ଅଶୀରେ ବସନ୍ତ ଉତ୍ସବ ଘୁଂଚିଲା

ଅଶୀରେ ବସନ୍ତ ଉତ୍ସବ ଘୁଂଚିଲା

ଭୁବନେଶ୍ୱର ତା ୦୭.୦୧ – ଆସନ୍ତା ୮ ତାରିଖ ଦିନ ଦେଶର ପ୍ରମୁଖ ୧୦ଟି ଟ୍ରେଡ୍ ୟୁନିୟନ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ଦୃଷ୍ଟିରୁ ସ୍ୱାଭାବିକ ଜନଜୀବନ ବ୍ୟାହତ ହେବାର ଆଶଙ୍କା ଦେଖା ଦେଇଛି । ସେଥିପାଇଁ ସେଦିନ ପାଳିତ ହେବାକୁ ଥିବା ‘ଅଶୀରେ ବସନ୍ତ ଉତ୍ସବ’କୁ ସାମୟିକ ଭାବେ ଘୁଂଚାଇ ଦିଆଯାଇଛି ବୋଲି ‘ଅଶୀରେ ବସନ୍ତ ଉତ୍ସବ’ର ଆବାହକ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ ଉତ୍ସବ ପାଳନର ପରବର୍ତୀ ତାରିଖ ଓ ସ୍ଥାନ ଯଥେଷ୍ଟ ପୂର୍ବରୁ ଜଣାଇ ଦିଆଯିବ ।

Leave a Reply

Your email address will not be published. Required fields are marked *