ ଓ ଗୋସେବକ ସମ୍ମିଳନୀ’ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କିସ୍ ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଏବଂ ସମ୍ମାନନୀୟ ଅତିଥି ଭାବେ କଟକ ସଦର ବିଧାୟକ ଶ୍ରୀ ଚନ୍ଦ୍ରସାରଥୀ ବେହେରା, ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ବେହେରା, ଗାନ୍ଧୀ ବିଚାର ମଂଚର ସଭାପତି ପ୍ରହ୍ଲାଦ ସିଂହ, ସ୍ତମ୍ଭକାର ଅଧ୍ୟାପକ ଅଭିରାମ ବିଶ୍ୱାଳ ଏବଂ ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୧୪ ତାରିଖ ଅପରାହ୍ଣରେ ଉଦ୍ଘାଟନୀ ଉତ୍ସବରେ ଶ୍ରୀ ଗଜପତି ମହାରାଜାଙ୍କ ସହିତ ମୁଖ୍ୟବକ୍ତା ଭାବେ କ୍ରୀୟାଯୋଗାଶ୍ରମ,ପୁରୀରୁ ପରମହଂସ ପ୍ରଜ୍ଞାନନ୍ଦ ଗିରି ଏବଂ ସମ୍ମାନନୀୟ ଅତିଥିଭାବେ ପଂଚାୟତିରାଜ ଓ ପାନୀୟଜଳ ଯୋଗାଣ,ଆଇନ୍, ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୫ ତାରିଖ ସକାଳ ୧୦ଟାରେ ଗୋସେବା ଓ ଚିକିତ୍ସା ଶିବିର, ଅପରାହ୍ଣ ୨ଟାରେ ‘ଗୋବତ୍ସା ପ୍ରଦର୍ଶନୀ’ ଅନୁଷ୍ଠିତ ହେବ । ଏହି ଦିନ ଅପରାହ୍ଣ ୪ ଟାରେ ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟପାଳ, ସମ୍ମାନନୀୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଏବଂ ସାଂସଦ ଶ୍ରୀ ଅନୁଭବ ମହାନ୍ତି ପ୍ରମୁଖ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ଆୟୋଜିତ ପ୍ରତ୍ୟେକ ସଂଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅସୁରେଶ୍ୱର ଗୋ-ମଙ୍ଗଳ ସମିତି ପ୍ଲାଟିନମ ଜୁବୁଲୀ ସମାରୋହ କମିଟିର ସଭାପତି ତଥା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *