ଓଡ଼ିଶା ସଂସ୍କାର ମର ବାର୍ଷିକ ଅଧିବେଶନ

ଓଡ଼ିଶା ସଂସ୍କାର ମର ବାର୍ଷିକ ଅଧିବେଶନ

ଭୁବନେଶ୍ୱର:  ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ରାମେଶ୍ୱର ମନ୍ଦିର ପରିସରରେ ଓଡ଼ିଶା ସଂସ୍କାର ମର ବାର୍ଷିକ ଅଧିବେଶନ ମର ଖୋର୍ଦ୍ଧାଜିଲ୍ଲା ସଭାପତି ଶ୍ରୀ ରତ୍ନାକର ପାତ୍ରଙ୍କ ଅଧ୍ୟକ୍ଷତାରେ ନିରାଡ଼ମ୍ବର ଢଙ୍ଗରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଆଲୋଚ୍ୟ ବିଷୟବସ୍ତୁ ଥିଲା ‘ଗୁଣେ ରୋଜଗାରକୁ ପାଗୁଣ ଖର୍ଚ୍ଚ’ । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ନୀତିଆୟୋଗର ସଦସ୍ୟ ତଥା ରାଜ୍ୟର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଜଗଦାନନ୍ଦ ଯୋଗ ଦେଇ ରାଜ୍ୟବାସୀ ନିରାଡ଼ମ୍ବର ଜୀବନଶୈଳୀ ଆପଣେଇବା ପାଇଁ ଆହ୍ୱାନ ଦେଇଥିଲେ । ଏହାଛଡ଼ା ଓଡ଼ିଶା ସଂସ୍କାର ମ ଏଭଳି ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରି ସମାଜ ପାଇଁ ଆଦର୍ଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସଂସ୍କାର ମର ଉପଦେଷ୍ଟା ତଥା ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡଃ ଦାମୋଦର ପରିଡ଼ା ଯୋଗଦେଇ ବ୍ୟକ୍ତିବିଶେଷର ସାମାଜିକ କାର୍ଯ୍ୟକ୍ରମର ଅପବ୍ୟୟ ରୋକିବା ପାଇଁ ସରକାରୀ ଆଇନ୍ର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଓଡ଼ିଶା ସଂସ୍କାର ମର ସଭାପତି ଶ୍ରୀ ପର୍ଶୁରାମ ବିଶ୍ୱାଳ ଓଡ଼ିଶାରେ ପ୍ରଚଳିତ ଭୋଜି ବ୍ୟବସ୍ଥା ଉପରେ ଆଇନ୍ଗତ ସରକାରୀ କଟକଣା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ତଳସ୍ତରରେ ସ୍କ୍ୱାର୍ଡ଼ ଗଠନ କରି ଅପବ୍ୟୟ କରୁଥିବା ବିପିଏଲ୍ଧାରୀ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କର ରାସନକାର୍ଡ଼ କାଟି ଦେବା ସହିତ ବିପିଏଲ୍ ତାଲିକାରୁ ସେମାନଙ୍କୁ ବାଦ୍ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ଏହା ବ୍ୟତୀତ ଭୋଜି ଭାତରେ ବହୁ ଅର୍ଥ ବ୍ୟୟ କରୁଥିବା ସ୍ୱଚ୍ଛଳ ବର୍ଗର ଲୋକମାନଙ୍କ ଘରେ ଆମୋଦ କର ଲାଗୁ କରାଯିବାର ଅବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସଂସ୍କାର ମର ଢେଙ୍କାନାଳ ଜିଲ୍ଲା ସଭାପତି ଶ୍ରୀ ବାହାଦୁର ପାଟ୍ଟଶାଣୀ, ପ୍ରଧ୍ୟାପକ ଅଜୟ କୁମାର ମହାନ୍ତିି, ଡଃ ସର୍ବେଶ୍ୱର ଶତପଥୀଙ୍କ ସମେତ ବହୁ ଚିନ୍ତାଶୀଳ ବୁଦ୍ଧିଜୀବୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସଭା ଶେଷରେ ଓଡ଼ିଶା ସଂସ୍କାର ମର ସମ୍ପାଦକ ପ୍ରଧ୍ୟାପକ ରାଜକିଶୋର ନାଥଶର୍ମା ମାସୀନ ଅତିଥିଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *