ପ୍ରବଳ ବର୍ଷିବ ନୂଆବର୍ଷରେ ବର୍ଷା

ପ୍ରବଳ ବର୍ଷିବ ନୂଆବର୍ଷରେ ବର୍ଷା

ଭୁବେନେଶ୍ୱର:ନୂଆବର୍ଷକୁ ଭିଜାଇବ ବର୍ଷା । ପଶ୍ଚିମ ଓଡ଼ିଶାରେ ଠାଏ ଠାଏ କୁଆପଥର ପଡ଼ିବାର ବି ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ଅଧିକ ରହିବ ଏବଂ ରାଜ୍ୟର ବାକି ଅଞ୍ଚଳରେ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।

ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ସହର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଆସନ୍ତାକାଲି ତାରିଖ ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ରାତିଠାରୁ ପାଗରେ ପରିବର୍ତ୍ତନ ଆସିବ । ଅଧିକାଂଶ ସ୍ଥାନରେ ପାରଦ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ । ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ

Leave a Reply

Your email address will not be published. Required fields are marked *